ସୁନାଖଣିର ଦେଶ

ପୃଥିବୀର କେଉଁ କେଉଁ ଦେଶରେ ସୁନାଖଣିମାନ ଅଛି ତାହା କହି ପାରିବ? ପୃଥିବୀର ୯୦ରୁ ବେଶୀ ଦେଶରେ ସୁନାଖଣି ରହିଥିବାର ଜଣାପଡିଛି । ବେଶୀ ସୁନାଥିବା ପ୍ରଥମ ଦଶଟି ଦେଶ ରହିଛି ପ୍ରଧାନତଃ ଚାରିଟି ମହାଦେଶରେ ।

                ୨୦୧୧ ମସିହାର ତଥ୍ୟ ଅନୁସାରେ ସେହିସବୁ ଦେଶ ଉତ୍ପାଦନ କରିଥିଲେ ୧୮ ଲକ୍ଷ କିଲୋଗ୍ରାମ୍ ସୁନା । ଚୀନ୍ରେ ହିଁ ସର୍ବାଧିକ ସୁନା ଉତ୍ପାଦିତ ହୋଇଥାଏ । ୨୦୧୧ ମସିହାରେ ଚୀନ୍ ଉତ୍ପାଦନ କରିଥିଲା ତିନିଲକ୍ଷ କିଲୋଗ୍ରାମ୍ ସୁନା । ତେବେ ଚୀନ ତଳକୁ ଥିଲା ଅଷ୍ଟ୍ରେଲିଆ । ସେଠାରେ ଦୁଇଲକ୍ଷ ୭୦ ହଜାର କେ.ଜି. ସୁନା ଉତ୍ପାଦିତ ହୋଇଥିଲା । ଏହାର ପାଖାପାଖି ଦୁଇତୃତୀୟାଂଶ ମିଳିଥିଲା ପଶ୍ଚିମ ଅଷ୍ଟ୍ରେଲିଆର ଖଣିଗୁଡିକରୁ । ଦୁଇଲକ୍ଷ ୩୭ ହଜାର କେ.ଜି. ସୁନା ଉତ୍ପାଦନ କରି ଆମେରିକା ଅଧିକାର କରିଥିଲା ତୃତୀୟସ୍ଥାନ । ଆମେରିକାର ନେଭାଦା ତା’ର ସୁନାଖଣି ଯୋଗୁଁ ପ୍ରସିଦ୍ଧ । ରୁଷିଆରୁ ଉତ୍ପାଦିତ ହୋଇଥିବା ସୁନାର ପରିମାଣ ଥିଲା ପାଖାପାଖି ଦୁଇଲକ୍ଷ କିଲୋଗ୍ରାମ୍ । ଏହାଛଡା ଦକ୍ଷିଣ ଆମେରିକାରେ ୧ ଲକ୍ଷ ୯୦ ହଜାର କିଲୋଗ୍ରାମ, ପେରୁରେ ଏକଲକ୍ଷ ୫୦ ହଜାର କିଲୋଗ୍ରାମ୍, କାନାଡାରେ ୧ଲକ୍ଷ ୧୦ ହଜାର କିଲୋଗ୍ରାମ୍, ଘାନା ଏବଂ ଇଣ୍ଡୋନେସିଆରେ ୧ଲକ୍ଷ କିଲୋଗ୍ରାମ୍ ଲେଖାଁଏ ଏବଂ ଉଜ୍ବେକିସ୍ତାନରେ ୯୦ ହଜାର କିଲୋଗ୍ରାମ୍ ସୁନା ଉତ୍ପାଦନ କରାଯାଇଥିଲା ।

ତେବେ ସବୁଠାରୁ ବେଶୀ ସୁନା ବିକାକିଣା ହୋଇଥାଏ ଇଣ୍ଡିଆରେ । ତା’ତଳକୁ କ୍ରମାନ୍ୱୟରେ ଚୀନ୍, ଆମେରିକା ଓ ଜର୍ମାନୀର ସ୍ଥାନ । ତୁର୍କୀ, ସୁଇଜରଲ୍ୟାଣ୍ଡ, ଥାଇଲାଣ୍ଡ, ଭିଏତ୍ନାମ, ରୁଷିଆ ଏବଂ ସାଉଦି ଆରବରେ ମଧ୍ୟ ଯଥେଷ୍ଟ ସୁନା କିଣାବିକା ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ