ଦି ମୁଣ୍ଡିଆ ଚଢେଇ

ବହୁତ ଦିନ ତଳେ ଗୋଟିଏ ଗଛରେ ଗୋଟିଏ ଦି ମୁଣ୍ଡିଆ ଚଢେଇ ରହୁଥିଲା । ତାର ଦୁଇଟି ମୁହଁ ଏବଂ ଗୋଟିଏ ପେଟ, ଦିନେ ଗୋଟା ପାଚିଲା ଆମ୍ବ ଦେଖି ଚଢେଇର ଗୋଟାଏ ମୁହଁ ତାକୁ ପୁରା ଖାଇଦେଲା । ଏଥିରେ ଦ୍ୱିତୀୟ ମୁଣ୍ଡ ପ୍ରଥମ ମୁଣ୍ଡକୁ ଗାଳି ଦେଲା । ଏକଥା ଶୁଣି ପ୍ରଥମ ମୁଣ୍ଡ କହିଲା ଯିଏ ଖାଇଲେ କ’ଣ ହେଲା ସବୁ ତ ସେଇ ଗୋଟିଏ ପେଟକୁ ଯାଉଛି ।

                କିଛିଦିନ ପରେ ଦ୍ୱିତୀୟ ମୁହଁ ଗୋଟିଏ ବିଷାକ୍ତ ଫଳ ଦେଖି ତାକୁ ଖାଇବାକୁ ବସିଲା । ଏହା ଦେଖି ପ୍ରଥମ ମୁହଁ ତାକୁ ବାରମ୍ବାର ମନା କରିଲା । କିନ୍ତୁ ଦ୍ୱିତୀୟ ମୁଣ୍ଡ କିଛି ବି ଶୁଣିଲା ନାହିଁ ଏବଂ ସେ ବିଷାକ୍ତ ଫଳଟିକୁ ଖାଇଦେଲା । ଫଳରେ ସେ ଚଢେଇର ପେଟକୁ ବିଷାକ୍ତ ଫଳ ଯିବାରୁ ସେ ମରିଗଲା ।

ଗୋଟିଏ ପରିବାରରେ ରହିଲେ କେହି ବି କାହାରି ସହିତ କଳି କରିବା ଆଦୌ ଉଚିତ୍ ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ