ବିପଦର ବନ୍ଧୁ ପ୍ରକୃତ ବନ୍ଧୁ

ଦୁଇ ସାଙ୍ଗ ମଦନ ଓ ପଦନ । ଦୁଇ ଜଣ ସହରକୁ ଯାଉ ଥିଲେ । ବାଟରେ ଗୋଟିଏ ଜଙ୍ଗଲ ପଡିଲା । ସେମାନେ କଥା ବାର୍ତ୍ତା ହୋଇ ହୋଇ ଯାଉ ଯାଉ ବାଟରେ ଗୋଟିଏ ବିରାଟ କାୟ ଭାଲୁକୁ ସେମାନେ ଦେଖିଲେ । ଯଦି ଭାଲୁ ସେମାନଙ୍କୁ ଆକ୍ରମଣ କରେ ତେବେ ସେମାନେ କ’ଣ କରିବେ? ନିଜ ନିଜର ପ୍ରାଣକୁ କିଭଳି ରକ୍ଷା କରିବେ? ବର୍ତ୍ତମାନ ଭାଲୁ ଆସି ଆମ ଦୁଇ ଜଣଙ୍କୁ ଆକ୍ରମଣ କରିବ ଆଉ ଆମ ଦୁଇ ଜଣଙ୍କୁ ମାରି ପକାଇବ ।

                ମଦନ ବହୁତ ଚାଲାକ୍ ଥିଲା । ସେ ଖୁବ୍ ଜୋର୍ରେ ଦୌଡି ପାରୁ ଥିଲା । ସେ ଗୋଟିଏ ଗଛ ଉପରେ ଚଢି ଗଲା । ସେ ଟିକିଏ ବି ପଦନ ପାଇଁ ଚିନ୍ତା କଲା ନାହିଁ । ପଦନ ଏକୁଟିଆ କିଭଳି ଭାଲୁର ସମ୍ମୁଖୀନ ହେବ । ଇତ୍ୟାଦି ଇତ୍ୟାଦି ।

                ପଦନ ବହୁତ ସାଧା ସିଧା ପିଲା ଥିଲା । ନା ସେ ଜୋର୍ରେ ଦୌଡି ପାରୁ ଥିଲା ନା ସେ ଗଛରେ ଚଢି ପାରୁ ଥିଲା । ସେ ଥରେ ଶୁଣି ଥିଲା ଯେ ଭାଲୁ କେବେ ମଲା ଜୀବ ଜନ୍ତୁକୁ ଖାଏ ନାହିଁ । ସେ ଆସି ମଲା ଜୀବ ଜନ୍ତୁଙ୍କ ପାଖରେ ପହଁଚି ଟିକେ ଶୁଙ୍ଘି ପଳାଇ ଯାଏ । ଏତିକିରେ ସେ ଭାଲୁ ଆସିବା ଆଗରୁ ଶ୍ୱାସ ବନ୍ଦ କରି ମାଟିରେ ଶୋଇ ପଡିଲା । ଏଭଳି ଅଭିନୟ କଲା ଯେ ଯେମିତି ପଦନ ସତରେ ମରି ଯାଇଛି ।

                ଏହି ସମୟରେ ଭାଲୁ ପଦନ ପାଖକୁ ଆସିଲା । ସେ ବହୁତ ସମୟ ଯାଏଁ ତା’ର ମୁହଁ, ନାକ ଇତ୍ୟାଦି ଅଙ୍ଗ ପ୍ରତ୍ୟଙ୍ଗକୁ ଶୁଙ୍ଘି ଜାଣି ପାରିଲା ଯେ ସେ ସତରେ ମରି ଯାଇଛି । ତେଣୁ ଭାଲୁଟି ପଦନକୁ ଛାଡି ଚାଲି ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ