ଶୂନ୍ୟ ଉପଦେଶ

ଦିନେ ଗୋଟିଏ ଝିଅ ଗାଧୋଇଲା ବେଳେ, ହଠାତ୍ ତାର ଗୋଡ ଖସିଗଲା ଓ ସେ ପାଣିରେ ବୁଡିଗଲା । ଯେତେବେଳେ ସେ ଝିଅଟି ଉବୁଟୁବୁ ହେଉଥାଏ, ସେ ଦେଖିଲା ତା’ପାଖରେ ନାଉରୀ ଯାଉଛି । ତେଣୁ ସେ ଝିଅ ନାଉରୀକୁ ପାଟିକରି ଡାକିଲା ଏବଂ ସେ ନାଉରୀ ବି ପାଖକୁ ଆସି ଝିଅଟିର ଏ ଅବସ୍ଥା ଦେଖିଲା, କିନ୍ତୁ ସେ ନାଉରୀ ଝିଅଟିକୁ ପାଣିରୁ ନଟାଣି ଓଲଟି ବୁଝାଇବାକୁ ଆରମ୍ଭ କଲା ଯେ କାହିଁକି ଏକୁଟିଆ ସେ ଏ ନଈରେ ଗାଧୋଉଥିଲା ଓ ଏତେ ପାଣିରେ ସେ କାହିଁକି ବା ପଶିଲା ।

                ଏହା ଦେଖି ସେ ଝିଅଟି ଖୁବ୍ କାକୁତି ମିନତି କରି କହିଲା, ମଉସା ମୋତେ ଆଗ ଏ ବିପତ୍ତିରୁ ଉଦ୍ଧାର କର, ତାପରେ ପଛେ ଉପଦେଶ ଦେବ ।

ଜଣେ ଯେତେବେଳେ ବିପଦରେ ପଡିଛି, ପ୍ରଥମେ ତାକୁ ସାହାଯ୍ୟ କର ତାପରେ ଯାଇ ତାକୁ ଉପଦେଶ ଦିଅ ।


ଗପ ସାରଣୀ

ତାଲିକାଭୁକ୍ତ ଗପ