କୁବେରଙ୍କ ଗର୍ବ ଭାଙ୍ଗିଲା

 କୁବେର ତ ହେଉଛନ୍ତି ଧନର ଅଧିପତି । ସେ ଧନର ଅଧିପତି ହୋଇଥିବାରୁ ତାଙ୍କ ମନରେ ବହୁତ ଗର୍ବଥିଲା । ସେ ଧନର ଆଧିପତ୍ୟ ଦେଖାଇବା ପାଇଁ ଥରେ ସେ ଈଶ୍ୱରଙ୍କର ସହିତ ଶ୍ରୀମାଟିର ମୂର୍ତ୍ତିଙ୍କୁ ନିଜ ଗୃହକୁ ଆମନ୍ତ୍ରଣ କଲେ । ଶ୍ରୀମାଟିର ମୂର୍ତ୍ତି ସମସ୍ତ ଦେବତାଙ୍କ ଆଗରୁ ପୂଜା ପାଉଥିବାରୁ କୁବେରଙ୍କର ତାଙ୍କ ପ୍ରତି ମନରେ ଈର୍ଷାଭାବଥିଲା । କୁବେର ସେହି କାରଣରୁ ମାଟିର ମୂର୍ତ୍ତିଙ୍କ ପ୍ରାଧାନ୍ୟକୁ ଗ୍ରହଣ କରିପାରୁ ନଥିଲେ ।

         ନିମନ୍ତ୍ରଣ ରକ୍ଷାକରି ଭୋଜନ କରିବା ପାଇଁ ଈଶ୍ୱରଙ୍କ ସହିତ ମାଟିର ମୂର୍ତ୍ତି କୁବେରଙ୍କ ପ୍ରାସାଦକୁ ଆସିଲେ । କୁବେରତ ନିଜର ବଡିମା ଦେଖାଇବା ଉଦ୍ଧେଶ୍ୟରେ ଖାଇବାକୁ ନିମନ୍ତ୍ରଣ କରିଥିଲେ । ତେଣୁ ସେ ଭୋଜନରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ମିଷ୍ଟାନ୍ନର ବ୍ୟବସ୍ଥା କରିଥିଲେ ।

         ମାଟିର ମୂର୍ତ୍ତି ତ ସମସ୍ତଙ୍କର ମନକଥା ଜାଣି ପାରନ୍ତି । ସେ କୁବେରଙ୍କ ମନରେ ଧନପାଇଁ ଗର୍ବକରୁଥିବା ରହସ୍ୟ ଜାଣିପାରିଲେ । ସେ କୁବେରଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ମନେମନେ ଚିନ୍ତା କଲେ । କୁବେରଙ୍କର ସେବକମାନେ ସୁସ୍ୱାଦୁ ଖାଦ୍ୟପଦାର୍ଥ ଥାଳିରେ ବାଢି ନେଇ ଆସୁଥିବା ବେଳେ ମାଟିର ମୂର୍ତ୍ତି କହିଲେ – ମୋତେ ଭାରି ଭୋକ ହେଲାଣି, କିଛି ଖାଇବାକୁ ଦିଅ । ସେ ଲଡୁ ବଢାହୋଇଥିବା ଥାଳିରୁ ଲଡୁ ଆଣି ଖାଇବାକୁ ଲାଗିଲେ । ଏମିତି ଖାଉ ଖାଉ ସମସ୍ତ ଖାଦ୍ୟ ସେ ଖାଇଦେଲେ । ପରଷୁଥିବା ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏଣେ ମାଟିର ମୂର୍ତ୍ତିଙ୍କର ଭୋକ ବଢି ବଢି ଚାଲିଥାଏ । ଯେତେ ଖାଉ ଥାଆନ୍ତି ସେତେ ଭୋକ ହେଉଥାଏ । ସେ କହିଲେ, ଆହୁରି ଖାଇବାକୁ ଦିଅ ମୋର ପେଟ ପୁରୁନି । କୁବେରଙ୍କ ରୋଷେଇଆ କହିଲାଯେ ରୋଷେଇ ଘରେ ଆଉ କିଛି ଖାଦ୍ୟ ପଦାର୍ଥ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ