ବର୍ଷା ରାଣୀ

ଦିନେ ରାଜା କୃଷ୍ଣଦେବଙ୍କର ଦରବାର ଚାଲିଥାଏ । ସେଠାରେ ତ କୌଣସି ଏକ ବିଷୟକୁ ନେଇ ଚର୍ଚ୍ଚା ଚାଲିଥାଏ । ଠିକ୍ ସେତେବେଳେ ବାହାରେ ବି ରିମ୍ଝିମ୍ ବର୍ଷାର ଶବ୍ଦ ଶୁଭୁଥାଏ ।

                ବର୍ଷାର ଶବ୍ଦ ମହାରାଜଙ୍କୁ ବହୁତ ଆନନ୍ଦ ଦେଉଥାଏ । ଏହାପରେ ରାଜା କୃଷ୍ଣଦେବ ରାୟ ତାଙ୍କର ମନ କଥା ପ୍ରକାଶ କରିବାକୁ ଯାଇ କହିଲେ, “ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବର୍ଷା ଉତ୍ସବ ବଡ ଉଲ୍ଲାସର ସହିତ ପାଳନ କରାଯିବ ।”

                ଏହି କଥା ଶୁଣି ସମସ୍ତ ରାଜକର୍ମଚାରୀଙ୍କର ମନ ଅତ୍ୟନ୍ତ ଖୁସି ହୋଇଗଲା । ରାଜାଙ୍କ ଏଭଳି ଘୋଷଣାପରେ ମନ୍ତ୍ରୀ ମଧ୍ୟ କହିଲେ, “ଏହି ଉତ୍ସବ ଅବସରରେ ରାଜ୍ୟର ସମସ୍ତ କଳାକାରମାନେ ନିଜ ନିଜର କଳା ପ୍ରଦର୍ଶନ କରିବେ । ସର୍ବଶ୍ରେଷ୍ଠ କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯିବ । ତାପରେ ଏହି ବର୍ଷା ଉତ୍ସବର ଆୟୋଜନରେ ସମସ୍ତେ ଲାଗିପଡିଲେ । ପୁଣି ମନ୍ତ୍ରୀ କହିଲେ, “ମହାରାଜ! ଆମର ରାଜଦରବାରରେ ତ’ ଅନେକ କଳାକାର ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣକୁ ତ’ ପୁରସ୍କାର ଦିଆଯାଇପାରିବ ।

                ମନ୍ତ୍ରୀଙ୍କ ଏପରି କଥା ତେନାଲୀରାମାଙ୍କୁ କାହିଁ ଟିକେ କେମିତି କେମିତି ଲାଗିଲା । ସେ କହିଲେ, “ମହାରାଜ! ଆପଣଙ୍କୁ ଯାହାର କଳା ଉତ୍କୃଷ୍ଟ ଲାଗିବ ଆପଣ ତାକୁ ହିଁ ପୁରସ୍କାର ପ୍ରଦାନ କରିବେ ।” ତେନାଲୀରାମାଙ୍କ କଥା ଶୁଣି ରାଜା କହିଲେ, “ପ୍ରକୃତରେ ତୁମେ କ’ଣ କହିବାକୁ ଚାହୁଁଛ ତେନାଲୀରାମା?”


ଗପ ସାରଣୀ

ତାଲିକାଭୁକ୍ତ ଗପ