ସହରର ଅଶାନ୍ତି

ଦୁଇଟି ମୂଷା ବହୁତ ଭଲ ସାଙ୍ଗ ଥିଲେ । ତାଙ୍କ ଭିତରୁ ଜଣେ ଗାଁରେ ରହୁଥିଲା ଓ ଆଉ ଜଣେ ସହରରେ ରହୁଥିଲା । ଗାଁରେ ଥିବା ମୂଷାଟି ବିଲରେ ଶାନ୍ତିରେ ରହୁଥାଏ । ତାକୁ ସେଠି ଯାହା ବି ଫସଲ ମିଳେ, ସେ ତାକୁ ଖାଇ ଆନନ୍ଦରେ ରହୁଥାଏ । ଥରେ ସେ ଗାଁରେ ରହୁଥିବା ମୂଷା ନିକଟକୁ ତା’ର ସହରୀ ସାଙ୍ଗ ବୁଲିଆସିଲା । ସାଙ୍ଗକୁ ଦେଖି ଏ ଗାଁରେ ରହୁଥିବା ମୂଷା ଭାରି ଖୁସି ହୋଇଗଲା । ସେ ଯାହାସବୁ ଫସଲ ସାଇତି କରି ରଖିଥିଲା, ତାକୁ ସବୁ ସାଙ୍ଗକୁ ଖାଇବାକୁ ଦେଲା । କିଛିଦିନ ପରେ ସହରୀ ସାଙ୍ଗ ତା’ର ଗାଁରେ ରହୁଥିବା ମୂଷା ସାଙ୍ଗକୁ କହିଲା “ଏଠି ରହି ଜୀବନଟା ତୁ କାହିଁକି ନଷ୍ଟ କରୁଛୁ । ସହରରେ ଭଲ ଖାଇବାକୁ ମିଳେ ଏବଂ ସହରରେ ରହିବା ଏହାଠାରୁ ବହୁତ ଭଲ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ