ଫାଇଦା ଧାରୀର ଭଲ ହୁଏ ନାହିଁ

ବଣ ଭିତରେ କାହାର ଅଧିକାର ବେଶୀ, ସେ ନେଇ ଦୁଇ ଗୋଷ୍ଠୀ ଭିତରେ ସର୍ବଦା ବିବାଦ ଲାଗି ରହି ଥାଏ । ପଶୁ ମାନଙ୍କ ମଧ୍ୟରେ ଲଢେଇରେ ଭାଗ ନେଇ ଥାନ୍ତି, ବାଘ, ସିଂହ, ଭାଲୁ ତଥା ହାତୀ । ପକ୍ଷୀ ମାନଙ୍କ ଭିତରେ ଭାଗ ନେଇ ଥାନ୍ତି ଗରୁଡ, ଚିଲ, ଶାର୍ଗୁଣା, କାଉ, ପେଚା ଇତ୍ୟାଦି । କେତେ ବେଳେ ପଶୁ ମାନେ ବିଜୟଲାଭ କରୁ ଥିଲେ ତ କେତେ ବେଳେ ପକ୍ଷୀ ଗୋଷ୍ଠୀ ବିଜୟ ଲାଭ କରୁ ଥିଲେ । କିନ୍ତୁ ଏହାର କୌଣସି ସମାଧାନ ହେଉ ନଥିଲା ।

                ଏହି ଲଢେଇରେ ଏଭଳି ଜଣେ ଥିଲା ଯିଏ କି ଅବସରବାଦୀ ଥିଲା ଏବଂ ନିଜକୁ ବଡ ବୋଲି ଭାବି ବୁଲୁ ଥିଲା । ଲଢେଇରେ ସମସ୍ତେ ବ୍ୟସ୍ତ ଥିବା କାରଣରୁ ସେମାନେ ସେହି ଜୀବଟିକୁ ନା ପଶୁ ମାନେ ଚିହ୍ନି ପାରୁ ଥିଲେ ନା ପକ୍ଷୀ ମାନେ ଚିହ୍ନି ପାରୁ ଥିଲେ । ଯେତେ ବେଳେ ଯୁଦ୍ଧ ବନ୍ଦ ହେଲା, ସେତେ ବେଳେ ଦୁଇ ଦଳଯାକ ମିଳା ମିଶା ହୋଇ ଗଲେ ସେତେ ବେଳେ ସେମାନେ ଏହି ନୂତନ ଜୀବ ବିଷୟରେ ପଚରା ଉଚରା କଲେ । ଖୋଜ ଖବର ନେଲା ପରେ ଜଣା ଗଲା ସେ ଜୀବଟି ହେଲା ବାଦୁଡି । ଯିଏ ଧୋକା ଦେଇ ଦୁଇ ଦଳ ସହିତ ଦେଖା କରିବାକୁ ଚାହୁଁ ଥିଲା ।

ସେମାନେ ବାଦୁଡିକୁ ଡକାଇ କହିଲେ ଯେ ଧୋକା ଦେବା ବାଲାଙ୍କ ସାଥିରେ କେବେ ଭଲ ହୁଏ ନାହିଁ । ତୁମକୁ ଆମେ ଆମର ଜାତି ମଧ୍ୟରେ ମିଶାଇ ପାରିବୁ ନାହିଁ କାରଣ ତୁମର ଏତେ ବଡ ବଡ ଡେଣା ଦେଖୁଛ ନା ସେଥି ପାଇଁ ତୁମକୁ ପଶୁ ଜାତିରେ ଗଣ୍ୟ କରିବା ନାହିଁ । ତେବେ ତୁମେ ପଶୁ ହେବ କେମିତି?


ଗପ ସାରଣୀ

ତାଲିକାଭୁକ୍ତ ଗପ