ଘୋଡାର ପ୍ରକୃତ ମାଲିକ

 ବିରବଲଙ୍କର ଯଶ, ଖ୍ୟାତି, ଚାରିଆଡେ ବ୍ୟାପୁଥାଏ । ସାରା ରାଜ୍ୟରୁ ଅନେକ ଲୋକ ତାଙ୍କଠାରୁ ଉପଦେଶ ଗ୍ରହଣ କରିବାପାଇଁ ଆସୁଥାଆନ୍ତି । ପଡୋଶୀ ରାଜ୍ୟର ରାଜା ତ୍ରିପୁର ଚନ୍ଦ୍ର ବର୍ମା ବିରବଲଙ୍କ ସଂପର୍କରେ ଅନେକ କଥା ଶୁଣି ଥାଆନ୍ତି । ରାଜାଙ୍କର ବିରବଲଙ୍କୁ ଦେଖା କରିବା ପାଇଁ ପ୍ରବଳ ଆଗ୍ରହ ହେଲା । ରାଜା ଜଣେ ବଣିକର ବେଶ ଧାରଣ କରି ଘୋଡା ପିଠିରେ ସବାର୍ ହୋଇ ଆଗ୍ରା ଅଭିମୁଖେ ଚାଲିଲେ । ଯେମିତି ଆଗ୍ରାରେ ପହଁଚିସାରିଛନ୍ତି, ସେ ଦେଖିଲେ, ଗୋଟିଏ ଘରୁ ଜଣେ ଛୋଟା ଲୋକ ଛୋଟେଇ ଛୋଟେଇ ଯାଉଛନ୍ତି । ଲୋକଟିର କଷ୍ଟ ଦେଖି ରାଜା ଚନ୍ଦ୍ରବର୍ମା ସହିନପାରି ତାରି ପାଖରେ ଅଟକି ଗଲେ । ପ୍ରଥମେ ଲୋକଟିକୁ ତା’ର ପରିଚୟ ମାଗିଲେ । ଲୋକଟି ତା’ର ପରିଚୟ ଦେବାକୁ ଯାଇ କହିଲା, “ମୋର ନାମ ରବି ଶର୍ମା । ମୁଁ ଆଗ୍ରା ସହର ପର୍ଯ୍ୟନ୍ତ ଯିବାକୁ ଚାହୁଁଛି ।” ଲୋକଟିର କଥା ଶୁଣି ରାଜା ତାଙ୍କୁ ଘୋଡା ପିଠିରେ ବସାଇ ଆଗ୍ରା ଅଭିମୁଖେ ବାହାରି ପଡିଲେ ।

         ଆଗ୍ରା ସହରରେ ପହଁଚିବାପରେ ଚନ୍ଦ୍ରବର୍ମା ରବିଶର୍ମାଙ୍କୁ ଓହ୍ଲାଇବା ପାଇଁ କହିଲେ । ରବିଶର୍ମା କି ଘୋଡା ଉପରୁ ଓହ୍ଲାନ୍ତି । ସେ କହିଲେ, “ଏ ଘୋଡାଟି ମୋର । ମୁଁ କାହିଁକି ଘୋଡା ଉପରୁ ଓହ୍ଲାଇବି? ତୁମେ ଯଦି ଚାହୁଁଛ ଘୋଡା ଉପରୁ ଓହ୍ଲାଇ ଯାଅ ।” ରବିଶର୍ମାଙ୍କ କଥା ଶୁଣି ଚନ୍ଦ୍ରବର୍ମା ଆଶ୍ଚର୍ଯ୍ୟ ହୋଇଗଲେ । ଦୁଇଜଣଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଲାଗିଗଲା । ସେମାନଙ୍କର ପାଟିତୁଣ୍ଡ ଶୁଣି ଆଖପାଖରେ ଥିବା ଲୋକମାନେ ଜମା ହୋଇଗଲେ । ଶେଷରେ ଏମିତି ଝଗଡା ଲାଗିଲା ଯେ, କଥା ଯାଇ ବିରବଲଙ୍କ କାନରେ ପଡିଲା । ବିରବଲ ଉଭୟଙ୍କୁ ଡକାଇଲେ ।

         ଚନ୍ଦ୍ରବର୍ମା ଏବଂ ରବିଶର୍ମା ଉଭୟେ ଯାଇ ବିରବଲଙ୍କ ପାଖରେ ପହଁଚିଲେ । ଘୋଡା ମଧ୍ୟ ସେମାନଙ୍କ ସହିତ ଗଲା । ବିରବଲ ସେମାନଙ୍କୁ କହିଲେ, “ଘୋଡାଟି ମୋ ପାଖରେ ଗୋଟିଏ ଦିନ ଥାଉ ।” ସେମାନେ ମଧ୍ୟ ବିରବଲଙ୍କ କଥାରେ ସମ୍ମତି ପ୍ରଦାନ କଲେ । ଏହାକହି ଦୁଇ ଜଣଯାକ ଚାଲିଗଲେ । ବିରବଲ ସଂଗେ ସଂଗେ ଘୋଡାକୁ ଛାଡିଦେଲେ । ଜଣେ ଲୋକକୁ ଡାକି ଘୋଡା ସହିତ ପଠାଇଲେ, ଅନୁଧ୍ୟାନ କରିବାପାଇଁ ଯେ, ଘୋଡାଟି ପ୍ରକୃତରେ କାହା ପଛେ ପଛେ ଯାଉଛି?” କିଛି ବାଟ ଯିବାପରେ ଲୋକଟି ଘୋଡାକୁ ସାଂଗରେ ନେଇ ଆସି ବିରବଲଙ୍କୁ କହିଲା, “ହଜୁର୍! ଘୋଡାଟି ଚନ୍ଦ୍ରବର୍ମାଙ୍କୁ ଅନୁସରଣ କରୁଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ