Category - ଭୂତ କାହାଣୀ

କାଠୁରିଆ ପୁଅ ଓ ଦୁଇ ଭୂତୁଣୀ

ସମସ୍ତିପୁର ବୋଲି ଗୋଟିଏ ଗାଁ ଥିଲା । ସେ ଗାଁରେ ଜଣେ କାଠୁରିଆ, ତା’ ସ୍ତ୍ରୀ ଓ ସେମାନଙ୍କର ଏକ ବାରବର୍ଷର ପୁଅ ଦିପୁ ବି ରହୁଥିଲେ । କାଠୁରିଆ ସେ ଗାଁ ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଏ । ତା’ର ସେହି କାର୍ଯ୍ୟରେ ତା’ର ସ୍ତ୍ରୀ ମଧ୍ୟ ତାକୁ ସାହଯ୍ୟ କରିଥାଏ । ଖୁବ୍ ଛୋଟ ଦିନରୁ ଦିପୁ ବି ତା ବାପାମା’ଙ୍କ ସହିତ ସେ ଜଙ୍ଗଲ ମଧ୍ୟକୁ...

Read More

ମାଛଖିଆ ଭୂତ

ଅନ୍ତପୁର ନାମରେ ଗାଆଁଟିଏ । ତା’ ଆଖପାଖରେ ଯେତେ ଗାଆଁ ଅଛି ଅନ୍ତପୁର ଗାଆଁଟି ସବୁଠୁ ବଡ ଗାଆଁ । ସେ ଗାଆଁଟିରେ ପ୍ରାୟତଃ ସବୁ ବୃତ୍ତିର ଲୋକ ବାସ କରିଥା’ନ୍ତି । ସମସ୍ତେ ପୃଥକ୍ ପୃଥକ୍ ଭାବରେ ରହିଥା’ନ୍ତି ସାହିମାନଙ୍କ ମଧ୍ୟରେ । ଯେପରିକି ଯେଉଁଠି ପୂଜାରୀମାନେ ଥାଆନ୍ତି, ତା ନାଁ ପୂଜାରୀ ସାହି । ଠିକ୍ ସେହିପରି ଯୋଧ୍ୟା ସାହିରେ କେବଳ ଯୋଧ୍ୟା ମାନଙ୍କର ଘର...

Read More

ଭୂତ କୋଠି

କୈଳାସର ଏକମାତ୍ର ଝିଅ । ସେହି ଝିଅଟିର ନାଆଁ ସୁରମା । ସୁରମାକୁ ଦଶ ବାର ବର୍ଷ ବୟସ ବେଳେ ତା’ ମାଆ ତ ମରି ଯାଇଥା’ନ୍ତି । କୈଳାସର ‘ସ୍ତ୍ରୀ’ ମରିଯିବା ପରେ ସେ ଗାଆଁର ଭିଟାମାଟି ତଥା ଜମିବାଡି ଯାହାଥିଲା ସେସବୁ ବିକ୍ରୟ କରି କୈଳାସ ସହରକୁ ଚାଲିଆସିଲା । ସହରରେ ଘରଭଡା ନେଇ ବାପ ଝିଅ ତ ବେଶ୍ ସୁଖରେ ଥାଆନ୍ତି । କୈଳାସ ସହରରେ ବେପାର ବଣିଜ କରେ । ଝିଅ ସୁରମା ଘରେ...

Read More

ଭୂତ ଅନୁଭୂତି

ମୋର ‘ଗଣ୍ଠିଲି ଭୂତ’ କାହାଣୀ ପଢିବା ପରେ ଭୂତଙ୍କ ବିଷୟରେ ଅନେକ ଆଲୋଚନା ହେଲା । ସତରେ କ’ଣ ଭୂତ ଅଛନ୍ତି? କେତେ ଜଣ ମାନିବାକୁ ନାରାଜ କିନ୍ତୁ କେତେଟା ଯୁକ୍ତିରେ ଧୀରେ ଧୀରେ କରି କେହି କେହି ହଁ କହି ଦେଉ ଥିଲେ । ଆଉ କେତେ ଜଣ ଭୂତ ଅଛି ବୋଲି ପ୍ରତ୍ୟକ୍ଷ ବର୍ଣ୍ଣନା କରି ନିଜର ଅନୁଭୂତିକୁ ଉପସ୍ଥାପିତ କଲେ । ସେମାନଙ୍କର ଯୁକ୍ତି ଥିଲା ଅକାଟ୍ୟ । ସମସ୍ତେ ଥିଲେ...

Read More

ଲାଗିଲେ ଛାଡିବିନି

ବାପୁନୁ ଘର ଭିତରେ ରହି ପାଟି କରୁଛି । ବାଡେଇ ପିଟି ହୋଇ ଥରୁଛି । ଏଣୁ ତେଣୁ ଗପ ଆରମ୍ଭ କରି ଦେଇଛି । ତାକୁ ମାଡି ବସି ଧରିଛନ୍ତି ତା’ର ବାପା ବୋଉ । ଆଖିରେ ଆଖିଏ ଲୁହ ପିଲାଟାର ହଠାତ୍ ଏପରି କାହିଁକି ହେଲା? ପିଲାଟା କେଉଁଠି ଡରିଲା କି? ଦୁଇ ଚାରି ଦିନ ତଳେ ଗାଁ ସେମୁଣ୍ଡ ନାରଙ୍ଗୀ ମରି ଥିଲା । ତା ଭୂତ ଆଉ ତା ଦେହରେ ସବାର ହେଲା କି? ବାପା ମାଆ ମନ । କେତେ...

Read More

ନଟବୁଢା ବଗିଚାରେ କିଏ?

ନଟ ବୁଢାର ବଗିଚାଟା ଥାଏ ଗ୍ରାମର ପୂର୍ବ ଦିଗରେ । ସୂର୍ଯ୍ୟ ଉଦୟ ହେଲେ ପ୍ରଥମେ ସେହି ବଗିଚାରେ ତାର ରଶ୍ମି ବିଛାଇ ଦିଏ କିନ୍ତୁ ଯୂର୍ଯ୍ୟ ରଶ୍ମି ବୃକ୍ଷ ଭେଦ କରି ବଗିଚା ମଧ୍ୟରେ ପ୍ରବେଶ କରି ପାରେ ନାହିଁ । ତେଣୁ ସେହି ବଗିଚା ଭିତରେ ସବୁ ବେଳେ ଅନ୍ଧାର ଦେଖା ଯାଏ । ଗ୍ରାମର କେହି ଛୁଆଟିଏ ଅଝଟ ହେଲେ ତାଙ୍କ ମାଆମାନେ ନଟ ବୁଢା ବଗିଚା ଆଡେ ହାତ ଦେଖାଇ ନିଜ ଛୁଆକୁ...

Read More

ଭୂତ ପୋଖରୀ

ପାଖନ ପୁର ଗାଁ ପାଖରେ ଗୋଟିଏ ବଡ ପୋଖରୀ ଥିଲା । ଗାଁଠାରୁ ସେହି ପୋଖରୀଟି ପ୍ରାୟ ପାଂଚ ଶହ ମିଟର ଦୂର ହେବ । ପୋଖରୀଟି ଦେଖିବାକୁ ଖୁବ୍ ପୁରାତନ । କାହିଁ କେଉଁ କାଳରୁ ସେ ପୋଖରୀ ଟାକୁ କିଏ ଖୋଳି ଥିଲା । ପଚାରିଲେ ଗାଁର ପୁରୁଣା ଲୋକ କେଇଟା କୁହନ୍ତି ତାଙ୍କ ଗୋସେଇଁ ବାପା ଏହି ପୋଖରୀ ଖୋଳା ଦେଖି ନଥିଲେ କିନ୍ତୁ ସେତେବେଳେ ରାଜା ରାଜୁଡା ଶାସନ କାଳରେ କୁଆଡେ ଏହି...

Read More

ଚିରୁଗୁଣୀ

ସତୁରା ଗାଁ ପାଖ ସାହିକୁ ପ୍ରତିଦିନ ଟିଉସନ୍ ହେବାକୁ ଯାଏ । ସକାଳୁ ଉଠି ସ୍କୁଲ୍ରେ ଯାହା ପାଠ ଦିଆ ଯାଇ ଥାଏ ତାକୁ ସେ ଶେଷ କରେ । ଗଣିତ କସେ । ଜ୍ୟାମିତି କରେ । ପାଠ ପଢୁ ପଢୁ ଆସି ଘଂଟାରେ ବାଜି ଯାଏ ନଅଟା । ତାପରେ ସେ ଉଠି ପଡି ରୁଟିନ୍ ଅନୁସାରେ ବହି ଖାତା ସବୁ ସଜାଡି ବ୍ୟାଗ୍ରେ ରଖି ଦିଏ । ଗାଧୁଆ ପାଧୁଆ ସାରି ତାକୁ ତା ମାଆ ଯାହା ଦିଅନ୍ତି ତାହାକୁ ସେ ମନ...

Read More

ଭାବନାଭୂତ

କିଟ୍ମିଟ୍ ଅନ୍ଧକାର । ଆଖିକୁ ମଧ୍ୟ କିଛି ଦିଶୁନି । ରହି ରହି ସେ ଜଙ୍ଗଲ ମଧ୍ୟରୁ ଶୃଗାଳର ହୁକ ହୋ ଶବ୍ଦ ମଝିରେ ମଝିରେ ଶୁଭୁଛି । ମଶାଣୀ ପାଖ ବର ଗଛ ମୂଳେ ଜୁଇ କେତେ ବେଳୁ ଜଳି ଜଳି ଲିଭି ଯାଉଛି । ହେଲେ ସେହି ଜୁଇ ଭିତରେ ଗୋଟେ ଚିରୁଗୁଣୀ ପଶି ତା ପାଟି ମେଲେଇ ଦେଲେ ତା’ ଭିତରେ ନିଆଁ ଦେଖା ଯାଉଛି । ପାଟି ବନ୍ଦ କରି ଦେଲେ ଧପ୍ କରି ନିଆଁ ଲିଭି ଯାଉଛି । ଅଜୟ...

Read More

ଚୋର ଭୂତ

ସଦା ହାଟରୁ ଫେରୁ ଥାଏ । ସାଇକେଲ୍ ହ୍ୟାଣ୍ଡଲ୍ରେ ଦୁଇଟି ବ୍ୟାଗ୍ ପରିବା ଭର୍ତ୍ତି । ଆଉ ଘର ସଉଦା ବସ୍ତାରେ ପୁରାଇ ପଛ କେରିଅଲ୍ରେ ରଖି ଦେଇ ଥାଏ ।  ଆଠ ଦିନରେ ଥରେ ହାଟ ଗହଳି ପରିବାର । ସବୁ ଦରକାରୀ ସମଗ୍ରୀ ଧରି ସଦା ସେହି ହାଟରୁ ନିଜ ଘରକୁ ଫେରୁ ଥାଏ । ଗାଁ ଆଉ ଅଳ୍ପବାଟ ଅଛି ଗାଁକୁ ଯିବା ବାଟରେ ଗୋଟେ ତୋଟା ପଡେ ରାତି କଥା ଛାଡ ଦିନରେ ସେହି ତୋଟାଟା ମଧ୍ୟ...

Read More

ଆମ୍ବ ଭୂତ

ଚାରି ଆଡେ ଶୁନ୍ ଶାନ୍ । ସହର ଠାରୁ କିଛି ଦୂରରେ ଠିଆ ହୋଇଛି ସେହି ପୁରାତନ ଘର । ପ୍ରାୟ ଦୁଇ ଏକର ଜାଗା ମଝିରେ କାହିଁ କେଉଁ ବ୍ରିଟିସ୍ ଅମଳରୁ ମୁଣ୍ଡ ଟେକି ଠିଆ ହୋଇଛି ସେହି ପ୍ରାସାଦଟି । କେଉଁ ରାଜା ରାଜୁଡା ସେ ଘର ତିଆରି କରିଥିଲେ କେଜାଣି । ବର୍ତ୍ତମାନ ତା ମଧ୍ୟରେ କମିସନର ସାହେବ୍ ନିଜେ ରହୁଛନ୍ତି । ଘର ଗୁଡିକ କେବଳ ରଙ୍ଗ ବୋଳା ହୋଇ ଆଧୁନିକ ଦେଖା ଯାଉ...

Read More

ମାଆ ତୁ ସାହା

ସେଦିନ ଆମେ ଯେତେବେଳେ ବସ୍ରୁ ଅବତରଣ କଲୁ ରଣପୁର ବଜାର ଉପରେ, ସମୟ ସେତେବେଳକୁ ପ୍ରାୟ ସାଢେ ପାଂଚଟା ହେବ । ଶୀତୁଆ ସଂନ୍ଧ୍ୟା ସୂର୍ଯ୍ୟ ଦେବଙ୍କ ନାଲିଆ କିରଣ ଚାରି ଆଡେ ବିଛାଡି ହୋଇ ପଡି ଥାଏ । ରଣପୁର ଥାନା ସାମ୍ନାରେ ଠିଆ ହୋଇ ମୁଁ ସୂର୍ଯ୍ୟ ଦେବଙ୍କୁ ଲକ୍ଷ୍ୟ କଲି । ସତେ ଅବା ମଣିନାଗ ପାହାଡ ଉପରେ ସିନ୍ଦୁର ଟୋପାଏ କିଏ ଲଗାଇ ଦେଇଛି । ସେହି ସମୟରେ ପ୍ରକୃତିର...

Read More

ମନ ଭୂତ

ସେଦିନ ଥିଲା ଶୀତୁଆ ସଂନ୍ଧ୍ୟା । ଶୀତର ପ୍ରକୋପ ସଂନ୍ଧ୍ୟାଠାରୁ ଆସ୍ତେ ଆସ୍ତେ ବଢି ବଢି ଚାଲି ଥାଏ । ତାସାଙ୍ଗକୁ କାକର ପଡିବା ମଧ୍ୟ ଆରମ୍ଭ କରି ଥାଏ । ଗଛ ପତ୍ରର ଉପରେ କାକର ଟପ୍ ଟପ୍ ହୋଇ ପଡୁ ଥାଏ । ନିଛାଟିଆ ଜଙ୍ଗଲିଆ ଯାଗାରେ ଭୟାକୁଳ ପରିସ୍ଥିତି ସୃଷ୍ଟି  କରୁଥାଏ । ସେଦିନ ଦେବ ବାବୁ ଶେଷ ଗାଡିରେ ପ୍ରାୟ ସାଢେ ସାତଟା ସଂନ୍ଧ୍ୟା ସମୟରେ ବାହାରି ପଡିଲେ...

Read More

ହାଡଗିଳା ଭୂତ

ଚାରିଆଡେ ଶାଳ ବଣ । ମଝିରେ ଗୋଟିଏ ବିରାଟ ବଡ ପାହାଡ । ନିଧୁମୁ ଖରା ବେଳେ ମଧ୍ୟ ଜଙ୍ଗଲ ଭିତରେ ସୂର୍ଯ୍ୟ ରଶ୍ମି ପଡିବା ବିରଳ । ସେହି ପାହାଡଟି ମଧ୍ୟ କଂଟା ଝଂଟା ଗଛର ଡାଳ ଛନ୍ଦା ଛନ୍ଦିରେ ଆବଦ୍ଧ । ପାହାଡ ଦେହରୁ ସାପ ଲମ୍ବିଲା ପରି ଝରଣା ଟାଏ କୁଳୁ କୁଳୁ ହୋଇ ତଳକୁ ଆସି ବହି ଯାଇଛି । କାହିଁ କେତେ ଦୂରକୁ । ସେ ଜଙ୍ଗଲ ମଧ୍ୟରେ ଭର୍ତ୍ତି ହୋଇଛନ୍ତି ଜଙ୍ଗଲି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ