ଜନତାଙ୍କର ନିଷ୍ପତି

ରାଜା କୃଷ୍ଣଦେବ ରାୟ ଥରେ ଶିକାର କରିବାକୁ ବାହାରିଲେ । ଯାଉ ଯାଉ ସେ ଜଙ୍ଗଲ ବାଟ ହୁଡିଗଲେ । ଏଣେ ରାଜାଙ୍କର ଫେରିବାରେ ବିଳମ୍ବ ହେବାରୁ ସିପାହୀମାନେ ମଧ୍ୟ ତାଙ୍କୁ ଖୋଜିବାକୁ ବାହାରିଲେ । ପୁଣି ସଂନ୍ଧ୍ୟା ତ ହୋଇ ଆସିଲାଣି । ତେଣୁ ରାଜା ତାଙ୍କ ଘୋଡାକୁ ଏକ ଗଛରେ ବାନ୍ଧି ଦେଲେ । ତାପରେ ସେ ଜଙ୍ଗଲ ପାଖରେ ଥିବା ଏକ ଗ୍ରାମରେ ରାତି କଟାଇବାକୁ ଠିକ୍ କଲେ ସେ ରାଜା । ଏହିପରି ଭାବି ସଂଗେ ସଂଗେ ରାଜା ତାଙ୍କ ବେଶ ପୋଷାକ ଓହ୍ଲାଇଦେଇ ସାଧାରଣ ପୋଷାକ ପିନ୍ଧି ସେ ଗ୍ରାମ ମଧ୍ୟକୁ ଯିବାକୁ ବାହାରିଲେ । ଉକ୍ତ ଗ୍ରାମରେ ପ୍ରବେଶ କରୁ କରୁ ପ୍ରଥମେ ଏକ କୃଷକର ଘର ପଡିଲା । ରାଜା ପ୍ରଥମେ ତାର ଦରଜା ଠକ୍ ଠକ୍ କଲେ । କୃଷକଟି ବାହାରକୁ ଆସିବା କ୍ଷଣି ରାଜା ତାକୁ କହିଲେ, “ଭାଈ! ମୁଁ ବହୁତ ଦୂରରୁ ଆସିଛି । ଆଜି ରାତିକ ଏଠାରେ ବିଶ୍ରାମ ନେବାକୁ ଚାହୁଁଛି ।”

                ଛଦ୍ମବେଶୀ ରାଜାଙ୍କ କଥା ଶୁଣି ସେ କୃଷକ କହିଲା, “ଆସ! ଆମ ଘରେ ଯାହା ବି ଅଛି ତା ତୁମେ ଖାଇ ପାରିବ ତ? ମୋ ପାଖରେ ଗୋଟିଏ ଛୋଟିଆ କମ୍ବଳ ମଧ୍ୟ ଅଛି । ତୁମେ ଏଥିରେ ଶୋଇ ପାରିବ ତ?


ଗପ ସାରଣୀ

ତାଲିକାଭୁକ୍ତ ଗପ