ବୁଦ୍ଧିଥିଲେ ବିପଦରୁ ରକ୍ଷା ମିଳେ

ଏକ ବିରାଟ ଜଙ୍ଗଲକୁ ଲାଗି ଗାଁଟିଏ । ଗାଁଟିର ନାମ ତଳବରାଦ । ସେଇ ଜଙ୍ଗଲ ମଝିରେ ବିରାଟ ପାହାଡଟିଏ । ସେଇ ପାହାଡରେ ଗୋଟିଏ ମହାବଳ ବାଘ ରହେ । ରାତି ହେଲେ ବାଘଟି ପାହାଡରୁ ଓହ୍ଲାଇ ଆସି ଗାଁ ଲୋକ ମାନଙ୍କର ଛେଳି, ବାଛୁରୀ, ମେଣ୍ଢା ପ୍ରଭୃତି ଗୁହାଳରେ ପଶି ଖାଇଯାଏ । ଗାଁ ଲୋକଙ୍କ ମନରେ ଭାଳେଣି ପଡିଲା, ବାଘକୁ କେମିତି ମାରିବେ । ସନ୍ଧ୍ୟା ହେବା ମାତ୍ରେ ଗାଁଟିରେ ତାଟି କବାଟ ପଡିଯାଏ । ଲୋକମାନେ ବାଘ ଭୟରେ କବାଟ କିଳି ଘରେ ରହନ୍ତି । ଗାଁର ପଶ୍ଚିମ ପଟେ କାମେଶ୍ୱର ଈଶ୍ୱରଙ୍କ ମନ୍ଦିର । ସେଇ ମନ୍ଦିର ପାଖକୁ ଲାଗି ଗୋଟିଏ ଚାଳଘରେ ଦୁଇଜଣ ବୁଢା ବୁଢୀ ରହୁଥିଲେ । ତାଙ୍କର ଟୁଆଁ ଓ ଟୁଇଁ ନାମରେ ଦୁଇଟି ପୁଅ ଝିଅ ଥିଲେ ।

         ଦିନକର କଥା । ବୁଢା ବୁଢୀ ଦୁଇଜଣ ଚକୁଳି ପିଠା ଖାଇବା ଲାଗି କଳିକଲେ । ବୁଢା ବୁଢୀକୁ ଗୋଟିଏ ବାଡି ଧରି ନିସ୍ତୁକ ପିଟିଲା । ମାଡ ଖାଇ ବୁଢୀ ଦାଣ୍ଡ ପିଣ୍ଡାରେ ବସି ବାହୁନି ବାହୁନି କାନ୍ଦିବାକୁ ଲାଗିଲା । ତା’ ସହିତ ଟୁଆଁ ଟୁଇଁ ମଧ୍ୟ କାନ୍ଦିବାକୁ ଲାଗିଲେ । ସେମାନଙ୍କର କନ୍ଦାକଟା ଶୁଣି ଗାଁ ଲୋକମାନେ ଧାଇଁ ଆସିଲେ । ସେମାନେ ବୁଢା ବୁଢୀଙ୍କର କଥା ଶୁଣି ତାଙ୍କ କଳିର ସମାଧାନ କରିଦେଲେ । ଶେଷରେ ସ୍ଥିର ହେଲାଯେ ଆସନ୍ତା କାଲି ପିଠା ତିଆରି ହେବ, ବୁଢା ବୁଢୀ ଖାଇବେ । କଥାଟାର ସମାଧାନ ହୋଇଯିବ । ସକାଳୁ ସକାଳୁ ବୁଢୀ ଉଠି ବୁଢାକୁ ଟଙ୍କା ଦେଇ ବଜାରକୁ ପଠାଇ ଦେଲା ବିରି ଆଣିବା ପାଇଁ । ବୁଢୀ ଘରେ ତ ଅରୁଆ ଚାଉଳ ଥିଲା, ବୁଢା ବିରି ଆଣିବା ପରେ ବୁଢୀ ତାକୁ ବାଟି ପିଠୋଉ ଆଣ ତିଆରି କଲା । ବୁଢୀ ଆଣ ନେଇ ଚୁଲି ପାଖରେ ନେଇ ରଖିବା ବେଳକୁ ଟୁଆଁ ଟୁଇଁ ଚୁଲି ପାଖରେ ଯାଇ ବସି ପଡିଲେ ପିଠା ଖାଇବା ପାଇଁ । ବୁଢୀ ଅଣ୍ଡାଳି ଅଣ୍ଡାଳି ଦେଖିଲାଯେ ଘରେ ଜାଳ ନାହିଁ । ବୁଢୀ ପିଠା ତିଆରି କରିବ କେମିତି? ଟୁଆଁ କହିଲା ଟୁଇଁଲୋ ଚାଲେ ଜଙ୍ଗଲରୁ କାଠ ଆଣିବା, ମା’ ପିଠା ତିଆରି କଲେ ଖାଇବା ।


ଗପ ସାରଣୀ

ତାଲିକାଭୁକ୍ତ ଗପ