ପ୍ରମାଣ

                “ମହାରାଜ! ମୁଁ କେତେଜଣଙ୍କ ଠାରୁ ଶୁଣିଲିଣି ଯେ-ଆଜି-କାଲି ତେନାଲୀରାମା ଲୋକମାନଙ୍କଠାରୁ ଲାଂଚ ନେଉଛନ୍ତି । ଯେହେତୁ ସେ ଆପଣଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ତେଣୁ ସେ ଯାହା କହୁଛନ୍ତି ଲୋକମାନେ ତାହା ମାନି ନେଉଛନ୍ତି । ଲୋକମାନେ ଆପଣଙ୍କ ନିକଟରେ ଏଇଥିପାଇଁ ଅଭିଯୋଗ ଆଣୁ ନାହାଁନ୍ତି ଯେ – ଆପଣ ସେମାନଙ୍କ କଥାକୁ ଆଦୌ ବିଶ୍ୱାସ କରିବେ ନାହିଁ ।” ସେ କର୍ମଚାରୀ ଜଣକ ରାଜାଙ୍କର ବିଶ୍ୱାସ ଆଣିବା ପାଇଁ ଠିକ୍ ଠାକ୍ ଅଭିନୟ କରିଦେଲା ।

                “ହଁ ଭାଈ, ଏହାତ ସତ୍ୟ କଥା । ମୁଁ ତୋର ସାହସକୁ ପ୍ରଶଂସା ନକରି ମୋଟେ ରହିପାରୁନାହିଁ । ତୁମେ ତେନାଲୀରାମାଙ୍କ ବିରୋଧରେ କଥା କହିବାକୁ ଏତେ ବଡ ସାହସ କଲ କିପରି?” ସେତେବେଳେ ରାଜାଙ୍କ ମୁହଁରୁ ଏକଥା ଶୁଣି ସେ କର୍ମଚାରୀର ପିଣ୍ଡରେ ପ୍ରାଣ ନଥିଲା ପରି ଲାଗୁଥାଏ । ବିଚରା ସେ କର୍ମଚାରୀଟି ଆସିଥିଲା ରାଜାଙ୍କ ଅନୁଗ୍ରହ ପ୍ରାପ୍ତି ପାଇଁ ହେଲେ ରାଜାଙ୍କର ଏପରି କଥା ଶୁଣି ସେ ସେଠାରୁ କେମିତି ଯିବ, ତାକୁ ଆଉ ବୁଦ୍ଧି ବାଟ ଦେଖାଯାଉ ନଥାଏ । କିନ୍ତୁ କର୍ମଚାରୀଟି ପରେ ହାର୍ ମାନିବାକୁ ଆଦୌ ପ୍ରସ୍ତୁତ ନଥାଏ ।

                ଦ୍ୱିତୀୟ ଦିନ ପୁଣି ଅନ୍ୟ ଏକ କର୍ମଚାରୀ ରାଜା କୃଷ୍ଣଦେବରାୟଙ୍କ ନିକଟକୁ ଗଲା । ସେ ମଧ୍ୟ ରାଜାଙ୍କୁ ତେନାଲୀରାମାଙ୍କ ବିରୋଧରେ ନାନାଦି କଥା କହିବାକୁ ଆରମ୍ଭ କଲା । ଏହାପରେ ପ୍ରତିଦିନ ଜଣ ଜଣ କରି କର୍ମଚାରୀ ସେ ରାଜାଙ୍କ ନିକଟକୁ ଯାଇ ତେନାଲୀରାମାଙ୍କ ବିରୋଧରେ ବିଭିନ୍ନ କଥା ବର୍ଣ୍ଣନା କରି କହିବାକୁ ଲାଗିଲେ ।

                ଏହିପରି କାର୍ଯ୍ୟ ଏକମାସ ପର୍ଯ୍ୟନ୍ତ ଚାଲୁ ରହିଲା । ଏହାପରେ ରାଜା କୃଷ୍ଣଦେବ ରାୟ ଚିନ୍ତାକଲେ ଯେ – କର୍ମଚାରୀମାନଙ୍କ କଥାରେ ବୋଧହୁଏ କିଛି ସତ୍ୟତା ରହିଛି । ସତକୁ ସତ ତେନାଲୀରାମା ବୋଧହୁଏ ଲାଂଚୁଆ ହୋଇଗଲେଣି । ନହେଲେ ଏ ରାଜ ଦରବାରର ସମସ୍ତ କର୍ମଚାରୀ କେବେବି ତାଙ୍କ ବିରୋଧରେ କହିନଥାନ୍ତେ । ତେଣୁ ସେ ତେନାଲୀରାମାଙ୍କୁ ଉପଯୁକ୍ତ ଶାସ୍ତି ମିଳିବା ଉଚିତ୍ । ଯଦି ତେନାଲୀରାମାଙ୍କୁ ଦଣ୍ଡ ଦିଆନଯିବ ତା’ହେଲେ ମୋର ନୀତି ପ୍ରାଣତା କେଉଁଆଡେ ଉଭେଇ ଯିବ ।

                ତାପରଦିନ ରାଜା କୃଷ୍ଣଦେବ ରାୟ ତେନାଲୀରାମାଙ୍କୁ ରାଜଦରବାରକୁ ଡକାଇଲେ ଏବଂ କହିଲେ – “ତେନାଲୀରାମା, ତୁମ ବିରୋଧରେ ମୋତେ ନାନାଦି କଥା ଶୁଣିବାକୁ ମିଳୁଛି । ତୁମେ କୁଆଡେ ଲୋକମାନଙ୍କ ଠାରୁ ଲାଂଚ ନେଉଛ ବୋଲି ମୁଁ ମାସେ ହେବ ସମସ୍ତଙ୍କ ଠାରୁ ଶୁଣୁଛି । “ମହାରାଜ! ମୁଁ ପୁଣି ଲାଂଚ? ଏହା କେବେ ବି ସମ୍ଭବ ନୁହେଁ । ଏହା ତ’ ନଦୀର ଦୁଇଟି ଧାର ସହ ସଦୃଶ । ନଦୀର ଧାର ଯେପରି କେବେବି ମିଳିତ ହୋଇ ପାରନ୍ତି ନାହିଁ, ଠିକ୍ ସେହିପରି ମୁଁ ଏବଂ ଲାଂଚ ମଧ୍ୟ କଦାପି ମିଶି ପାରିବୁ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ