ପାଗଳ ପ୍ରେମୀ

ଭାରତ ଦେଶର ମଗଧ ଦେଶ । ସେହି ସହରରେ ସୁନନ୍ଦ ସେନ ନାମକ ଜଣେ ରାଜା ଥିଲେ । ତାଙ୍କର ଛଇଳା ନାମରେ ଏକ କନ୍ୟା ଥିଲା । ରାଜକୁମାରୀ ଛଇଳା ଅତ୍ୟନ୍ତ ସୁନ୍ଦରୀ ଏତେ ସୁନ୍ଦରୀ ଯେ ସେହି ସୌନ୍ଦର୍ଯ୍ୟ ନମନ୍ତେ ରାଜକୁମାରୀ ଖୁବ୍ ଅହଂକାରୀ ଥିଲେ । ଆଉ ମଧ୍ୟ ସେ ଶପଥ କରି ଥିଲେ ଯେଉଁ ଯୁବକ ମୋର ସାତ ଗୋଟି ପ୍ରଶ୍ନର ଉତ୍ତର ଦେଇ ଦେବ ରାଜ କୁମାରୀ ଛଇଳା ସେହି ଯୁବକଙ୍କୁ ବିବାହ କରିବ ।

ରାଜ କୁମାରୀ ଛଇଳାଙ୍କର ଏହି ଘୋଷଣା ସବୁ ରାଜ୍ୟରେ ପ୍ରଚାର କରି ଦିଆ ଗଲା । ଏ ଖବର ପାଇ ଅନେକ ରାଜ୍ୟରୁ ଅନେକ ରାଜ କୁମାର ରାଜ କୁମାରୀଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଆସିଲେ । ହେଲେ କେହି ଜଣେ ହେଲେ ଉତ୍ତର ଦେଇ ପାରିଲେ ନାହିଁ । ରାଜ କୁମାରୀ ସମସ୍ତଙ୍କୁ ବନ୍ଦୀ ଶାଳାରେ ରଖି ଦେଇ କହିଲା, ତୁମେ ସବୁ ପରାଜିତ ରାଜ କୁମାର ବନ୍ଦୀ ଶାଳାରେ ଥାଅ । ମୋର ବିବାହ ସରିବା ପରେ ମୁଁ ତୁମ ମାନଙ୍କୁ ବନ୍ଦୀରୁ ମୁକ୍ତ କରି ଦେବି ।

ଏହି ହାରିବା ରାଜ କୁମାର ମଧ୍ୟରେ ବିନମ୍ର କୁମାର ନାମରେ ଜଣେ ରାଜ କୁମାର ଥିଲା । କୌଣସି ଏକ ସୁବିଧା ପାଇ ଯିବାରୁ ସେ ବନ୍ଦୀ ଶାଳା ମଧ୍ୟରୁ ଲୁଚି ଲୁଚି ପଳାଇ ଗଲା । ଏକଥା ରାଜ କୁମାରୀ ଜାଣି ରାଜ୍ୟର ବହୁ କଟୁଆଳଙ୍କୁ ସେହି ରାଜ କୁମାରଙ୍କୁ ଖୋଜି ଆଣିବା କାର୍ଯ୍ୟରେ ଲଗାଇ ଦେଲେ ।

ଶୁଆ କହିଲା – ଦେଖିଲୁତ ଶାରୀ, ସେହି ବନ୍ଦୀ ଥିବା ରାଜ କୁମାରଙ୍କ ମଧ୍ୟରୁ ଜଣେ ରାଜ କୁମାର କିପରି ଖସି ପଳାଇଲା । ଶାରୀ କହିଲା – କୁଆଡେ ଖସି ଯିବ ସେ, ସେ ପରା ପାଗଳ ପ୍ରେମୀ । ସେ ସିନା ବନ୍ଦୀ ଶାଳାରୁ ଖସି ପଳାଇଲା କିନ୍ତୁ ରାଜ କୁମାରୀ ରୂପ ଦେଖିତ ସେ ପାଗଳ । ସେ ପରା ରାଜ କୁମାରୀ ରୂପରେ ବନ୍ଧା ।


ଗପ ସାରଣୀ

ତାଲିକାଭୁକ୍ତ ଗପ