ଲୁହାର ଭୀମ ଚୁନା ହେଲା

ଯେତେବେଳେ ଧୃତରାଷ୍ଟ୍ରଙ୍କ ପ୍ରଥମ ପୁତ୍ର ଜନ୍ମ ହେଲା, ଅନ୍ଧ ପିତା ନିଜର ଜନ୍ମିତ ପୁତ୍ରକୁ କୋଳରେ ଧରିବାକୁ ଅତ୍ୟନ୍ତ ଇଚ୍ଛା କଲେ । ରାଜା ଧୃତରାଷ୍ଟ୍ରଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ତାଙ୍କ ମନ୍ତ୍ରୀ ତଥା ଦୂରଦର୍ଶୀ ବିଦୁର ପୁଅକୁ ଆଣି ରାଜାଙ୍କ କୋଳରେ ଧରାଇ ଦେଲେ । ତାପରେ ମନ୍ତ୍ରୀ ରାଜାଙ୍କୁ କହିଲେ, ମହାରାଜ! ଏ ପୁଅ ବଡ ଲକ୍ଷ୍ମୀବନ୍ତ ହେବ । ରାଜାଙ୍କ ଭିତରେ ସେ ଜଣେ ମଉଡମଣି ହେବ । ତା’ ହାତରେ ପଦ୍ମ ଓ ଶଙ୍ଖ ଚିହ୍ନ ରହିଛି । ଏ ହେଉଛି ଏ କୂଳର କୀର୍ତ୍ତିବାନ ପୁତ୍ର । କିନ୍ତୁ ଆପଣଙ୍କ ଏ ବଳଶାଳୀ ପରାକ୍ରମୀ ପୁତ୍ର ଯେତେବେଳେ ତାର ଶେଷ ଜୀବନରେ ମୃତ୍ୟୁବରଣ କରିବ ସେତେବେଳେ ସେ ଭୀମ ହାତରେ ହିଁ ମୃତ୍ୟୁ ପାଇବ । ବିଦୁରଙ୍କ ଠାରୁ ସମସ୍ତ ଶୁଭାଶୁଭ ଖବର ଶୁଣି ସେ ଅନ୍ଧ ମହାରାଜାଙ୍କ ଆତ୍ମା ଖାଲି ବିଳାପ କରିବାକୁ ଲାଗିଲା । ଏଭଳି ଏକାଙ୍କ ଚକ୍ରବର୍ତ୍ତୀ ପୁତ୍ରକୁ ପାଇ ପୁଣି ହରାଇ ବସିବାର ଦୁଃଖ ସେ ଅନ୍ଧ ମହାରାଜ ଧୃତରାଷ୍ଟ୍ର ମୋଟେ ଚାହୁଁ ନଥିଲେ । ଯେମିତି ହେଉ ଏ ପୁତ୍ରକୁ ଛତ୍ରଛାୟା ତଳେ ଅଭୟ ଦେବାକୁ ରାଜା ଧୃତରାଷ୍ଟ୍ର ଚିନ୍ତା କଲେ । ଭୀମ ଠାରୁ ଶକ୍ତିଶାଳି କରାଇଲେ ଯାଇ ଭୀମ ହାତରେ ଆଉ ଏହାର ମୃତ୍ୟୁ ହେବ ନାହିଁ – ଏଥିନେଇ ସେ ଅନ୍ଧ ରାଜା ଏକ ଉପାୟ ପାଂଚିଲେ ।

ଆଖଡା ଶାଳାରେ ଏକ ସୁଉଚ୍ଚ ଲୁହାର ଭୀମ ନିର୍ମାଣ କରାଇଲେ, ପୁତ୍ର ଦୁର୍ଯ୍ୟୋଧନକୁ ତା’ ସହ ମୁଷ୍ଟି ବିଦ୍ୟା ଶିକ୍ଷା ଦେଲେ ଅନ୍ଧ ରାଜା ଧୃତରାଷ୍ଟ୍ର, ତାପରେ ସେ ଦୁର୍ଯ୍ୟୋଧନକୁ  କେବଳ ଲୌହ ଭୀମକୁ ଦିନ ରାତି ପ୍ରହାର କରିବାକୁ କହିଲେ । ପିତାଙ୍କ ଆଦେଶ ଅନୁସାରେ ଦୁର୍ଯ୍ୟୋଧନ ବି ସେ ଲୌହଭୀମଙ୍କୁ କଠୋର ଭାବରେ ମାରୁଥାଏ । ହେଲେ ବିଧିର ବିଧାନକୁ କେହି କେବେବି ଅସ୍ୱିକାର କରିପାରି ନାହାଁନ୍ତି । ମହାଭାରତ ଯୁଦ୍ଧରେ ସେଇ ଭୀମଙ୍କ ଗଦା ପ୍ରହାରରେ ଦୁର୍ଯ୍ୟୋଧନଙ୍କ ଜାନୁ ଭଗ୍ନ ହେଲା ଓ ପରିଶେଷରେ ତାର ମୃତ୍ୟୁ ବି ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ