ଗଧ ଓ ଘୋଡା

ଜଣକର ଗୋଟାଏ ଗଧ ଓ ଘୋଡାଟିଏ ଥିଲା । ଗଧ ଜିନିଷପତ୍ର ବୋହିବା କାମ କରେ କିନ୍ତୁ ସେ ଘୋଡାଟି କିଛି ବି ନକରି ଖାଲି ଛିଡା ହୋଇଥାଏ । କେବଳ ଏହି କାରଣରୁ ସେ ଗଧର ମନରେ ଭାରି ଦୁଃଖ । ଥରେ ତାଙ୍କ ମାଲିକଙ୍କୁ ଯୁଦ୍ଧରେ ଯିବାକୁ ପଡିଲା । ସେ ଘୋଡାରେ ବସି ଯୁଦ୍ଧ କରିବାକୁ ଗଲେ ଏବଂ ଯୁଦ୍ଧରେ ସେ ଘୋଡାଟି ମରିଗଲା ।

                ଏହାଦେଖି ସେ ଗଧ ଭାବିଲା ଯେ ସେ ସିନା ଏତେ କାମ କରୁଛି କିନ୍ତୁ ତାକୁ ତ ଆଉ ଘୋଡା ପରି ଯୁଦ୍ଧକୁ ଯିବାକୁ ପଡୁ ନାହିଁ । ଏଣୁ ସେ ଭାରି ଖୁସିରେ ରହିଲା ।

ନଭାବି ନଚିନ୍ତି ଇର୍ଷା କରିବା ଆଦୌ ଠିକ୍ କଥା ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ