ପ୍ରବୀଣଙ୍କ ପାଇଁ ଚାରିମାର୍ଗ

ଏକ ସହର । ସେଠାରେ ଅନେକ ପରିବାର ଭିତରେ ରହିଥାନ୍ତି ଏକ ବୃଦ୍ଧ ଦମ୍ପତି । ସବୁବେଳେ, ସବୁ ସମୟରେ ସେମାନଙ୍କ ମନରେ ଥାଏ ଗଭୀର ଦୁଃଖ । ଦେଖୁ ଦେଖୁ ସେମାନଙ୍କର ଯୌବନ ଚାଲିଗଲା । ଅନେକ କିଛି କରିବାର ଆଶା ଶେଷରେ ତାଙ୍କର ନିରାଶାରେ ପରିଣତ ହୋଇଗଲା । କିଛି ବି କରି ହେଲା ନାହିଁ । ଶେଷକୁ ବାର୍ଦ୍ଧକ୍ୟ ବାଧକ ସାଜିଲା । ଦୁଃଖରେ ଅନୁଶୋଚନା କରିବା ଛଡା ସେମାନେ ଆଉ ଏବେ ବା କରନ୍ତେ କ’ଣ?

ସେମାନଙ୍କ ପଡୋଶୀ ଥାଆନ୍ତି ଆଉ ଏକ ଦମ୍ପତି । ସେମାନଙ୍କ ଆର୍ଥିକ ସ୍ଥିତି ଜମାରୁ ଭଲ ନୁହେଁ । ଦିନେ ଖାଇଲେ, ଦୁଇଦିନ ଓପାସ । ତଥାପି ବି ବେଶ୍ ହସଖୁସିରେ ଚାଲିଥାଏ ସେମାନଙ୍କର ସଂସାର ।

ସେମାନଙ୍କର ହସଖୁସିର ସଂସାର ଦେଖି, ଏ ଦୁଃଖୀ ଦମ୍ପତି ସେମାନଙ୍କର ସୁଖର ରହସ୍ୟ କଥାଛଳରେ ପଚାରିଲେ । ଅତି ଆନନ୍ଦରେ ସୁଖୀ ଦମ୍ପତି ବୃଦ୍ଧାବସ୍ଥାରେ ସୁଖରେ କିପରି ରହିବ, ତା’ର ଚାରୋଟି ବାଟ ବତାଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ