ଯୋଗ୍ୟ ବ୍ୟକ୍ତିର ସ୍ଥାନ ସବୁଠାରେ

ଇଂଲଣ୍ଡର ରୟାଲ ଏକାଡେମୀ ଥରେ ଏକ ତୈଳଚିତ୍ର ପ୍ରଦର୍ଶନୀର ଆୟୋଜନ କରିଥାଏ । ସେ ପ୍ରଦର୍ଶନୀରେ ତ ଅନେକ ଶିଳ୍ପୀ ଭାଗ ନେଇଥିଲେ । ସେମାନଙ୍କ ଭିତରେ ପ୍ରଖ୍ୟାତ୍ ଚିତ୍ରଶିଳ୍ପୀ ଟର୍ଣ୍ଣର ବି ଥାଆନ୍ତି । ସେତେବେଳେ ଟର୍ଣ୍ଣରଙ୍କ ଅଙ୍କିତ ପ୍ରାକୃତିକ ଦୃଶ୍ୟସମ୍ଭାର ସାରା ବିଶ୍ୱରେ ଆଦୃତ ହୋଇଥିଲା ।

                ପ୍ରଦର୍ଶନୀର ଆୟୋଜକମାନେ ବଛାବଛା ଚିତ୍ରଗୁଡିକ ଗ୍ୟାଲେରୀରେ ସ୍ଥାନ ଦେଇଥାନ୍ତି । ଆଉ ଯେଉଁଗୁଡିକ ସ୍ଥାନାଭାବରୁ ସ୍ଥାନିତ ହୋଇପାରିଲା ନାହିଁ ସେଗୁଡିକୁ ଘରର ଗୋଟିଏ କୋଣରେ ରଖିଦିଆଗଲା ।

                ହଠାତ୍ ଟର୍ଣ୍ଣରଙ୍କର ନଜର ପଡିଗଲା ଅଳିଆ ଗଦାଭଳି ଗଦା ହୋଇଥିବା ଚିତ୍ରଗୁଡିକ ଉପରେ  । ପ୍ରଦର୍ଶନୀ ବୁଲି ଦେଖିଲା ବେଳେ ଅବ୍ୟବହୃତ ଚିତ୍ରଗୁଡିକର ଏଭଳି ଅବସ୍ଥା ଦେଖି ସେ ଅତ୍ୟନ୍ତ ଦୁଃଖ  ପ୍ରକାଶ କଲେ । ତା’ପରେ ସେ ସେହି ସ୍ଥାନରେ ଚଟାଣ ଉପରେ ବସିପଡି ଗୋଟି ଗୋଟି କରି ସେସବୁକୁ  ଦେଖିଲେ । ଦେଖା ସରିଗଲା ପରେ ତାକୁ ସେ ଅତି ଯତ୍ନରେ ସଜାଡି ରଖିବାକୁ ବି ଆଦୌ ଭୁଲୁ ନ ଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ