ଅବିଶ୍ୱାସୀ ଉସମାନ ଓ ଚଣ୍ଡାଳ କନ୍ୟା କଳା

         ଶାରୀ କହିଲା – ଏ ଶୁଆ, ସେଇ କଥା ଛାଡି ସେଇ ବେଇମାନ୍ କଥା କହୁଛି ଶୁଣ । ଅହମ୍ମଦ ଅଲ୍ଲୀ ସେତିକି ଧନ ନେଇ ସହରକୁ ଫେରି ଗଲା । ସବୁ ଧନ ହାତରୁ ସରି ଗଲା ପରେ ସେ ମନେ ମନେ ସ୍ଥିର କଲା, ଏବେ ଯାଉଛି ମେହେନ୍ତର ଘରକୁ ଯିବି । ଆଉ ମେହେନ୍ତରକୁ କହିବି, ତୋ ଝିଅର ପୁଅ ହୋଇଛି । ଏକଥା ଶୁଣିଲେ ମେହେନ୍ତର ଖୁସି ହୋଇଯିବ । ନାତି ପାଇଁ କିଛି ଭାର ଥୋର ଦେବ, ସେଇ ଭାର ଥୋର ବିକି କିଛି ଦିନ ଚଳି ଯିବି । ଆରାମ ମଧ୍ୟ ମିଳିବ ।

         ଏକଥା ବିଚାର କରି ସେ ଶ୍ୱଶୁର ଘରେ ପହଁଚିଲା । ଦେଖିଲା ମେହେନ୍ତର ଝିଅ ଦୁଆରରେ ଠିଆ ହୋଇଛି । ତାକୁ ଦେଖି ଅହମ୍ମଦ ଅଲ୍ଲୀର ହୋସ୍ ଉଡି ଗଲା । ମେହେନ୍ତର ଝିଅ ଆସ୍ତେ ଆସ୍ତେ ଆସି ଅହମ୍ମଦ ପାଖରେ ଠିଆ ହେଲା, ଆଉ କହିଲା – ଏ ବେଇମାନ୍ ଅଲ୍ଲୀ! ମୁଁ ଆଜି ଯାଏଁ ତୋର ଗୁମର କଥା କେଉଁଠାରେ ହେଲେ ଖୋଲିନି, ବାପା ମା’ ମଧ୍ୟ କିଛି ଜାଣି ନାହାଁନ୍ତି, ଏବେ ତୁ କୌଣସି କଥା ପ୍ରତି ଚିନ୍ତା କରନି । ତୁ ଯେତେ ପାଷାଣ୍ଡ ହେଲେ ସୁଦ୍ଧା ମୋ ଆଗରେ ତୁ ମୋର ସ୍ୱାମୀ । ତୁ ମୋତେ ଯାହା ଭାବୁଛୁ ଭାବ ।

         ଏଇ ସମୟରେ ଶାଶୁ ଶ୍ୱଶୁର ଆସି ସେଠି ପହଁଚି ଗଲେ । ସେମାନେ ଖୁସିରେ ଅହମ୍ମଦ ଅଲ୍ଲୀକୁ ଗଳାରେ ଲଗାଇ ନେଲେ । କେତେ ଦିନ ଶ୍ୱଶୁର ଘରେ ଅହମ୍ମଦ ଜୁଆଇଁ କୁଣିଆ ହୋଇ ମଜାରେ ରହିଲା । ସବୁ ଦିନ ବି ଭଲ ଖାନା ପିନା ହେଲା । ସେ ମେହେନ୍ତର ଝିଅ ମନରେ ବିଶ୍ୱାସ ଜନ୍ମାଇଲା ସେ ଆଉ କେବେ ହେଲେ ସେମିତି ଧୋକା ଦେବନି । ସ୍ତ୍ରୀକୁ ସାଥିରେ ଧରି ଅହମ୍ମଦ ନିଜ ଗାଁକୁ ମୁହାଁଇଲା ।

         ଘୋର ଜଙ୍ଗଲ ପଡିଲା । ଦୁହେଁ ବିଶ୍ରାମ ନେଲେ । ଅହମ୍ମଦ ମନରେ ପୁଣି ସେଇ ପଶୁ ଭାବ ଚେଇଁଲା । ପୁଣି ପୂର୍ବ କର୍ମ କଲା । ଶୋଇଥିବା ଅବସ୍ଥାରେ ମେହେନ୍ତର ଝିଅର ଗଳା କାଟି ଦେଲା । ତା ପାଖରୁ ସବୁ ସୁନା, ରୂପା, ଟଙ୍କା, ପଇସା ଛଡାଇ ନେଇ ଅହମ୍ମଦ କେଉଁ ଆଡେ ଉଭେଇ ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ