ନିଷ୍ଠାପର ସାଧନା ମଣିଷକୁ ମହାନ୍ କରିଦିଏ

ବିବେକାନନ୍ଦଙ୍କର ପିଲାଦିନର ନାମ ଥିଲା ‘ନରେନ୍ଦ୍ରନାଥ’, ତାଙ୍କ ଜନ୍ମ କଲିକତା ନଗରୀରେ ହୋଇଥିଲା । ସେଠାରେ ସୁବିଖ୍ୟାତ ରାମକୃଷ୍ଣ ମିଶନର ସଂସ୍ଥାପକ ହିସାବରେ ସେ ବେଶ୍ ଜଣାଶୁଣା ହୋଇଯାଇଥିଲେ । ସେତେବେଳେ ଇଣ୍ଡିଆନ ସଂସ୍କୃତିର ଅଗ୍ରଦୂତ ରାମକୃଷ୍ଣ ପରମହଂସଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇ ବାଳକ ନରେନ୍ଦ୍ର ସଦାଚାରୀ ହୋଇଯାଇଥିଲେ ।

                ଶେଷରେ ନରେନ୍ଦ୍ର ନାଥ ପରମହଂସଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ପରବର୍ତ୍ତୀ କାଳରେ ସ୍ୱାମୀ ବିବେକାନନ୍ଦଙ୍କ ନାମରେ ଅଭିହିତ ଏହି ନରେନ୍ଦ୍ରନାଥ ଜାଣିପାରିଲେ ଯେ, ଈଶ୍ୱରଙ୍କୁ ଜାଣିବାର ପ୍ରକୃତ ମାର୍ଗ ହେଉଛି ନିଷ୍ଠାପର ସାଧନା । ଏହି ମାର୍ଗକୁ ଅନୁସରଣ କରି ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କର ଅତି ପ୍ରିୟ ଶିଷ୍ୟ ପାଲଟି ଯାଇଥିଲେ ।

                ବିବେକାନନ୍ଦ ତାଙ୍କର ଜୀବନର ପ୍ରଥମ ସୋପାନରେ ସଂଯମ ପାଳନ କରିବା ପାଇଁ ଚେଷ୍ଟାକରି ବେଶ୍ ସଫଳତା ଅର୍ଜନ କରିପାରିଥିଲେ । ମାତ୍ର ଏଥିପାଇଁ ତାଙ୍କୁ ପ୍ରଥମେ ବହୁତ କଷ୍ଟ ସହିବାକୁ ପଡିଥିଲା । ତାଙ୍କ ମନରେ ଏହି ବିଚାରଧାରା ସୃଷ୍ଟି ହେଲା ଯେ, ଆଜି ଯାଉଛି ଇନ୍ଦ୍ରିୟ ଲାଳସାର ପରିତୃପ୍ତିରେ ଆନନ୍ଦ ଉପଭୋଗ କରିବି, ଆଉ କାଲି ସଂଯମ ଆଚରଣ କରିବି । ଏହିଭଳି ତାଙ୍କର ଦୁର୍ବଳ ଇଚ୍ଛାଶକ୍ତି ପବିତ୍ର ସଂକଳ୍ପ ପାଳନରେ ବାଧା ସୃଷ୍ଟି କଲା । ସବୁବେଳେ ଆଜି ନୁହେଁ, ଆସନ୍ତାକାଲି – ଏହି ଭାବର ବଶବର୍ତ୍ତୀ ହୋଇ ଅନେକ ଦିନ ଚାଲିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ