କାଉର ମୟୂର ଚାଲି

ଯେତେ ବେଳେ କାଉ ମୟୂରକୁ ଦେଖେ ସେତେ ବେଳେ ତାର ମନରେ ପ୍ରତି ହିଂସା ଜାତ ହୋଇ ଥାଏ । କାରଣ ତାର ସୁନ୍ଦର ରୂପରେ ସେ ବିମୋହିତ ହେବା ସହିତ ତା ମନରେ ହିଂସା ଜାତ ହେଉ ଥିଲା । ସେ ଭଗବାନଙ୍କୁ କୁହେ ଯେ ଭଗବାନ ତୁମେ ମୟୂରକୁ ଏତେ ସୁନ୍ଦର ରୂପ ଦେଲ ଅଥଚ ମୋତେ… । ଯଦି ମୋତେ ମୟୂର ଭଳି ସୁନ୍ଦର ରୂପ ଟିଏ ଦେଇ ଥାନ୍ତ ତେବେ ମୋର ଆନନ୍ଦର ସୀମା ରହି ନଥାନ୍ତା । ମୁଁ ଖୁବ୍ ଆନନ୍ଦରେ ଦିନ ଅତିବାହିତ କରି ଥାନ୍ତି ।

ଏକଦା ଜଙ୍ଗଲ ଭିତରେ କାଉଟି ଦେଖିଲା ଯେ ମୟୂରର ପୁଂଛ ଗୁଡିକ ଛିନ୍ଛତ୍ର ହୋଇ ପଡିଛି । ମୟୂରର ପୁଂଛ ଗୁଡିକୁ ଦେଖି କାଉର ଆଉ ଆନନ୍ଦର ସୀମା ରହିଲା ନାହିଁ । ସେ ନାଚି ନାଚି କହିବାକୁ ଲାଗିଲା – ବାହଃ ଭଗବାନ୍ ବାଃ ! ବହୁତ କୃପା କଲ ମୋ ଉପରେ ମୋର ଡାକ ତୁମେ ଶୁଣି ପାରିଛ ନିଶ୍ଚୟ । ମୁଁ ବର୍ତ୍ତମାନ ଏହି ପୁଂଛ ଗୁଡିକୁ ଉପଯୋଗ କରିବି ଆଉ ଗୋଟିଏ ମୟୂରର ରୂପ ଧାରଣ କରିବି ।

ଏହା ପରେ କାଉ ମୟୂରର ପୁଂଛ ଗୁଡିକ ଏକାଠି କରି ନିଜ ପୁଂଛ ଭିତରେ ଖଞ୍ଜି ବାକୁ ଲାଗିଲା । ତା’ପରେ ନିଜର ନୂଆ ରୂପକୁ ଦେଖୁ ଦେଖୁ କାଉ କହି ପକାଇଲା ବାହାଃ । ମୋତେ ଟିକେ ଦେଖ । ମୋ ପାଖରେ କୌଣସି ପକ୍ଷୀ ସମକକ୍ଷ ହୋଇ ପାରିବେ ନାହିଁ । ବର୍ତ୍ତମାନ ମୁଁ ମୟୂର ଠାରୁ କୌଣସି ଗୁଣରେ କମ୍ ନୁହେଁ । ଏକଦମ୍ ମୟୂର ଭଳିଆ ସମାନ ସୁନ୍ଦର ଆଉ ମନୋହର ହୋଇ ଉଠିଛି । ଆଚ୍ଛା ବର୍ତ୍ତମାନ ମୁଁ ଚାଲିଲି ମୟୂର ପାଖରେ ଆଉ ମୟୂର ସହିତ ମିଶି ତାଙ୍କରି ପରି ମନ ଖୁସିରେ ନାଚିବି ।


ଗପ ସାରଣୀ

ତାଲିକାଭୁକ୍ତ ଗପ