ସିଂହ ଆଉ ହରିଣ

ଗୋଟିଏ ସିଂହ ହରିଣକୁ ଖାଇ ସାରିବା ପରେ ହରିଣ ଜିଭରେ ମୁହଁକୁ ଚାଟି ଚୁଟି କହିଲା – ଯେତେ ବେଳେ ମୁଁ କୌଣସି ହରିଣକୁ ଧରି ନିଏ । ସର୍ବଦା ମୋତେ କିଛି ନା କିଛି ନୂତନ କୌଶଳ ଖୋଜି ବାହାର କରିବାକୁ ପଡେ ।

କିଛି ଦିନ ପରେ ସିଂହଟି ନଦୀ ତଟରେ ଗୋଟିଏ ହରିଣକୁ ଦେଖିଲା ସିଂହଟି ଗର୍ଜନ କରି କହିଲା – ଏଁ ସେଇଠି କ’ଣ କରୁଛ?

ହରିଣ କହିଲା ହଜୁର୍ – ପାଣି ପିଉଛି ।

                ସିଂହ କହିଲା – ପାଣି ପିଉଛ! ତୁମକୁ ଜଣା ଅଛି ତୁମେ ଏହି ହ୍ରଦକୁ ଦୂଷିତ କରୁଛ । ସେଥି ପାଇଁ ଏହି ଜଙ୍ଗଲର ପଶୁ ପକ୍ଷୀ ମାନେ ରୋଗରେ ପଡୁ ଛନ୍ତି । ଏହି ପାଣି ଯେତେ ବେଳେ ଗଙ୍ଗାରେ ଯାଇ ମିଶିବ ସେତେ ବେଳେ ପୁରା ଦୁନିଆର ପଶୁ- ପକ୍ଷୀ, ଜୀବ- ଜନ୍ତୁ ତଥା ଏହି ପୃଥିବୀର ସମସ୍ତ ପ୍ରାଣୀ ରୋଗ ଗ୍ରସ୍ତ ହୋଇ ମରି ଯିବେ ।

ଏହି ଭଳି କଥା ଶୁଣି କରି ହରିଣର ଶୋଷ ମରି ଗଲା । ବହୁତ ସମୟ ପରେ ସେ ଉତ୍ତର ଦେଲା କି ମୋତେ ତ ପଶୁ ଡାକ୍ତର ମାନେ ପରୀକ୍ଷା କରି କହିଲେ ଯେ ତୁମର କୌଣସି ରୋଗ ନାହିଁ ହଜୁର୍ ।

ସିଂହ ଗର୍ଜନ କରି କହିଲା – ତେବେ ତୁମର କହିବାର କଥା ହେଉଛି ଯେ, ତୁମେ ସଂପୂର୍ଣ୍ଣ ସୁସ୍ଥ ରହିଛ ଅର୍ଥାତ୍ ତୁମର କୌଣସି ରୋଗ ନାହିଁ । ଆଉ ଡାକ୍ତରର ପରୀକ୍ଷାର କ’ଣ ଦରକାର ଅଛି । ତୁମେ ଠିକ୍ ଭାବରେ କହୁଛ କି ତୁମେ ସଂପୂର୍ଣ୍ଣ ସୁସ୍ଥ ଅଛ । ଡାକ୍ତର କ’ଣ ତୁମ ଠାରୁ ଲାଂଚ ଖାଇଛି କି?

ହରିଣ କହିଲା – ଠିକ୍ ଅଛି ହଜୁର୍ । ଯଦି ଏମିତି କଥା ତ ମୁଁ କେବେ ଏହି ହ୍ରଦରୁ ପାଣି ପିଇବି ନାହିଁ । ସିଂହ କହିଲା ପାଣିକୁ ଏହି ଭଳି ଦୂଷିତ କରିବା କୌଣସି ଅପରାଧ ନୁହେଁ । ମୁଁ ଆଜି ତୁମକୁ ଖାଇକି ମୋର ପେଟ ପୂର୍ଣ୍ଣ କରିବି ଆଉ ଏହି ହ୍ରଦକୁ ଦୂଷିତ ହେବାରୁ ରକ୍ଷା କରିବି ।

ମୋତେ ଛାଡି ଦିଅନ୍ତୁ ହଜୁର୍ । ଆପଣ ଯଦି ମୋତେ ଖାଇବେ ତେବେ ଆପଣ ସଂଗେ ସଂଗେ ମରି ଯିବେ ।

ସିଂହ ହସି ହସି କହିଲା । ମୋର ବିଚାର ହେଲା କି କାହାକୁ ବଂଚାଇବାକୁ ହେଲେ ଆଗ ନିଜେ ନିଜକୁ ବଳି ଚଢାଇବାକୁ ପଡିବ । ଫଳରେ ଅନ୍ୟ କୌଣସି ପ୍ରାଣୀ ଏଭଳି ଭୁଲ କାମ ଆଉ କେବେ କରିବାକୁ ସାହାସ କରିବେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ