ବ୍ୟର୍ଥ ଉପଦେଶ

ଜଣେ ଲୋକର ହଠାତ୍ ଦେହ ଖରାପ ହେଲା । ସେଠାକାର ଡାକ୍ତର ଠିକ୍ ସମୟରେ ଆସି ତାକୁ ଦେଖୁ ନଥିଲେ । କିଛିଦିନ ପରେ ସେ ଲୋକଟି ମରିଗଲା । ଲୋକଟି ମରିଯିବା ପରେ ଡାକ୍ତର ତାଙ୍କ ଘରକୁ ଆସି କହିଲେ; “ଯଦି ସେ ଲୋକଟି କମ୍ ମଦ ପିଇଥାନ୍ତା ଏବଂ ସବୁଦିନ ନିୟମିତ ଔଷଧ ଖାଇଥାନ୍ତା, ତେବେ ସେ ନିଶ୍ଚୟ ଭଲ ହୋଇଯାଇଥାନ୍ତା” ।

                ଏକଥା ଶୁଣି ଜଣେ ଲୋକ କହିଲା, “ବର୍ତ୍ତମାନ ଏସବୁ କଥା କହି ଆଉ ଲାଭ କଣ । ସେ ବଂଚିଥିବା ଅବସ୍ଥାରେ ଏଇକଥା କହିଥିଲେ ହୁଏତ କିଛିଟା ଲାଭ ହୋଇଥାନ୍ତା ।”

ଉପଦେଶ ଠିକ୍ ସମୟରେ ନ ଦେଲେ ତାହା କୌଣସି କାମରେ ବି ଆସେନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ