ଫଳନ୍ତି ବୃକ୍ଷ

       କିଛି ଦିନପରେ ସେମାନେ ଅପର୍ଯ୍ୟାପ୍ତ ଧନ ସମ୍ପତ୍ତି ର ମାଲିକ ହୋଇଗଲେ । ଗାଁରେ ଏକ ମହଲ ନିର୍ମାଣ କଲେ । ସେମାନଙ୍କ ପାଖରେ ଏତେ ଧନ ଥିଲା ଯେ ଗ୍ରାମ ମୁଖିଆଙ୍କ ପାଖରେ ମଧ୍ୟ ସେତିକି ଧନ ସମ୍ପତ୍ତି ନଥିଲା । ଗ୍ରାମ ମୁଖିଆଙ୍କ ସମେତ ଗ୍ରାମବାସୀମାନେ ମଧ୍ୟ ହଠାତ୍ ସେମାନଙ୍କର ଏ ପ୍ରକାର ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଥାଆନ୍ତି । ସେମାନଙ୍କର ଏହି ସଫଳତାର ରହସ୍ୟ ସଂପର୍କରେ ମେସାନଙ୍କୁ ଯେତେ ଯାହା ପଚାରିଲେ ମଧ୍ୟ ସେମାନେ ସବୁ ଭାଗ୍ୟର କରାମତି ବୋଲି କହୁଥାଆନ୍ତି । ସବୁବେଳେ ଭାଙ୍ଗ ପିଇ ଖୁସି ମନରେ ନାଚୁଥାଆନ୍ତି । ଦିନକର କଥା । ରାମ କେଉଁଠୁ ଖବର ପାଇଲେ ଯେ ଆସନ୍ତା କାଲି ଦଳେ ବେପାରୀ ବହୁତ ଧନରତ୍ନ ନେଇ ସେହି ବୃକ୍ଷ ଥିବା ବାଟଦେଇ ଯିବେ । ଯେମିତି ରାମସିଂହ ଏହି ଖବର ପାଇଛନ୍ତି ଚାରିଜଣ ଯାକ ମିଶି ସେମାନଙ୍କର ଯୋଜନା ପ୍ରସ୍ତୁତ କଲେ ।

       ପରଦିନ ବୃକ୍ଷ ନିକଟରେ ଜଗି ରହିଲେ । ଠିକ୍ ଦ୍ୱିପହର ବେଳକୁ ବେପାରୀ ଦଳ ଆସି ସେଠାରେ ପହଁଚିଗଲେ । ରାସ୍ତା କଡରେ ଝଙ୍କାଳିଆ ବୃକ୍ଷ ଦେଖି ତା’ର ଛାଇରେ ଟିକେ ଥକ୍କା ମେଂଟାଇବା ପାଇଁ ମନେ ମନେ ସ୍ଥିର କଲେ । ସେମାନେ ଯେମିତି ବୃକ୍ଷରେ ଏତେ ସୁନ୍ଦର ସୁନ୍ଦର ଫଳ ଫଳି ଥିବାର ଦେଖିଲେ, ଲୋଭ ସମ୍ଭାଳି ନପାରି ବୃକ୍ଷ ମଧ୍ୟରୁ ଫଳ ଝଡାଇବାରେ ଲାଗିପଡିଲେ । ବେପାରୀମାନଙ୍କର ଏ ପ୍ରକାର କାର୍ଯ୍ୟ ଦେଖି ଲୁଚି ରହିଥିବା ଚୋରମାନଙ୍କର ଆନନ୍ଦ କଥା କହିଲେ ନସରେ । ସେମାନେ ମନେ ମନେ ସ୍ୱପ୍ନ ଦେଖୁଥାନ୍ତି । ହଠାତ୍ ଏହି ସମୟରେ କେଉଁଆଡୁ ଜଣେ ଲୋକ ଆସି ସେଠାରେ ପହଁଚିଗଲା । ସେହି ଲୋକ ଜଣକ ସେ ଗଛର ଫଳ ସଂପର୍କରେ ଜାଣିଥିଲା । ବେପାରୀମାନଙ୍କର ଏପରି କାର୍ଯ୍ୟକଳାପ ଦେଖି ଲୋକଟି କହିଲା, “ଭାଇମାନେ ! ଏହି ଫଳକୁ ତୁମେମାନେ କ’ଣ ଖାଇବା ପାଇଁ ଝଡାଉଛ? ଯଦି ଖାଇବା ଉଦ୍ଧେଶ୍ୟରେ ଝଡାଉଥାଅ, ତା’ ହେଲେ ଖାଅ ନାହିଁ । କାରଣ ଫଳ ଗୁଡିକ ଦେଖିବାକୁ ସୁନ୍ଦର ହେଲେ ମଧ୍ୟ ତାକୁ ଯିଏ ଖାଇବ ସେ ସଂଗେ ସଂଗେ ବେହୋସ୍ ହୋଇଯିବ । ଏପରିକି ଜୀବନ ମଧ୍ୟ ଚାଲିଯାଇପାରେ । ଆପଣମାନେ ମୋ କଥାରେ ବିଶ୍ୱାସ କରନ୍ତୁ । ନହେଲେ ଆମ ଗ୍ରାମବାସୀ ଏତେ ସୁନ୍ଦର ଫଳ ନଖାଇ ଏଇ ଗଛରେ ସେମିତି ରହିବାକୁ ଦେଇଥାଆନ୍ତେ ।” ଲୋକଟିର କଥା ଶୁଣି ବେପାରୀମାନେ ସଂଗେ ସଂଗେ ହାତରେ ଧରିଥିବା ଫଳ ଫିଙ୍ଗିଦେଲେ । କିଛି ସମୟ ସେଠାରେ ବିଶ୍ରାମ ନେବା ପରେ ନିଜ ରାସ୍ତାରେ ଚାଲିଗଲେ । ବିଚରା ଚୋରଦଳ ଭାଗ୍ୟକୁ ନିନ୍ଦି ମନ ଦୁଃଖରେ ନିଜ ନିଜ ଘରକୁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ