କୁକୁଡାର ନାଲିଚୁଳ

 ପାଟନାଳୀ କୂଳରେ ଥିବା ଗୋଟିଏ ଛୋଟ ଗାଁ । ସେ ଗାଁଟିର ନାମ ଡଅଁରମୁହଁ । ସେହି ଗ୍ରାମରେ ରାଜକିଶୋର ନାମରେ ଜଣେ ଚାଷୀ ଥିଲା । ସେହି ଚାଷୀଟିର ଗୋଟିଏ ଗାଈ ଥିଲା । ସେହି ଗାଈର ଗୋଟିଏ ଅତି ଗେହ୍ଲା ବାଛୁରୀ ଥିଲା । ଚାଷୀଟି ସକାଳେ ଗାଈ ଠାରୁ ଦୁଧ ପାଇଲା ପରେ ବାଛୁରୀକୁ ଘର ବାରଣ୍ଡାରେ ବାନ୍ଧି ଦେଇ ଗାଈଟିକୁ ଚରାଇବାକୁ ନିକଟରେ ଥିବା କଂଟାଣିଆ ପଡିଆ ଜମିକୁ ନେଇଯାଏ । ଘରର ବାରଣ୍ଡାରେ ବାଛୁରୀଟି ଚାଷୀର ପୋଷାକୁକୁର ହଂଟର ସହିତ ରହେ । ଏମିତି କିଛିଦିନ ରହିବା ମଧ୍ୟରେ କୁକୁର ଓ ବାଛୁରୀ ମଧ୍ୟରେ ଆତ୍ମୀୟତା ବଢିଗଲା । ସେମାନଙ୍କ ମଧ୍ୟରେ ଏମିତି ଆତ୍ମୀୟତା ବଢିଗଲାଯେ, ଜଣେ ଜଣଙ୍କୁ ଘଡିଏ ନଦେଖିଲେ ବାଉଳା ହୋଇ ଯାଆନ୍ତି । କୁକୁର ଓ ବାଛୁରୀର ସାଙ୍ଗ ଦେଖି ଚାଷୀର ଗାଈ ଓ କୁକୁଡା ମଧ୍ୟ ତାଙ୍କ ସଙ୍ଗେ ମିଶିବାକୁ ଓ ତାକୁ ଭଉଣୀ ରୂପେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଲା । ସେଦିନ ରାକ୍ଷୀ ପୂର୍ଣ୍ଣିମା ହୋଇଥାଏ । ରାକ୍ଷୀ ପୂର୍ଣ୍ଣିମା ଦିନ କୁକୁର ଓ ବାଛୁରୀଙ୍କୁ ରାକ୍ଷୀ ବାନ୍ଧି ଭଉଣୀର ସ୍ନେହ ଓ ଆଦର ପାଇବାକୁ ନେହୁରା ହେଲା । ସେହିଦିନଠାରୁ ଏମାନେ ଦୁଇ ଭାଇ ଓ ଭଉଣୀ ଭାବରେ ଚଳିବାକୁ ଲାଗିଲେ । କିଛିଦିନ ପରେ କୁକୁଡାର ସାତୋଟି ଛୁଆ ଜନ୍ମ ନେଲେ । କୁକୁଡା ସେମାନଙ୍କୁ ଅତି ଆଦର ଓ ଯତ୍ନରେ ପାଳନ କରୁଥାଏ । ଏଥିରେ ବଡଭାଇ କୁକୁର ଓ ସାନଭାଇ ବାଛୁରୀ ତାକୁ ଓ କୁକୁଡା ଛୁଆମାନଙ୍କୁ ଭାଣିଜୀର ମାନ୍ୟତା ଦେଇ ସେମାନଙ୍କର ରକ୍ଷା ପାଇଁ ସବୁବେଳେ ତତ୍ପର ଥାଆନ୍ତି ।

        ଦିନକର ଘଟଣା, ନିକଟରେ ଥିବା ଗୋଟିଏ ଦଣ୍ଡା ଜଙ୍ଗଲରୁ ଗୋଟିଏ ବିଲୁଆ ସନ୍ଧ୍ୟା ସମୟରେ ଗାଁ ଆଡକୁ ବୁଲିବାକୁ ବାହାରିଲା । ବିଲୁଆତ ଦିନସାରା କିଛି ଖାଇ ନଥାଏ, କାଳେ ସନ୍ଧ୍ୟା ବେଳେ କିଛି ଖାଇବା ପଦାର୍ଥ ମିଳିଯିବ । ଚାଷୀ ରାଜକିଶୋର ଘର ନିକଟରେ ବିଲୁଆ ଦେଖିଲା ଗୋଟିଏ ମାଈ କୁକୁଡା ତା’ର ଛୁଆମାନଙ୍କୁ ଚାଷୀ ରାଜକିଶୋର ଘର ବାଡିରେ ଚରାବୁଲା କରୁଛି । ସେମାନଙ୍କ ପାଖରେ କୁକୁର ଓ ବାଛୁରୀ ମଧ୍ୟ ଖୁସିରେ ଡିଆଁ ଡେଇଁ କରୁଛନ୍ତି । କୁକୁଡା ଛୁଆଙ୍କୁ ଦେଖି ବିଲୁଆ ପାଟିରୁ ଲାଳ ବହିଲା । ସେ ଚିନ୍ତା କଲା, ଏମିତିତ ଯାଇ କୁକୁଡା ଛୁଆ ଧରିପାରିବି ନାହିଁ । କାରଣ କୁକୁର ତା’ ପାଖେ ପାଖେ ରହିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ