ଅସଲ ନେତାଟି କିଏ

ଏକଦା ରୁଷ ଦେଶର ଜନନେତା ଲେନିନ୍ ଶତ୍ରୁପକ୍ଷର ଆକ୍ରମଣରେ ଆହତ ହୋଇ କ୍ଷତାକ୍ତ ହୋଇଥାନ୍ତି । ତେଣୁ ସେ ଡାକ୍ତରଖାନାରେ ଅନେକ ଦିନ ହେଲା ଚିକିତ୍ସିତ ହେଉଥାନ୍ତି । ତଥାପି ମଧ୍ୟ ଚାଲିବାକୁ ତାଙ୍କ ଦେହରେ ବଳ ମୋଟେ ନଥାଏ । ଦିନେ ହଠାତ୍ ସେହି ଡାକ୍ତରଖାନାରେ ଥାଇ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ରେଳପଥ ଭାଙ୍ଗିଗଲା । ଏହି ଦୁଃସମ୍ବାଦ ପାଇ ସେ ଅତ୍ୟନ୍ତ ବ୍ୟଥିତ ହୋଇପଡିଲେ । ତା’ପରେ ଘଟଣାସ୍ଥଳକୁ ଯିବାଲାଗି ତାଙ୍କର ମନ ଅତ୍ୟନ୍ତ ବ୍ୟାକୁଳିତ ହେଲା ।

                ସେତେବେଳେ ଲେନିନ୍ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥାଇ ସଙ୍ଗେ ସଙ୍ଗେ ସଂପୃକ୍ତ ବିଭାଗକୁ ରେଳପଥର ତୁରନ୍ତ ମରାମତିପାଇଁ ଜରୁରୀ ଆଦେଶ ପ୍ରେରଣ କରିଦେଲେ । ତହୁଁ ଶ୍ରମିକମାନେ ମନଧ୍ୟାନ ସହକାରେ ରେଳଧାରଣାକୁ ଖୁବ୍ କମ୍ ସମୟ ମଧ୍ୟରେ ସଜାଡିଦେଲେ । ଫଳରେ ରେଳକର୍ମଚାରୀ ଓ ଜନସାଧାରଣଙ୍କ ଭିତରେ ଆନନ୍ଦର ଲହରୀ ଖେଳିଗଲା ।

                ପୂର୍ବରୁ ଏଭଳି କାର୍ଯ୍ୟ ଏତେ ଶୀଘ୍ର କେବେ ବି ହୋଇପାରି ନଥିଲା । ସୁତରାଂ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଲେନିନ୍ଙ୍କର ପ୍ରଶଂସା କରିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ