ଲୀଳାବତୀ କଥା

ରାଜା ବିକ୍ରମାଦିତ୍ୟ ତାଳ ବେତାଳଙ୍କୁ କହିଲେ ମୌନାବତୀ ଦ୍ୱାରରେ ଏବେ ରହିବ । ମୁଁ ଯାହା ପ୍ରଶ୍ନ କରିବି ତାହାର ବିପରୀତ ଉତ୍ତର ଦେବ । ରାଜାଙ୍କ ଅନୁମତୀ ପାଇ ବେତାଳ ଯାଇ ଦ୍ୱାର ଦେଶରେ ରହିଲେ । ବିକ୍ରମାଦିତ୍ୟ କହିଲେ ମୌନାବତୀ ରାତ୍ରି ଶେଷ ହେଲା । ମୋ କଥା ଏବେ ଶୁଣ । ମୌନାବତୀ କିଛି ନ କହନ୍ତେ ଦ୍ୱାରଦେଶକୁ କହିଲେ ତୁ ମୋ କଥା ଶୁଣି ଠିକ୍ ଉତ୍ତର ଦେବୁ ।

        ରାଜା ବିକ୍ରମାଦିତ୍ୟ କହିଲେ ମୁଁ ଦିନେ ପାରିଧି କରିବା ଉଦ୍ଧେସ୍ୟରେ ଅରଣ୍ୟକୁ ଗଲି । ଏକ ସ୍ଥାନରେ ଦେଖିଲି କଳାବତୀ ଉଚ୍ଚ ନୀଚ କଥା କହି ଝଗଡା କରୁଛନ୍ତି । ବକୀ କହୁଛି ଏ ବନରେ ମୁଁ ରହୁଛି । ରାଜା ଉଭୟ ପକ୍ଷୀଙ୍କୁ ଡାକି ଝଗଡାର କାରଣ ପଚାରିଲେ । ବକୀ କହିଲା ମୁଁ ରାଜାଘରେ ଜନ୍ମିଥିଲି । ମୋତେ କାମ୍ୟରୂପେ ତିନିଗୋଟି ରାକ୍ଷସୀ ଭୁଲାଇ ଘେନିଗଲେ । ତାଙ୍କ ଗୃହରେ ମୋତେ ନେଇ ରଖିଲେ । ଚାରିଜଣ ଭ୍ରମଣ କରୁ କରୁ ସେ ଅରଣ୍ୟରେ ପହଁଚିଲେ । ରାକ୍ଷସୀ ତିନିଜଣ ତାହାଙ୍କୁ ଦେଖି ସୁନ୍ଦରୀ ହୋଇଗଲେ । ଏ ଚାରି ବନ୍ଧୁଙ୍କୁ ଘେନି ରାକ୍ଷସୀ ନିଜ ଘରେ ଯତ୍ନରେ ରଖିଲେ । ବନ୍ଧୁ ଚାରିଜଣ ବିଭାହେବା କଥା ଚିନ୍ତାକଲା ବେଳେ ରାକ୍ଷସୀ ଚିନ୍ତା କଲା ତାଙ୍କୁ ଖାଇବାକୁ । ଦିନେ ମୁଁ ଚାରିବନ୍ଧୁଙ୍କ ନିକଟେ ପହଁଚି କହିଲି ଏମାନେ ରାକ୍ଷସ । ତୁମକୁ ମୋତେ ଖାଇଦେବେ । ଶିଘ୍ର ଏଠାରୁ ମୋତେ ନେଇ ପଳାଇ ଚାଲ ।

        ଆମ୍ଭେମାନେ ଚାଲିଯିବା ବେଳେ ରାକ୍ଷସୀମାନେ ମୋ ନାମ ଧରି ଡାକିଲେ । ନ ଶୁଣିବାରୁ କହିଲେ ତୁ ଯେଉଁ ଚାରି ଜଣଙ୍କୁ ନେଇ ଯାଉଛୁ ତୁ କ’ଣ ଏକାକି ତାଙ୍କୁ ଖାଇପାରିବୁ । ରାକ୍ଷସୀ କଥା ଶୁଣି ଚାରିବନ୍ଧୁ ମିଳି ତା’ର ହସ୍ତ ପଦ ବନ୍ଧନ କରି ବନରେ ଫିଙ୍ଗିଦେଲେ । ରାକ୍ଷସୀ ମୋ ପାଖରେ ପ୍ରବେଶି ମୋତେ ଖାଇଦେଲେ । ଏବେ ମୁଁ କ’ଣ ରୂପ ନେଇଛି । ମୁଁ ପୁରୁଷ ମୁଖ ଚାହେଁନା । ଏପରି କହି ବକୀ କାକ୍ ହେଲା । ଧନୀ ସୌଦାଗର ଘରେ ଜନ୍ମିଲି । ଲୀଳାବତୀ ନାମରେ କନ୍ୟାକୁ ବିବାହ କଲି । ତାକୁ ସ୍ନେହରେ ଘରେ ରଖିଥାଏ । ଆନନ୍ଦରେ ଥିଲୁ । ତାକୁ ଭୀଷଣ ବେମାର ହେଲା । ଯେତେ ଧନ ମୋର ଥିଲା ସମସ୍ତ ଧନ ତାକୁ ଆରୋଗ୍ୟ କରିବାରେ ସାରି ଦେଲି । ଭାରିଯାକୁ ମାତା ପାଖରେ ଛାଡି ଧନ ରୋଜଗାର ପାଇଁ ବିଦେଶ ଗଲି । ମାତାଙ୍କୁ କହିଲି ଯେବେ ମୋ ସ୍ତ୍ରୀ ମରିଯିବ ତା ମାଂସକୁ ଘୃତରେ ଭାଜି ରଖିବୁ । ବାଣିଜ୍ୟରୁ ମୁଁ ଫେରିଲେ ମୋତେ ଦେଖାଇବୁ ।

        ମୁଁ ଯିବାର ପାଂଚ ଦିନ ପରେ ଲୀଳାବତୀର ମୃତ୍ୟୁ ହେଲା । ମୁଁ ବିଦେଶରୁ ଫେରି ଦେଖିଲି ମୋ ସ୍ତ୍ରୀ ମାଂସ ଭାଜି କରି ମୋ ମାଆ ଗୋଟିଏ ବାକ୍ସରେ ରଖିଛି । ମୁଁ ସେ ବାକ୍ସକୁ ମୁଣ୍ଡାଇ ଚାଲିଛି । ମୋର କୁକୁରଟିଏ ଥିଲା । ସେ ମଧ୍ୟ ମାଂସ ବାସ୍ନାପାଇ ପଛେ ପଛେ ଚାଲିଲା । ଗୋଟିଏ ବୃକ୍ଷ ମୂଳରେ ବସିଲି । ହର ଗୌରୀ ମୋ ଭାଗ୍ୟକୁ ମୋ ପାଖରେ ପହଁଚିଲେ । ମୋତେ ଦେଖି ଗୌରି କହିଲେ ଏ କିମ୍ପା ଏଠାରେ ବସିଛି । ନିଜ ପତ୍ନୀ ମରିଯିବାରୁ ତା’ର ଭଜା ମାଂସ ଧରି ଏ ବୁଲୁଛି । ଗଉରୀ ଶୁଣି କହିଲେ ପେଡି ଖୋଲ । ମୁଁ ପେଡି ଖୋଲିଲି । ହର ଅମୃତ ସିଂଚନ୍ତେ ମୋର ପତ୍ନୀ ଉଠି ବସିଲା । ଏ ନାରୀର ମୃତ୍ୟୁଭେଦ ତୁ କୁଳୁକୁଂଚା ପକାଇଲେ ଏ ମୃତ୍ୟୁ ବରଣ କରିବ । ମୋର ପତ୍ନୀକୁ ଧରି ଯାଉ ଯାଉ ନଦୀ କୂଳରେ ପ୍ରିୟାକୁ ବସାଇ ଭିକ୍ଷାମାଗି ଗଲି । ମୋର କୁକୁର ଥିଲା । ଏ କାଳେ ନାବ ଗୋଟିଏ ଦିଶିଲା । ସେ ନାବର ମାଲିକ ମୋ ପତ୍ନୀଙ୍କୁ ଦେଖି ତା’ ପାଶକୁ ଆସି ମୋ ସ୍ତ୍ରୀକୁ ସାଧୁସୁତ ନାବରେ ବସାଇ ଘେନିଗଲା । ଭିକ୍ଷାସାରି ଦେଖିଲି ଲୀଳାବତୀ ନାହିଁ । ଦୁଃଖରେ କ୍ରନ୍ଦନ କରନ୍ତେ ଶ୍ୱାନ ଭୁକି ଇଙ୍ଗିତ କଲା । ତା’ର ସଙ୍ଗରେ ମୁଁ ଗଲି । ନଦୀକୂଳେ ଯାଉଁ ଯାଉଁ କୁକୁର ଏକ ଗ୍ରାମ ମୁଣ୍ଡରେ ଅଟକି ଗଲା । ଭିକାରି ବେଶ ଧରି ମୁଁ ଗ୍ରାମରେ ଖୋଜିଲି । ଗୋଟିଏ ଗୃହରେ ଯାଇ ଲୀଳାବତୀକୁ ଦେଖିଲେ । ସେ ସାଧୁସୁତ ସଙ୍ଗରେ ରତିରେ ମାତିଥିଲା । ମୁଁ ସାଧୁ ସୁତ ପାଖକୁ ଜାଇ ତାକୁ ମାରିଦେଲି । ଲୀଳାବତୀ ଆସି ମୋ ପାଦ ଧରିଲା । କହିଲା ସ୍ୱାମୀ ଏବେ ଆସ ଆମ୍ଭେ ପଳାଇ ଯିବା । ତେଣେ ଲୀଳାବତୀ ସେ ପୁରୁଷର କଟାମୁଣ୍ଡ ଧରି ଆସୁଛି । ପେଡି ମଧ୍ୟରେ ଯେଉଁ ରକ୍ତ ପଡୁଛି କୁକୁର ପଛରେ ଧାଇଁ ଚାଟି ଦେଉଛି । ଲୀଳାବତୀଠାରୁ ସେ ପେଡିଟି ମୁଁ ବହନ କରି ଚାଲିଲି । କୁକୁର ମଝିରେ ଥାଏ । ଯେଉଁଠି ରକ୍ତ ପଡେ ତାହାକୁ ଚାଟି ଦିଏ । ଲୀଳାବତୀ ଏକଥା ଦେଖି ଜ୍ୱର ବୋଲି ଛଳନା କରି ବସି ରହିଲା । ତହୁଁ ପେଡିକି ରଖି ମୁଁ ଜ୍ୱର କିପରି ଛାଡିବି ତାକୁ ପଚାରିଲି ।


ଗପ ସାରଣୀ

ତାଲିକାଭୁକ୍ତ ଗପ