ମନ୍ଦିର ଅମରନାଥ

ଦିନେ ଦେବୀ ପାର୍ବତୀ ଶିବଙ୍କୁ ପଚାରିଲେ, “ପରମେଶ୍ୱର! ଆପଣ ସର୍ବଦା କାହିଁକି ଗୋଟିଏ ମୁଣ୍ଡମାଳ ଧାରଣ କରିଥାନ୍ତି?” ଏକଥା ଶୁଣି ଶିବ ହସିଲେ ଏବଂ କହିଲେ, “ଦେବୀ, ତୁମେ କେତେଥର ଜନ୍ମ ହୋଇ ତପସ୍ୟା କରିଛ । ଏସବୁ ତୁମରି ପୂର୍ବ ଜନ୍ମର ସ୍ମୃତି ତୁମରି ମୁଣ୍ଡମାଳ ।” ଶିବଙ୍କ ଏପରି କଥା ଶୁଣି ଦେବୀ ହଠାତ୍ ଚମକି ପଡିଲେ ଓ ପ୍ରଶ୍ନ କଲେ, “ଆଚ୍ଛା, ତୁମର ତ କେବେ ବି ମୃତ୍ୟୁ ହୁଏ ନାହିଁ । ଅଥଚ ମୋତେ କାହିଁକି ମୃତ୍ୟୁ ବରଣ କରିବାକୁ ପଡେ?” ତହୁଁ ଶିବ କହିଲେ, “କାହିଁକିନା ସେ ଅମରତ୍ୱର ରହସ୍ୟ ଜାଣନ୍ତି । ତେଣୁ ସେ ମୃତ୍ୟୁ ବରଣ କରନ୍ତି ନାହିଁ ।” ଦେବୀ ସେ ରହସ୍ୟ ଜାଣିବାକୁ ଆଗ୍ରହ ପ୍ରକାଶ କଲେ । ତା’ପରେ ଶିବ ତାଙ୍କ ଅନୁଚରମାନଙ୍କୁ ଏଭଳି ଏକ ସ୍ଥାନ ଅନ୍ୱେଷଣ କରି ବାହାର କରିବାକୁ କହିଲେ, ଯେଉଁଠାରେ କୌଣସି ପ୍ରାଣୀ – ଏପରିକି କୃମି କୀଟାଣୁ ମଧ୍ୟ ନଥିବେ ।

ଅନୁଚରମାନେ ହିମାଳୟ ପର୍ବତମାଳା ଭିତରେ ଗୋଟିଏ ଗୁମ୍ଫା ଠାବ କଲେ । ସେଠାରେ କୌଣସି ପ୍ରାଣୀଙ୍କ ଚିହ୍ନବର୍ଣ୍ଣ ନଥିଲା । ଅନୁଚରମାନଙ୍କଠୁଁ ସେ ଖବର ପାଇ ଶିବ ପାର୍ବତୀ ଯାଇ ସେଠାରେ ପହଁଚିଲେ । ଶିବ ଅମରତ୍ୱର ରହସ୍ୟ କହିଗଲେ । ଶିବଙ୍କ କଥା ମଝିରେ କେତେବେଳେ ଦେବୀ ନିଦରେ ଶୋଇ ଯାଇଛନ୍ତି, କିନ୍ତୁ ଅବିରାମ ଭାବରେ ଆଉ କେହି ‘ହୁଁ’ ‘ହୁଁ’ କହୁଥାଏ । ଶିବ ଯେତେବେଳେ ଏକଥା ବୁଝିଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ସେ ପ୍ରାଣୀଟି କିଏ ତାହା ଜାଣିବାକୁ ଚେଷ୍ଟା କଲେ । ପଥର ତଳେ ଥିବା ଗୋଟିଏ ଗର୍ଭରେ ପକ୍ଷୀ-ଅଣ୍ଡାଟିଏ ଥିଲା । ସେ ଅଣ୍ଡା ଫୁଟାଇ କେତେବେଳେ ଶାବକ ବାହାରି ଶିବଙ୍କ କଥା ଶୁଣୁଥିଲା । ସେହି ପକ୍ଷୀ ଶାବକହିଁ ‘ହୁଁ’ ‘ହୁଁ’ କହୁଥିଲା ବୋଲି ଶିବ ବୁଝିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ