ଗୁପ୍ତ ଦଲିଲ୍

ବର୍ଷ ପରେ ବର୍ଷ ବିତିଗଲା । ଏବେ ସାନ୍ ସୁ ଚଉଦ ବର୍ଷର ବାଳକ । ଦିନେ ସେ ତା’ ମା’ଙ୍କୁ ପଚାରିଲା, “ମା’ ମୋ ପାଇଁ କିଛି ରେଶମୀ ଲୁଗାର ପୋଷାକ ତିଆରି କରିଦେଉନ କାହିଁକି?” ଉତ୍ତରରେ ମା’ ତାଙ୍କ ଦାରିଦ୍ର୍ୟର କାରଣ ବିଷୟରେ ତାକୁ ସବୁ କଥା ବୁଝେଇ ଦେଲେ ।

                ସାନ୍ ସୁ ସବୁ ଶୁଣି କହିଲା, “ମୋ ପିତା ତ ରାଜପ୍ରତିନିଧି ଥିଲେ ଆଉ ଆମେ ତ ତାଙ୍କର ମାତ୍ର ଦୁଇଜଣ ପୁତ୍ର । ଏବେ ଭାଇ ଏତେ ଧନୀ ଅଥଚ ଆମେ କାହିଁକି ଏତେ ଗରିବ?” ମା’ ଏସବୁ କଥା କହିବା ପାଇଁ ତାକୁ ବାରଣ କଲେ । ଥରେ ସାନ୍ ସୁ ମା’ଙ୍କୁ କିଛି ନକହି ଲୁଚିକରି ସେ ତା’ର ବଡ ଭାଇକୁ ଯାଇ କହିଲା, “ଭାଇ, ଆମ ବାବା ତ ବହୁତ ବଡ ଜଣାଶୁଣା ଲୋକ ଥିଲେ । ମୋର ଏଇସବୁ ଛିଣ୍ଡା ପୋଷାକ ଦେଖି ଲୋକେ ଖାଲି ହସୁଛନ୍ତି । ତମେ କିଛି ରେଶମୀ କନା ଦେଲେ ମୁଁ ସେଥିରେ ପୋଷାକ ବନାନ୍ତି ।”

                “ତୋର ନୂଆ ପୋଷାକ ଦରକାର ହେଲେ ତୋ ମା’କୁ ଯାଇ ତୁ ମାଗ । ଏଠିକି କାହିଁକି ଆସିଲୁ, ଯାଃ ପଳା” ଏହା କହି ସେ ତାକୁ ଏକ ଚାପୁଡା ମାରି ସେଠାରୁ ସିଧା ବାହାର କରିଦେଲା । ସାନ୍ ସୁ ସେଠାରୁ ଫେରି ମା’ଙ୍କୁ ସବୁ କଥା କହିଲା ।

                ମା’ ତାଙ୍କ ଆଖିରେ ଲୁହ ଭରି ପୁଅକୁ ଆଦର କରୁ କରୁ କହିଲେ, “ମୁଁ ତ ତୋତେ ସେଠାକୁ ଯିବାକୁ ବାରମ୍ବାର ମନା କରିଥିଲି, ହେଲେ ତୁ ତ ମୋ କଥା ମୋଟେ ଶୁଣିଲୁ ନାହିଁ, ମାତ୍ର ଏବେ ଫଳ କ’ଣ ହେଲା ।” ତା’ପରେ ତା’ର ମା’ ଦାସୀ ହାତରେ କହି ପଠାଇଲା ଯେ ସାନ୍ ସୁ ତ ଏବେ ସୁଦ୍ଧା ବି ପିଲା ଅଛି, ତା’ର ଏଭଳି ଅଜ୍ଞାନତାକୁ ଯେପରି କ୍ଷମା କରାଯାଏ । କିନ୍ତୁ ସାନ୍ ଚି ଏଥିରେ ବହୁତ ରାଗି ଯାଇଥିଲା । ପରଦିନ ସକାଳୁହିଁ ସେ ତା’ର ସମସ୍ତ ବନ୍ଧୁବାନ୍ଧବଙ୍କୁ ମେୟ ଓ ସାନ୍-ସୁକୁ ସମ୍ମୁଖରେ ଡାକି ଆଣିଲା ଓ ତାଙ୍କୁ କହିଲା, “ଆପଣମାନେ ଏହା ଭାବନ୍ତୁନାହିଁ ଯେ ସାନ୍-ସୁ ମୋର ଶତ୍ରୁ । ସେ କାଲି ଆସି ଧନସମ୍ପତ୍ତି ବିଷୟରେ ମୋ ସହିତ ବହୁତ ଝଗଡା କଲା । ଏବେଠାରୁ ଏପରି ବ୍ୟବହାର କଲେ ଭବିଷ୍ୟତରେ ସେ କ’ଣ ଯେ ହେବ? ତେଣୁ ଆପଣମାନଙ୍କ ଉପସ୍ଥିତିରେ ବାବା ଲେଖିଥିବା ଦଲିଲ୍ ଅନୁସାରେ ମୁଁ ସାନ୍ ସୁକୁ ତା’ର ପ୍ରାପ୍ୟ ସମ୍ପତ୍ତି ଦେଇ ଦେଉଛି । ଆଜିଠାରୁ ପୂର୍ବପଟର ଘର ତା’ର । ଆଉ ପାଞ୍ଚଗୁଣ୍ଠ ଜମି ମଧ୍ୟ ତା’ର ।” ଏକଥା କହି ସେ ତା’ର ବାବା ଲେଖିଥିବା ଦଲିଲ୍କୁ ସମସ୍ତିଙ୍କ ସମ୍ମୁଖରେ ରଖିଲା ।

                କେତେକ ଲୋକଙ୍କୁ ଏହା ଅତ୍ୟନ୍ତ ଅନ୍ୟାୟ ମନେହେଲେ ମଧ୍ୟ ଭୟରେ କେହି କିଛିବି ଆପତ୍ତି କଲେ ନାହିଁ ।

ତା’ପରେ ନିଜ ଭାଗ୍ୟକୁ ଆଦରି ମେୟ ଓ ସାନ-ସୁ ପୂର୍ବପଟର ସେହି ପୁରୁଣା ଭଙ୍ଗା ଘରକୁ ଚାଲିଗଲେ । ବର୍ଷା ହେଲେ ସବୁଆଡେ ଖାଲି ପାଣି ଗଳୁଥାଏ । ଯେଉଁ ଜମି ମିଳିଥିଲା ତାହା ମଧ୍ୟ ଅନାବାଦୀ ଜମି । ଆବାଦ୍ କରି କ୍ଷେତ ଫସଲ କରିବାକୁ ସେମାନେ ବହୁ ଚେଷ୍ଟା କଲେ କିନ୍ତୁ ସେଠାରେ କିଛି ଫସଲ ଆଦୌ ହେଲା ନାହିଁ ।”

ସେହିପରି ପ୍ରାୟ ବର୍ଷେ ବିତିଗଲା । ଖବର ମିଳିଲା କି ତାଙ୍କ ଗ୍ରାମକୁ ଜଣେ ଭଲ ନ୍ୟାୟାଧୀଶ ଆସିଛନ୍ତି । ସେହି ଗ୍ରାମରେ ଏକ ହତ୍ୟାକାଣ୍ଡ ସମ୍ପର୍କରେ ପୁରୁଣା ନ୍ୟାୟାଧୀଶ ଜଣେ ନିର୍ଦୋଷୀ ବ୍ୟକ୍ତିକୁ ଦୋଷୀ ସାବ୍ୟସ୍ତ କରି ତାକୁ ପ୍ରାଣଦଣ୍ଡ ଦେଇଥିଲେ । କିନ୍ତୁ ନ୍ୟାୟାଧୀଶ ଆସି ପ୍ରକୃତ ଦୋଷୀକୁ ଧରାଇଲେ ଓ ନିର୍ଦୋଷ ବ୍ୟକ୍ତିକୁ ଖଲାସ କରାଇଲେ । ତେଣୁ ତାଙ୍କର ସୁଖ୍ୟାତି ଚାରିଆଡେ ବ୍ୟାପିଗଲା ।

                ଏସବୁ ଶୁଣି ମେୟ ଭାବିଲା ଯେ ତା’ ପୁତ୍ର ପ୍ରତି ଯେଉଁ ଅନ୍ୟାୟ ହୋଇଛି ସେ ବିଷୟ ଯାଇ ନୂଆ ନ୍ୟାୟାଧୀଶଙ୍କୁ କହିଲେ କାଳେ କିଛି ଲାଭ ହୁଅନ୍ତା । ଏହିକଥା ମନରେ ସ୍ଥିର କରି ମେୟ ତା’ର ମୃତ ପତି ମୃତ୍ୟୁ ପୂର୍ବରୁ ଦେଇଥିବା ଦଲିଲ୍କୁ ନେଇ ତାଙ୍କ ପାଖକୁ ଗଲା । ସେଠାରେ ପହଁଚି ସେ ମେୟ ବହୁତ ବିନୟ ପୂର୍ବକ ନିବେଦନ କରି କହିଲା, “ମହାଶୟ, ସାନ୍ ଚି ମୋ ସ୍ୱାମୀଙ୍କର ପ୍ରଥମ ସ୍ତ୍ରୀର ପୁତ୍ର । ସେ ସମସ୍ତ ସମ୍ପତ୍ତି ଠକି ନେଇଗଲା ମୋ ପୁଅ ସାନ୍ ସୁ କିଛି ହେଲେବି ପାଇଲା ନାହିଁ । ମୋ ସ୍ୱାମୀ ତ ତାଙ୍କ ମୃତ୍ୟୁ ପୂର୍ବରୁ ଗୋଟିଏ ଦଲିଲ୍ ମୋତେ ଦେଇ ଏହା କହିଥିଲେ ଯେ ଜଣେ ଧାର୍ମିକ ଓ ବୁଦ୍ଧିମାନ ନ୍ୟାୟାଧୀଶଙ୍କୁ ଏଇଟି ଦେଖାଇଲେ ଏହା ଭିତରେ ଥିବା ରହସ୍ୟ ସେ ଠିକ୍ ଜାଣିପାରିବେ ଓ ତୁମେ ତୁମର ନ୍ୟାର୍ଯ୍ୟ ସମ୍ପତ୍ତି ପାଇବ । ଆପଣ ଦୟାକରି ଏଇଟି ପଢି ଏହାର ରହସ୍ୟ ଉନ୍ମୋଚନ କରି ଆମକୁ ଟିକେ ସାହାଯ୍ୟ କରନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ