ବତକ ଓ ତା’ର ସୁନା ଅଣ୍ଡା

                ବହୁତ ଦିନ ତଳେ ଜଣେ ଲୋକର ଗୋଟିଏ ବତକ ଥିଲା । ସେ ବତକଟି ସବୁଦିନ ଗୋଟିଏ ଲେଖାଏଁ ସୁନା ଅଣ୍ଡା ଦେଉଥିଲା । ସୁନା ଅଣ୍ଡାକୁ ବିକ୍ରିକରି ସେ ପରିବାର ଖୁବ୍ ଆରାମରେ ଚଳୁଥିଲେ ।

                ଦିନେ ସେ ଲୋକ ଭାବିଲା ଯେ, ଦିନକୁ ଗୋଟିଏ ଅଣ୍ଡା ପାଇଁ କାହିଁକି ଅନାଇ ବସିବି, ସେ ବତକର ପେଟ ଚିରି ସବୁତକ ଅଣ୍ଡା ଏକାଥରେ ବାହାର କରି ବିକି ଦେଲେ ମୋତେ ତ ବହୁତ ଟଙ୍କା ମିଳିଯିବ । ଏପରି ଭାବି ସେ ଲୋକଟି ବତକକୁ ମାରି, ତାର ପେଟ ଚିରିଦେଲା । ଆଉ ତା’ପେଟ ଭିତରେ ଦେଖିଲା ବେଳକୁ ସେଥିରେ ଆଦୌ ସୁନା ଅଣ୍ଡା ହିଁ ନାହିଁ । ବତକ ମରିଗଲା ପରେ ଆଉ ତାକୁ ସୁନା ଅଣ୍ଡା ମିଳିଲା ନାହିଁ ।

ଲୋଭ ଅନିଷ୍ଟର କାରଣ ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ