ଦୋଷୀ କିଏ?

ପୁଣି ଥରେ ବେତାଳକୁ ଗଛରୁ ଆଣି ବିକ୍ରମ ନିଜ କାନ୍ଧ ଉପରେ ପକାଇ ଶ୍ମଶାନ ଆଡେ ଚାଲିବାକୁ ଲାଗିଲେ । ବେତାଳ ମଧ୍ୟ ସବୁଥରକ ପରି ଏଥର ମଧ୍ୟ ଏକ କାହାଣୀ କହିବାକୁ ଆରମ୍ଭ କଲା ।

        ‘ମହେଶ୍ୱରପୁର’ ରାଜ୍ୟରେ ‘ପୁସ୍ୟମିତ୍ର’ ନାମକ ଏକ ବ୍ରାହ୍ମଣ ବାସ କରୁଥିଲେ । ପୁସ୍ୟମିତ୍ରଙ୍କର ପତ୍ନୀ ସୁଲୋଚନା ଅତ୍ୟନ୍ତ ସୁନ୍ଦରୀ ଥିଲେ । ଦିନେ କମଳ କିଶୋର ଯଜମାନ କାର୍ଯ୍ୟରେ ଏକ ମାସ ପର୍ଯ୍ୟନ୍ତ ବିଦେଶ ଯିବାକୁ ମନସ୍ଥ କଲେ । ନିର୍ଦ୍ଧାରିତ ଦିନ ସେ ଘରୁ ବାହାରିଗଲେ । ସ୍ୱାମୀ ଚାଲିଯିବାରୁ ସୁଲୋଚନା ମନେ ମନେ ଭାରି ଦୁଃଖ କଲେ । ଦିନେ ସୁଲୋଚନା ସ୍ନାନ ସାରି ନିଜର ଲମ୍ବା କେଶକୁ ଶୁଖାଇବାପାଇଁ ଛାତ ଉପରେ ଠିଆ ହୋଇଥାଆନ୍ତି । ଏହି ସମୟରେ ଶ୍ୟାମସୁନ୍ଦର ନାମକ ଏକ ଯୁବକ ଘୋଡା ଉପରେ ବସି ସେହି ବାଟେ ଯାଉଥାଏ । ଶ୍ୟାମସୁନ୍ଦରର ଦୃଷ୍ଟି ଯେମିତି ସୁଲୋଚନାଙ୍କ ଉପରେ ପଡିଛି ସେ ସେଠାରେ କିଛି ସମୟ ଅଟକି ଗଲେ । ସୁଲୋଚନା ମଧ୍ୟ ଶ୍ୟାମସୁନ୍ଦରଙ୍କୁ ଦେଖିବା ମାତ୍ରକେ ବିମୋହିତ ହୋଇପଡିଲେ । ମନେ ମନେ ଶ୍ୟାମସୁନ୍ଦରଙ୍କୁ କିପରି ପାଖରେ ପାଇବେ ଚିନ୍ତା କରୁଥାଆନ୍ତି । କୌଣସି କାର୍ଯ୍ୟରେ ସୁଲୋଚନାଙ୍କର ମନ ଲାଗିଲା ନାହିଁ । ସୁଲୋଚନାଙ୍କର ଏପରି ଅବସ୍ଥା ଦେଖି ଦାସୀ ସୁଲୋଚନାଙ୍କୁ ତାଙ୍କ ମନ ଦୁଃଖର କାରଣ ପଚାରିଲା । ଦାସୀ ନିକଟରେ ସୁଲୋଚନା ନିଜର ମନର କଥା ପ୍ରକାଶ କଲେ । ଦାସୀଟି ମଧ୍ୟ ସୁଲୋଚନାଙ୍କୁ ଶ୍ୟାମସୁନ୍ଦରଙ୍କ ସହିତ ମିଳିତ କରାଇଦେବ ବୋଲି ନିର୍ଭର ପ୍ରତିଶୃତି ଦେଲା । ତହିଁ ଆରଦିନ ଶ୍ୟାମସୁନ୍ଦରଙ୍କ ନିକଟକୁ ଯାଇ ସବୁ ଘଟଣା କହିଲା । ଶ୍ୟାମସୁନ୍ଦର ମଧ୍ୟ ସୁଲୋଚନାଙ୍କ ପ୍ରତି ବିମୋହିତ ହୋଇଥିଲେ । ସେ ଦାସୀର କଥା ଶୁଣିବା ମାତ୍ରକେ ସଂଗେ ସଂଗେ ନିଜର ସମ୍ମତି ପ୍ରଦାନ କଲେ ।

        ସୂର୍ଯ୍ୟାସ୍ତ ପରେ ସେହିଦିନ ଶ୍ୟାମସୁନ୍ଦର ସୁଲୋଚନାଙ୍କ ଘର ଅଭିମୁଖେ ବାହାରିପଡିଲେ । ସୁଲୋଚନାଙ୍କ ଘରେ ପହଁଚିବା ପରେ ସୁଲୋଚନା ତାଙ୍କର ଖୁବ୍ ଆଦର ଯତ୍ନ କଲେ । ଉଭୟେ ମନ ଖୁସିରେ ଭୋଗ ବିଳାସରେ ମାତିଗଲେ ଏବଂ ରାତ୍ରିଯାପନ କଲେ । ଏହିପରି ପ୍ରତିଦିନ ଶ୍ୟାମସୁନ୍ଦର ସୁଲୋଚନାଙ୍କ ଘରେ ରାତ୍ରିଯାପନ କରନ୍ତି । ଏକମାସ କେମିତି ଚାଲିଗଲା ସୁଲୋଚନାଙ୍କୁ ଜଣାପଡିଲା ନାହିଁ । ଠିକ୍ ମାସେ ପୂରିବା ପରେ ପୁସ୍ୟମିତ୍ର ଆସି ଘରେ ପହଁଚିଗଲେ । ତାଙ୍କୁ ପତ୍ନୀ ସୁଲୋଚନାର ହାବଭାବ କିଛି ଠିକ୍ ଲାଗିଲା ନାହିଁ । କିଛି ଦିନ ପରେ ସେ ଦାସୀଠାରୁ ସମସ୍ତ କଥା ଜାଣିପାରିଲେ । ସୁଲୋଚନାର ଏହି କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ପୁସ୍ୟମିତ୍ର ଗୃହ ତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ