ଶାଶ୍ୱତ ସନ୍ଦେଶ

ଦିବ୍ୟ ଜୀବନ ମାର୍ଗରେ ଚାଲିବାର ଏହି ଯେଉଁ ମହତ୍ ଆକାଂକ୍ଷା ପୋଷଣ କରିଛନ୍ତି, ଏଥିରୁ ପ୍ରମାଣ ମିଳିଯାଉଛି ଯେ, ଆପଣମାନେ ଅତ୍ୟନ୍ତ ଧନ୍ୟ । ଭଗବାନ୍ କ୍ଷମତାଶୀଳ ଓ କରୁଣାମୟ । ଯେଉଁମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି, ସେମାନଙ୍କର ଯତ୍ନ ଓ ସୁରକ୍ଷା ନିମନ୍ତେ ପ୍ରଭୁ ନିଶ୍ଚୟ କୃପାବର୍ଷଣ କରନ୍ତି । ପ୍ରଭୁଙ୍କୁ ସତରେ ବିଶ୍ୱାସ କରନ୍ତୁ । ସକଳ ପରିସ୍ଥିତି ଓ ସବୁ ସମସ୍ୟାରେ କୌଣସି ପ୍ରକାରେ ବ୍ୟସ୍ତ ନ ହୋଇ ପ୍ରଭୁଙ୍କ ପାଖରେ ଆତ୍ମସମର୍ପଣ କରିଦିଅନ୍ତୁ । ପ୍ରତିଟି ପଦକ୍ଷେପରେ ପ୍ରଭୁଙ୍କର ସୁରକ୍ଷା ମିଳୁଛି ବୋଲି ଅନୁଭବ କରନ୍ତୁ ।

         ଆମ ଗୁରୁଦେବ ସର୍ବଦା କହନ୍ତିଯେ, ଶିକ୍ଷକବୃତିଟି ସର୍ବଶ୍ରେଷ୍ଠ ଓ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ; କାରଣ କୋମଳମତି ବାଳକବାଳିକାଙ୍କର ଜୀବନ ଗଢିବାକୁ ଏବଂ ସେମାନଙ୍କର ମନକୁ ଆଧ୍ୟାତ୍ମିକ ଆଦର୍ଶ ଆଡକୁ ପ୍ରବାହିତ କରିଦେବାକୁ ଶିକ୍ଷକ ବହୁ ସୁନ୍ଦର ସୁଯୋଗ ଲାଭ କରିଥାନ୍ତି । ସୁତରାଂ ବିଶ୍ୱାସ ଓ ଆଗ୍ରହର ସହିତ ଏହି ପେସା ଧରନ୍ତୁ ଏବଂ ଆପଣମାନଙ୍କର ଛାତ୍ରଛାତ୍ରୀଙ୍କ ଭିତରେ ନିବସିତ ପରମାତ୍ମାଙ୍କର ସେବା କରନ୍ତୁ । ଆପଣମାନେ ଆମ ଗୁରୁମହାରାଜଙ୍କର ବିଭିନ୍ନ ଗ୍ରନ୍ଥ ପଢନ୍ତୁ ଏବଂ ନିଜନିଜକୁ ସେଥିରେ ସମୃଦ୍ଧ କରି ନିଜର ପବିତ୍ର କର୍ତ୍ତବ୍ୟ ପାଳନ କରନ୍ତୁ । ଆପଣମାନେ ନିଜ ନିଜର ଛାତ୍ରଛାତ୍ରୀଙ୍କ ଜୀବନକୁ ଉଜ୍ଜ୍ୱଳ ଓ ସମୃଦ୍ଧ କରନ୍ତୁ ।

         ଧର୍ମଶାସ୍ତ୍ର ତଥା ଦେବଦେବାଙ୍ଗ ପଢିବା ସହିତ ଘରେ ପ୍ରତ୍ୟହ ସତ୍ସଙ୍ଗର ଆୟୋଜନ କରନ୍ତୁ । ସନ୍ଧ୍ୟାବେଳେ ଘରର ସମସ୍ତେ ଥିବା ଅବସ୍ଥାରେ ସନ୍ଧ୍ୟାବେଳେ ସମସ୍ତେ ବସି ଭଗବତ୍ ନାମ କୀର୍ତ୍ତନ କରନ୍ତୁ ଏବଂ ଭଗବତ୍ ସାନ୍ନିଧି ଲାଭ କରନ୍ତୁ । ନିୟମିତ ଭାବରେ ଧାର୍ମିକ ଗ୍ରନ୍ଥ ପଢିଲେ, ପ୍ରାର୍ଥନା, ପୂଜା ଓ ଧ୍ୟାନ କରିଲେ, ସେସବୁ ଭଗବତ୍ ଲାଭରେ ସହାୟକ ହେବ । ସରଳ ଓ ଶୁଦ୍ଧ ଜୀବନଯାପନ କରନ୍ତୁ । ସବୁରି ଭିତରେ ଭଗବାନଙ୍କୁ ଦର୍ଶନ କରନ୍ତୁ । ଭଗବାନଠାରେ ମନ ଲଗାଇ କର୍ମରେ ହାତ ଦିଅନ୍ତୁ । ଏହା ହିଁ ହେଉଛି ଜୀବନରେ ସାଫଲ୍ୟଲାଭର ରହସ୍ୟ । ଆସନ୍ତୁ ଗୁରୁଦେବଙ୍କର ନିମ୍ନଲିଖିତ ଗୀତଟି ଗାଇବା, ମନେରଖିବା ଏବଂ କର୍ମକ୍ଷେତ୍ରରେ ଲଗାଇବା ।


ଗପ ସାରଣୀ

ତାଲିକାଭୁକ୍ତ ଗପ