ବ୍ରିଟେନ୍ ରାଜାଙ୍କୁ ଅଦ୍ଭୁତ ଦଣ୍ଡ

ଶେଷରେ ନ୍ୟାୟାଧୀଶଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା । ସେ ବ୍ରିଟିଶ୍ ଶାସନାଧୀନ ପ୍ରତ୍ୟେକ ବିଚାରାଳୟର ଏ ସମ୍ବନ୍ଧରେ ମତ ଲୋଡିଲେ । ସେହି ଅନୁସାରେ ପ୍ରତ୍ୟେକ ନ୍ୟାୟାଳୟରୁ ଦଣ୍ଡର ବିବରଣୀ ଆସି ପହଁଚିଲା ସର୍ବୋଚ୍ଚ ନ୍ୟାୟାଳୟରେ । ଏବେ ସବୁ ବିବରଣୀ ଆଧାରରେ ରାୟ ଘୋଷଣା କରାଯିବ ।

ନିମ୍ନ ନ୍ୟାୟଳୟରୁ ଆସିଥିବା ପରାମର୍ଶ ଗୋଟି ଗୋଟି କରି ପାଠ କରାଗଲା । ମାତ୍ର ସବୁ ପରାମର୍ଶ ଭିତରେ ମାନ୍ଦ୍ରାଜ୍ ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍ ଟି. ମୃତ୍ୟୁସ୍ୱାମୀ ଆୟାର୍ଙ୍କ ସୁପାରିସ୍ ଥିଲା ସବୁଠାରୁ ଭିନ୍ନ ।

ଆୟାର୍ ସେଥିରେ ଲେଖିଥିଲେ ଯେ, “ଦଣ୍ଡବିଧାନରେ ଜଣେ ସମ୍ରାଟ୍ ବା ପ୍ରଜା ଭିତରେ କିଛି ବି ପାର୍ଥକ୍ୟ ନାହିଁ । ଏ ସମ୍ପର୍କରେ ମୋର ମତାମତ ହେଉଛି – ବ୍ରିଟିଶ୍ ଶାସନାଧୀନ ଦେଶରେ ପ୍ରଚଳିତ ମୁଦ୍ରା ଉପରେ ସମ୍ରାଟ୍ଙ୍କର ମୁକୁଟବିହୀନ ମସ୍ତକର ଛାପ ରହୁ । ଏହାଦ୍ୱାରା ପ୍ରଜାମାନେ ଅନାୟାସରେ ବୁଝିପାରିଲେ ଯେ, ରାଜା ହେଉଛନ୍ତି ଜଣେ ଅପରାଧୀ ଓ ତାଙ୍କର ଅପରାଧ କଥା ସବୁବେଳେ ମନେପକାଇ ପାରିବେ ।”

ଶେଷରେ ତାହାହିଁ ହେଲା । ଯେଉଁ ଦିନ ଏହି ରାୟ ଘୋଷଣା କରାଗଲା ସେଦିନ ବ୍ରିଟେନ୍ର ଉଚ୍ଚନ୍ୟାୟାଳୟ ପ୍ରାଙ୍ଗଣ ଲୋକାରଣ୍ୟ ହୋଇଯାଇଥିଲା । ସେଦିନ ଅଦାଲତରେ ମୁଖ୍ୟ ନ୍ୟାୟାଧୀଶ ଲୋକଗହଳି ଭିତରେ ସମ୍ରାଟ୍ ସପ୍ତମ ଏଡ୍ୱାର୍ଡଙ୍କ ପ୍ରତି ଲାଗୁ ହୋଇଥିବା ଏହି ଅଦ୍ଭୁତ ଦଣ୍ଡ ବିଧାନ କଥା ଘୋଷଣା କରିଥିଲେ । ତା’ପରେ ସେ ଦେଶର ମୁଦ୍ରା ଓ ଡାକଟିକେଟରେ ସମ୍ରାଟ୍ଙ୍କର ମୁକୁଟବିହୀନ ମୁଣ୍ଡ ଦେଖିବାକୁ ମିଳିଥିଲା ।

ଜଣେ ଇଣ୍ଡିଆନ ନ୍ୟାୟାଧୀଶ ସମ୍ରାଟ୍ଙ୍କର ଏଭଳି ନିନ୍ଦାରଟନା ପାଇଁ ନିର୍ଭୀକତାର ସହିତ ଯେଉଁ ପରାମର୍ଶ ସେଦିନ ଦେଇଥିଲେ, ଏଥିଲାଗି ତାଙ୍କର ପ୍ରଶଂସା ବିଶ୍ୱସାରା ଖେଳିଯାଇଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ