ତଥାଗତ ଓ ପୂର୍ଣ୍ଣମାସୀ

 ଜଣେ ବ୍ୟବସାୟୀଙ୍କର ଏକମାତ୍ର ଝିଅଟିଏ ଥିଲା । ସେ ଝିଅଟିର ନାମ ପୂର୍ଣ୍ଣମାସୀ । ନିଜ ଇଚ୍ଛା ଅନୁଯାୟୀ ବିବାହ କରିବାରୁ ପିତାମାତା ତାଙ୍କୁ ଘରୁ ତଡିଦେଇଥିଲେ । ସମୟ କ୍ରମେ ସେ ବିବାହ କରି ଦୁଇଟି ପୁତ୍ର ସନ୍ତାନର ଜନନୀ ହେଲେ । ହଠାତ୍ ଦିନେ ପୂର୍ଣ୍ଣମାସୀଙ୍କର ମନକୁ ଆସିଲା – “ଏହା ଭିତରେ ଅନେକ ବର୍ଷ ବିତିଗଲାଣି । ଦୀର୍ଘ ଦିନପରେ ହୁଏତ ବାପା ମା’ ଏହି ଦୁଇ ନାତିଙ୍କୁ ଦେଖିଲାପରେ ପୂର୍ବର ରାଗ ଭୁଲିଯିବେ ।”

         ପିତାମାତାଙ୍କୁ ଦେଖିବା ପାଇଁ ବ୍ୟାକୁଳ ହେଉଥିବା ପୂର୍ଣ୍ଣମାସୀ ସ୍ୱାମୀଙ୍କୁ ଏକଥା କହି ତାଙ୍କୁ ରାଜିକରାଇ ଦୁଇ ପୁତ୍ରଙ୍କ ସହିତ ପିତୃ ଗୃହକୁ ଯାତ୍ରା କଲେ । ଘୋର ଜଙ୍ଗଲ ମଧ୍ୟରେ ଯାଉଥିବା ସମୟରେ ସବା ପଛରେ ଯାଉଥିବା ପୂର୍ଣ୍ଣମାସୀଙ୍କର ସ୍ୱାମୀଙ୍କୁ ଏକ ବିଷଧର ସର୍ପ କାମୁଡି ଦେଲା । ଜଙ୍ଗଲ ମଧ୍ୟରେ ଚିକିତ୍ସା ନହେବା କାରଣରୁ ସେ ବିଷଜ୍ୱାଳାରେ ଛଟପଟ ହୋଇ ପ୍ରାଣତ୍ୟାଗ କଲେ ।

         ସ୍ୱାମୀଙ୍କର ମୃତ୍ୟୁ ହୋଇଯିବା ପରେ ପୂର୍ଣ୍ଣମାସୀ ସ୍ୱାମୀଙ୍କର ଶବପାଖରେ ବଡ ପାଟିରେ କ୍ରନ୍ଦନ କରିବାକୁ ଲାଗିଲେ । ସବୁ ଦୁଃଖକୁ ହୃଦୟରେ ଚାପି ରଖି ପୁତ୍ର ଦୁଇଟି ସହ ପିତୃ ଗୃହକୁ ଯାତ୍ରା କଲେ । ଜଙ୍ଗଲ ମଧ୍ୟଦେଇ ଯାଉଥିବା ସମୟରେ ସେ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହେଲେ । ହଠାତ୍ ବାର୍ହା ଭଳି ଏକ ଭୟଙ୍କର ଜଙ୍ଗଲୀ ପଶୁ ପୂର୍ଣ୍ଣମାସୀଙ୍କ ପାଖରେ ଥିବା ତାଙ୍କର ସାନ ପୁଅକୁ ଝାମ୍ପିନେଇ ପଳାଇଗଲା । ପୂର୍ଣ୍ଣମାସୀ ବିଚଳିତ ନହୋଇ ଧୈର୍ଯ୍ୟ ଧରି ଆଗକୁ ଚାଲିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ