ରାଜାଙ୍କର କୋଷ୍ଠ ସାଫ୍

ଗୋପାଳ ଏବେ ଏହି ଠାରେ ନୌକା ଲଗାଅ । ଗୋପାଳ କହିଲା – “ଆଜ୍ଞା ଏଠାରେ ଭାରି ବାଘର ଭୟ, ଜାଣି ଶୁଣି କଅଣ ବିପଦ କିଣିବେ? ଆଉ ଟିକିଏ ଆଗକୁ ଚାଲନ୍ତୁ ଏତେ ତରବର କିଆଁ?” ପୁଣି କିଛି ଦୂର ନୌକା ଗଲା । ରାଜା ଅସମ୍ଭାଳ ହେଲେଣି । ରାଜା ପୁଣି କହିଲେ, ଗୋପାଳ ନୌକାଟି ଏହି ଟାପୁ ଚଢାରେ ଲଗାଅ । ଗୋପାଳ କହିଲେ – “ଆଜ୍ଞା ନା, ଏଠାରେ ଖାଲି କୁମ୍ଭୀର ମାଳକୁ ମାଳ, ଗଲେ ସତେ କ’ଣ ଆଉ ଫେରିବେ । ନା ଆଉ ଟିକିଏ ଆଗକୁ ଚାଲନ୍ତୁ ।” ପୁଣି କିଛି ଦୂର ନୌକା ଯିବାରୁ ରାଜା କହିଲେ – “ଗୋପାଳ ତୁମ୍ଭେ ଆଉ ଆଗକୁ ନଯାଇ ଏହି ଠାରେ ନୌକା ଲଗାଅ, ଆଉ ରହି ହେବ ନାହିଁ । ଗୋପାଳ କହିଲେ – “ଆଜ୍ଞା ନା ଏଠାରେ ଦେଖୁ ନାହାଁନ୍ତି ଖାଲି କଂଟା ବଣ । ରାଜା କହିଲେ – କଂଟା ଥାଉ ପଛେ ତମେ ଆଗେ ନୌକା ଲଗାଅ । ରାଜା ଅସମ୍ଭାଳ ହେବା ଜାଣି ଗୋପାଳ ଏଥର କୂଳକୁ ନୌକା ଲଗାଇ ଦେଲେ । ରାଜା ନୌକାରୁ ଯାଇ ଶୀଘ୍ର ଶୀଘ୍ର ପୋଖରୀ ପାଣି ଶେଷ କରି ପୁଣି ଆସି ଗୋପାଳକୁ କହିଲେ – “ଏବେ ନୌକା ଚଳାଅ । ତହୁଁ ଗୋପାଳ ପଚାରିଲେ ମହାରାଜ ବର୍ତ୍ତମାନ କିପରି ମନରେ ସୁଖାନୁଭବ କରୁଛନ୍ତି କୁହନ୍ତୁ ।” ରାଜା କହିଲେ – “ଗୋପାଳ ଆଃ ବଂଚାଇଲୁ, ଖୁବ୍ ଆରାମ୍ବୋଧ ହେଉଛି ।” ତହୁଁ ଗୋପାଳ କହିଲେ – ଆପଣଙ୍କର ପୁତ୍ର ଜନ୍ମ ହେବା କଥା ଶୁଣି ଠିକ୍ ଏହି ପରି ମୋ ମନରେ ସୁଖ ବୋଧ ହୋଇ ଥିଲା । କିନ୍ତୁ ଆପଣ ମୋ ଉପରେ ବିରକ୍ତ ହୋଇ ଥିଲେ କ୍ଷମା କରିବେ । ରାଜା ନିରୁତ୍ତର ହୋଇ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ