ନିରକ୍ଷର ସେନାପତି

ସ୍ପେନ୍ରେ ଜଣେ ନିରକ୍ଷର ସେନାପତି ଥିଲେ; ସେ ଭାବୁଥିଲେ ତାଙ୍କର ଯଥେଷ୍ଟ ଜ୍ଞାନ ଅଛି; ତେଣୁ ପଢାପଢିର ଆବଶ୍ୟକତା କେଉଁଠି?

                ଦିନେ ରାଜା ତାଙ୍କ ପାଖକୁ ଆଦେଶ ଦେଇ ଲେଖି ପଠାଇଲେ କି ରାଜ୍ୟର କୌଣସି ସ୍ଥାନରେ ଯୁଦ୍ଧ ହେଉଛି, ସେ ଯେପରି ଶୀଘ୍ର ତାଙ୍କ ସୈନ୍ୟମାନଙ୍କୁ ନେଇ ଯୁଦ୍ଧକ୍ଷେତ୍ରକୁ ସିଧା ଯାଇ ଯୁଦ୍ଧ କରିବେ ।

                ସେନାପତି ତୁରନ୍ତ ସୈନ୍ୟମାନଙ୍କୁ ନେଇ ଯୁଦ୍ଧ କ୍ଷେତ୍ରକୁ ଗଲେ, ସର୍ବଦା ଜଣେ ଗରୀବ ପାଠପଢୁଆ ଲୋକ ତାଙ୍କ ସାଥିରେ ଥାଏ । ପାଠୁଆ ଲୋକଟି ପ୍ରତିଦିନ ଯୁଦ୍ଧ ବିବରଣୀ ଲେଖି ସେନାପତିଙ୍କ ମୋହର ବସାଇ ରାଜାଙ୍କ ପାଖକୁ ତାହା ପଠାଇଦିଏ । କିନ୍ତୁ ହଠାତ୍ ଦିନେ ଶତୃପକ୍ଷର ଶର ଲାଗି ତା’ର ମୃତ୍ୟୁ ହେଲା ।

                ଏଥର ସେନାପତିଙ୍କର ନୂତନ ସହାୟକର ଆବଶ୍ୟକତା ପଡିଲା । ସହଜରେ ମଧ୍ୟ ଜଣେ ପାଠୁଆ ଲୋକ ମିଳିଲା ନାହିଁ । ତଥାପି ମଧ୍ୟ ସେ ନିଜର ଭୁଲ୍ ବୁଝି ପାରିଲେ ନାହିଁ । ହଠାତ୍ ଆଉ ଗୋଟିଏ ନୂତନ ସମସ୍ୟା ଦେଖାଦେଲା; ରାଜାଙ୍କ ପାଖରୁ ଜଣେ ଦୂତ ଚିଠିଟିଏ ଆଣି ତାଙ୍କହାତକୁ ଦେଇ ଚାଲିଗଲା । ସେନାପତି ବୁଝିପାରିଲେ ନାହିଁକି ସେହି ପତ୍ରରେ ରାଜା କ’ଣ ଲେଖିଛନ୍ତି । ଏଣୁ ତାଙ୍କ ଅବସ୍ଥା ବଡ ଦୟନୀୟ ହୋଇପଡିଲା । ଠିକ୍ ସେତିକିବେଳେ ସେ ଜଣେ ସୈନିକକୁ ଦେଖିଲେ । ସେ ତାଙ୍କର ଆଗରୁ ଘନିଷ୍ଠ ଥିଲା ଓ ପାଠୁଆ ମଧ୍ୟ ଥିଲା ।

                ସେ ତାକୁ ଡାକି କହିଲେ, “ଏହି ପତ୍ରଟିକୁ ପଢି କୁହ, ଏଥିରେ କ’ଣ ଲେଖା ହୋଇଛି । ଯଦି ଭୁଲ୍ ପଢିବ ତ ତୁମକୁ ମୁଁ କଠିନ ଦଣ୍ଡଦେବି । ମାତ୍ର ସେଥିରେ ଯାହା ଲେଖା ହୋଇଛି ତାହା ଗୁପ୍ତ ରହିବା ଦରକାର । ଏହା ଆମ ଦୁଇଜଣଙ୍କ ବ୍ୟତୀତ ଆଉ କେହିବି ଜାଣିବା କଥା ନୁହେଁ । ଏକଥା ମନେ ରଖିବ, କ’ଣ ବୁଝିଲ?”

                ସୈନିକର ସେନାପତିଙ୍କ ଉପରେ ରାଗ ଆସିଲା । ସେ ତ ଆଗରୁ ସେନାପତିଙ୍କ ଉପରେ ରାଗିଥିଲା । କାରଣ ଥରେ କୌଣସି ଛୋଟିଆ ଭୁଲ୍ଟିଏ ପାଇଁ ସେ ତାକୁ ବେତରେ ପିଟି ପିଟି ଅଧାମରା କରି ଦେଇଥିଲେ । ଏବେ ସେନାପତିଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସୁନ୍ଦର ସୁଯୋଗ ଆସିଛି । ତେଣୁ ସେ ପତ୍ରଟିକୁ ଏପଟ ସେପଟ କରି ଦେଖିଲା ଓ ଆଶ୍ଚର୍ଯ୍ୟ ହୋଇ କହିଲା, “ଓଃ ବଡ ଅସୁବିଧା କଥା ତ? ରାଜାଙ୍କର ଆଦେଶ ଯେ ଆପଣ ସେନାପତି କାମ ଛାଡି ଦେଇ ଶୀଘ୍ର ଯାଇ ଦରବାରରେ ହାଜର ହୁଅନ୍ତୁ । କାରଣ ଏଥିରେ ଲେଖାଅଛି ଯେ କେହି ଜଣେ ରାଜାଙ୍କୁ ଆପଣଙ୍କ ବିରୁଦ୍ଧରେ ଆପଣ ରାଜଦ୍ରୋହୀ ବୋଲି ଅଭିଯୋଗ କରିଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ