ଭବିଷ୍ୟତ ବାଣୀ

ଯାମୁନଗରର ରାଜା ହରିକାନ୍ତ ଭୋଗବିଳାସରେ ଥାଇ ଅତି ନିଶ୍ଚିନ୍ତ ମନରେ ଶାସନ କାର୍ଯ୍ୟ ଚଲାଉଥା’ନ୍ତି । କାରଣ ଏକେ ତ ତାଙ୍କର ଶତୃଭୟ ପ୍ରାୟ ନଥିଲା; ଦ୍ୱିତୀୟରେ ମନ୍ତ୍ରୀମାନେ ଅତ୍ୟନ୍ତ ବିଶ୍ୱସ୍ତ ଓ କାର୍ଯ୍ୟଦକ୍ଷ ।

                କିଛିଦିନ ପରେ ଦେଖାଗଲା କ୍ରମଶଃ ରାଜା ଅଧିକରୁ ଅଧିକ ମୋଟା ହେବାକୁ ଲାଗିଲେ । ଶେଷରେ ସେ ଏତେ ମୋଟା ହେଲେ ଯେ ଗୋଟିଏ ସ୍ଥାନରୁ ଉଠିବା ତାଙ୍କ ପକ୍ଷେ ଖୁବ୍ କଷ୍ଟସାଧ୍ୟ ହୋଇ ପଡିଲା । ସେ ଦେଖିଲେ ଅନ୍ୟମାନେ କେତେ ସହଜରେ ବୁଲାଚଲା କରି ପାରୁଛନ୍ତି । ମନେ ମନେ ସେ ବଡ ଦୁଃଖିତ ହୋଇ ଭାବିଲେ କି ଏଥିପାଇଁ କି ପ୍ରତିକାର କରାଯିବ ।

                ରାଜା ମନ୍ତ୍ରୀମାନଙ୍କୁ ଡକାଇ ଏ ସଂକ୍ରାନ୍ତରେ ପରାମର୍ଶ କଲେ । ମନ୍ତ୍ରୀମାନେ ରାଜ୍ୟର ବିଶିଷ୍ଟ ବୈଦ୍ୟମାନଙ୍କୁ ଡକାଇଲେ । ଚିକିତ୍ସା ଆରମ୍ଭ ହେଲା । କିନ୍ତୁ ଖାଦ୍ୟ ଉପରେ ବୈଦ୍ୟମାନଙ୍କ ଉପଦେଶ ଅନୁସାରେ ସେ ଆଦୌ ନିୟନ୍ତ୍ରଣ ରଖିପାରିଲେ ନାହିଁ । ଫଳରେ ଔଷଧ କିଛି ବି କାମ କଲା ନାହିଁ । ତେଣୁ ବୈଦ୍ୟମାନେ ବାଧ୍ୟ ହୋଇ ଚିକିତ୍ସା ବନ୍ଦ କରି ନିଜ ଘରକୁ ଫେରିଗଲେ ।

                ତେଣୁ ରାଜାଙ୍କର ଚିନ୍ତା ଅଧିକ ବଢିଗଲା । ଶେଷରେ ସେ ନିରାଶ ହୋଇ ତାଙ୍କ ମନ୍ତ୍ରୀମାନଙ୍କୁ କହିଲେ, “ସାରା ରାଜ୍ୟରେ ଡେଙ୍ଗୁରା ପିଟି କହିଦିଅ ଯେ ଯିଏ ରାଜାଙ୍କୁ ଭଲ କରିବ ସେ ରାଜ୍ୟରୁ ଅଧେ ପାଇବ ।” ମନ୍ତ୍ରୀମାନେ ଭାବିଲେ ରାଜ୍ୟ ଲୋଭରେ ବହୁଲୋକ ଆସି ରାଜାଙ୍କୁ ହଇରାଣ କରିବେ । ତେଣୁ ସେମାନେ ଅନ୍ୟ ଏକ ସର୍ତ୍ତ ରଖିଲେ ଯେ ଚିକିତ୍ସାରେ ସଫଳ ହେଲେ ଅଧେ ରାଜ୍ୟ ପାଇବ ନ ହେଲେ ପାଂଚବର୍ଷ ସଶ୍ରମ କାରାଦଣ୍ଡ ପାଇବ । ଏ ସର୍ତ୍ତ ଶୁଣି କିଏ ବା ସାହସ କରିବ ଆସିବାକୁ । ଯିଏ ବା ଆସିଲା କାରାଦଣ୍ଡ ଭୋଗିଲା । ରାଜାଙ୍କର ଚିନ୍ତା ଆହୁରି ବଢିଲା । ଶେଷରେ ଦିନେ ଯୋଗାନନ୍ଦ ନାମକ ଜଣେ ସନ୍ନ୍ୟାସୀ ଏ ଖବର ଶୁଣି ରାଜମହଲରେ ଆସି ପହଁଚିଲେ ।

                ସନ୍ନ୍ୟାସୀ ରାଜାଙ୍କୁ କହିଲେ, “ମହାରାଜ, ମୋ ଚିକିତ୍ସାରେ ଆପଣ ରହିଲେ ମାସକ ଭିତରେ ଆପଣଙ୍କ ପୃଥୁଳ ଶରୀର କ୍ରମେ ପତଳା ହୋଇଯିବ । କିନ୍ତୁ ମୁଁ ଯାହା କହିବି ଆପଣଙ୍କୁ ତାହାହିଁ କରିବାକୁ ହେବ ।”

                ରାଜା କହିଲେ “ଅବଶ୍ୟ କରାଯିବ ।”

                ମନ୍ତ୍ରୀମାନେ କହିଲେ “କିନ୍ତୁ ଆପଣ କି ଔଷଧ ଦେଇ ଚିକିତ୍ସା କରୁଛନ୍ତି ସେସବୁ ଆମକୁ କହିବାକୁ ହେବ ନଚେତ୍ କି ବିଶ୍ୱାସରେ ଆମେ ଆପଣଙ୍କ ହାତରେ ରାଜାଙ୍କୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେବୁ?”

ସେମାନଙ୍କ କଥା ଶୁଣି ସନ୍ନ୍ୟାସୀ କହିଲେ “ନିଶ୍ଚୟ କହିବି । କିନ୍ତୁ ଏବେ ନୁହେଁ । ଏହାଛଡା ମୋର ଆଉ ଗୋଟିଏ ସର୍ତ୍ତ ଅଛି । ମୁଁ ରାଜାଙ୍କର ଜାତକରୁ ଗ୍ରହନକ୍ଷତ୍ରଙ୍କର ସ୍ଥିତି ଓ ଶୁଭ ସମୟ ଦେଖି ଚିକିତ୍ସା ଆରମ୍ଭ କରିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ