ଧନକୁ କାହିଁକି ରଖୁ

ଜଣେ ଲୋକ ପାଖରେ ବହୁତ ସୁନା ଥିଲା । ସେ ଚୋରୀ ଡରରେ ଗୋଟାଏ ବାକ୍ସରେ ସବୁ ସୁନା ତକ ପୁରାଇ ଗୋଟିଏ ଜାଗାରେ ପୋତି ଦେଇଥିଲା । ସେ ଲୋକଟି ସବୁଦିନ ରାତିରେ ଯାଇ ସେ ଯାଗାଟିକୁ ଖୋଳି ବାକ୍ସରୁ ସୁନା ସବୁ ଦେଖେ ଏବଂ ପୁଣିଥରେ ପୋତି ଦେଇ ଆସେ ।

                ଜଣେ ଚୋର ଦିନେ ଏସବୁ ଦେଖିଲା ଏବଂ ସବୁ ସୁନାତକ ଚୋରି କରି ନେଇଗଲା । ତା ପରଦିନ ଏ ଲୋକଟି ଯାଇ ଦେଖିଲା ଯେ, ବାକ୍ସରେ ଆଉ କିଛି ବି ସୁନା ନାହିଁ, ତାପରେ ସେ ବହୁତ କାନ୍ଦିଲା । ତା ସାଙ୍ଗମାନେ ଆସି ତାକୁ କହିଲେ ଏ ସୁନାକୁ କେବଳ ତୁମେ ଦେଖୁଥିଲ ହେଲେ ଏସବୁ ତୁମର କିଛି ବି କାମରେ ଆସୁ ନଥିଲା । ଏଣୁ ତୁମେ କାହିଁକି କାନ୍ଦୁଛ ।

ଧନ କାମରେ ନ ଲାଗିଲେ ରହିବା ନରହିବା ସବୁ ସମାନ ।


ଗପ ସାରଣୀ

ତାଲିକାଭୁକ୍ତ ଗପ