ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶ୍ରେଷ୍ଠ ଭକ୍ତ କିଏ?

 ଏକଦା ସ୍ୱର୍ଗରେ ପୃଥିବୀରେ ଶ୍ରେଷ୍ଠ ଭକ୍ତ କିଏ ବୋଲି ଆଲୋଚନା ହେଉଥାଏ । ଏହି ସମୟରେ ନାରଦ ବିଷ୍ଣୁଙ୍କୁ କହିଲେ ପ୍ରଭୁ, ମୁଁ ହିଁ ଆପଣଙ୍କର ଶ୍ରେଷ୍ଠ ଭକ୍ତ । ନାରଦଙ୍କ ମୁଖରୁ ଏକଥା ଶୁଣି ପ୍ରଭୁ ବିଷ୍ଣୁ କିଛି କହିଲେ ନାହିଁ । ନାରଦ ପୁଣି ଥରେ ପ୍ରଭୁଙ୍କ ମତ ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲେ । ନାରଦ କିନ୍ତୁ ଅଜାଣତରେ ଜଣେ ଭଲ ଭକ୍ତର ପ୍ରଥମ ଯୋଗ୍ୟତା କଥା ପାଶୋରି ଯାଇଥିଲେ । ସେ ଯୋଗ୍ୟତା ହେଉଛି “ମୁଁ ” ଅର୍ଥାତ୍ ମୋହ ବା ଅହଂକାରରୁ ମୁକ୍ତି । ବିଷ୍ଣୁ ନାରଦଙ୍କୁ କହିଲେ – ମର୍ତ୍ତ୍ୟକୁ ଦେଖ । ସେହି ଯେଉଁ ଚାଷୀ ଜଣଙ୍କୁ ଦେଖୁଛ ତା’ ପାଖକୁ ଯାଅ । କିଛି ଦିନ ପର୍ଯ୍ୟନ୍ତ ସେହି ଚାଷୀ ପାଖରେ ରୁହ । ତା’ର ଭକ୍ତି କେତେଦୂର ଦେଖ, ତା’ ପରେ ଆସି ମୋତେ ଦେଖା କର ।

         ବିଷ୍ଣୁଙ୍କ ମୁଖରୁ ଏକଥା ଶୁଣି ନାରଦଙ୍କ ରାଗ ବହୁତ ବଢିଗଲା । ସେ ନିଜକୁ ବହୁତ ଅପମାନିତ ବୋଧ କଲେ । ସାମାନ୍ୟ ଚାଷୀଟିଏ ତାଙ୍କଠାରୁ କିଭଳି ଭାବରେ ବଡ ଭକ୍ତ ହୋଇ ପାରିବ? ଏକଥା ନାରଦ ଭାବିପାରୁ ନଥିଲେ । ରାଗ ତମ୍ ତମ୍ ହୋଇ ଓହ୍ଲେଇ ଆସିଲେ ପୃଥିବୀକୁ । ଚାଷୀଟି ରହୁଥିବା ଗାଁରେ ନାରଦ ଆସି ପହଁଚିଲେ । ଚାଷୀଟିର ପ୍ରତ୍ୟେକ କାର୍ଯ୍ୟକୁ ନାରଦ ଭଲ ଭାବରେ ନିରୀକ୍ଷଣ କରୁଥିଲେ । ନାରଦ ଦେଖିଲେ ସେ କେବଳ ଦିନକୁ ତିନିଥର ଭଗବାନଙ୍କ ନାମ ସ୍ମରଣ କରୁଛି । ପ୍ରଥମେ ସକାଳୁ ବିଛଣାରୁ ଉଠିବା ବେଳେ, ତା’ପରେ ମଧ୍ୟାହ୍ନ ଭୋଜନ ସମୟରେ ଓ ଶେଷରେ ରାତିରେ ବିଛଣାକୁ ଶୋଇବାକୁ ଯିବା ସମୟରେ କେବଳ ଭଗବାନଙ୍କ ନାମ ସ୍ମରଣ କରୁଛି । ଅନ୍ୟ କୌଣସି ସମୟରେ ସେ ଭଗବାନଙ୍କ ନାମ ଧରୁଥିଲା ପରି ମନେହେଲା ନାହିଁ ।

         ନାରଦ ମନେ ମନେ ଭାବିଲେ ଭଗବାନ ବିଷ୍ଣୁ ଏଭଳି ଲୋକ ସଙ୍ଗରେ ତାଙ୍କର ତୁଳନା କଲେ କେମିତି? ଚାଷୀ ଠାରେ କ’ଣ ଦେଖି ବିଷ୍ଣୁ କହିଲେଯେ ଚାଷୀଟି ନାରଦଙ୍କଠାରୁ ବଡ ଭକ୍ତ ବୋଲି । ସେ ତ ସବୁବେଳେ ସୁଲଳିତ କଣ୍ଠରେ ପ୍ରଭୁଙ୍କ ମହିମା ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଚାରିଆଡେ ଗାଇ ବୁଲୁଥାଆନ୍ତି । ପ୍ରଭୁଙ୍କର ଗୁଣ କୀର୍ତ୍ତନ କରୁଥାଆନ୍ତି, ତାଙ୍କ ସହିତ ଚାଷୀର ତୁଳନା ଏକ ବିଡମ୍ବନା ନିଶ୍ଚୟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ