ଦସ୍ତଖତ୍

ବୈଶାଳୀ ନଗରୀରେ ଶିବାନନ୍ଦ ନାମକ ଜଣେ ପଣ୍ଡିତ ଥିଲେ । ଥରେ ଗୋଟିଏ ଅଧ୍ୟକ୍ଷ ତାଙ୍କୁ ଭାଷଣ ଦେବା ସକାଶେ ନିମନ୍ତ୍ରଣ କଲେ । ଗୁରୁକୁଳର ଛାତ୍ରମାନଙ୍କୁ ଗୋଟାଏ ଦାର୍ଶନିକ ବିଷୟରେ ଘଣ୍ଟାଏ ବୁଝାଇ ପଣ୍ଡିତ କହିଲେ, “ମୁଁ ଯାହା କହିଲି, ତାର ସାରାଂଶ ଲେଖିଲ ଦେଖିବା!”

ସବୁ ଛାତ୍ର ଅଧଘଣ୍ଟାଏ ଭିତରେ ନିଜ ନିଜ ଲେଖା ପଣ୍ଡିତଙ୍କୁ ଦେଲେ । ଦେଖିବା ବେଳକୁ ଖଣ୍ଡିଏ କାଗଜରେ ଖାଲି ଗୋଟାଏ ଶବ୍ଦ ବଡ ବଡ ଅକ୍ଷରରେ ଲେଖା ଅଛି: “ଓଲୁ ।”

ପଣ୍ଡିତେ ପିଲାଙ୍କୁ କହିଲେ, “ପିଲାମାନେ କେତେଥର ପ୍ରଶ୍ନର ଉତ୍ତର ଲେଖି ନିଜ ନାମ ଲେଖିବାକୁ ଭୁଲିଯିବା କଥା ମୁଁ ଜାଣେ । କିନ୍ତୁ ଏଇ ପ୍ରଥମଥର ପାଇଁ ଦେଖୁଛି, ଜଣେ ନିଜ ନାମ ଦସ୍ତଖତ କରିଛି, କିନ୍ତୁ ଉତ୍ତର ଲେଖିବାକୁ ସେ ଭୁଲି ଯାଇଛି ।”

ପିଲାଏ ପଚାରିଲେ, “ସେ କିଏ?” ପଣ୍ଡିତେ ସେ କାଗଜଟି ଦେଖାଇଲେ । ଯିଏ ସେହି ପଣ୍ଡିତଙ୍କୁ ଅପମାନ ଦେବାପାଇଁ ତାହା ଲେଖିଥିଲା, ଲଜ୍ଜାରେ ତା’ ମୁଣ୍ଡ ତଳକୁ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ