ଏକ କୁମ୍ଭାରର କାହାଣୀ

ଗୋଟିଏ ସହରରେ ଯୁଧିଷ୍ଠିର ନାମକ ଏକ କୁମ୍ଭାର ବାସ କରୁଥିଲା । ସେ ସବୁ ସମୟରେ ମଦ୍ୟପାନ କରୁଥାଏ । ଦିନେ ସେ ମଦ୍ୟପାନ କରି ମାତାଲ୍ ହୋଇ ଗଢିଥିବା ହାଣ୍ଡିତକ ସବୁ ଭାଙ୍ଗିଦେଲା । ମଦ ନିଶାରେ ହାଣ୍ଡି ଉପରେ ପଡିବାରୁ ଖପରା ମୁଣ୍ଡରେ ଗଳି ମୁଣ୍ଡକୁ ଚିରିଦେଲା । କ୍ଷତ ସ୍ଥାନରୁ ରକ୍ତ ବାହାରି ଦେହସାରା ହୋଇଗଲା । ଖୁବ୍ କଷ୍ଟରେ ସେ ସେହି ହାଣ୍ଡି ଗଦା ମଧ୍ୟରୁ ଉଠିଲା । ଉପଯୁକ୍ତ ଯତ୍ନର ଅଭାବରୁ କ୍ଷତ ସ୍ଥାନ ଗୁଡିକ ଶୀଘ୍ର ଭଲ ହେଲାନାହିଁ ।

       କିଛି ଦିନ ପରେ, ସେହି ରାଜ୍ୟରେ ଦୁର୍ଭିକ୍ଷ ପଡିଲା । ଫଳରେ ରାଜ୍ୟବାସୀ ସେହି ସ୍ଥାନରୁ ଅନ୍ୟ ସ୍ଥାନକୁ ଖାଇବାକୁ ନପାଇ ଚାଲିଗଲେ । କୁମ୍ଭାରଟି ବିଚରା ଖାଇବାକୁ ନପାଇ ଦୁର୍ବଳ ହୋଇ ପଡିଲା । କିଛି ଦିନ ପରେ ସେ ମଧ୍ୟ ଅନ୍ୟ ଏକ ରାଜ୍ୟକୁ ପଳାଇଗଲା । ସେହି ପଡୋଶୀ ରାଜ୍ୟର ରାଜା କୁମ୍ଭାରର କପାଳରେ କ୍ଷତ ଚିହ୍ନ ଦେଖି ଭାବିଲେ, ‘ଯେ ଲୋକଟି ନିଶ୍ଚୟ ଏକ ବୀର ହୋଇଥିବ’ । ହୁଏତ ଶତ୍ରୁକୁ ମୁକାବିଲା କରିବା ସମୟରେ ତା’ର ଏପରି ଅବସ୍ଥା ହୋଇଛି । ଏହା ଭାବି ରାଜା କୁମ୍ଭାରକୁ ସସମ୍ମାନେ ନିଜ ରାଜ୍ୟରେ ଆଶ୍ରୟ ଦେଲେ । କିଛି ଦିନ ଗଲା, ଦିନେ ସେହି ରାଜ୍ୟକୁ ପଡୋଶୀ ରାଜ୍ୟ ସୈନ୍ୟ ଆକ୍ରମଣ କଲା । ଶତ୍ରୁକୁ ମୁକାବିଲା କରିବା ପାଇଁ ରାଜା ସାମନ୍ତମାନଙ୍କୁ ସଜାଇଲେ । ରାଜା ତ’ ମନେ ମନେ କୁମ୍ଭାରକୁ ଏକ ବୀର ବୋଲି ଭାବିଥାଆନ୍ତି । ସେହି ସମୟରେ ରାଜା ତାକୁ ପଚାରିଲେ, ‘ତୁମେ କେଉଁଠାରେ ଯୁଦ୍ଧ କରି ଜିତିଛ?’ ତୁମେ କେଉଁ ଅସ୍ତ୍ର ଚାଳନାରେ ପାରଙ୍ଗମ?


ଗପ ସାରଣୀ

ତାଲିକାଭୁକ୍ତ ଗପ