ଗଧର ପାଠ ପଢା

        ସମ୍ରାଟ୍ ଆକବରଙ୍କ ଦରବାର ସେଦିନ ଖୁବ୍ ଜନାରଣ୍ୟ ଥାଏ । ସେଦିନ ଏପରି ଜନାରଣ୍ୟ ହେବାର କାରଣ ଥିଲା ଯେ ସେ ରାଜ୍ୟରେ ହୋଇଥିବା ସମସ୍ତ ଚୋରି ମାଲ ଗୁଡିକ ଦରବାରରେ ଜମା କରାଯାଉଥିଲା । ପାରିଷଦ ବର୍ଗ ଖୁବ୍ ଉତ୍ସୁକତାର ସହିତ ଦରବାରକୁ ଆସୁଥିବା ସମସ୍ତ ଚୋରି ମାଲ୍ ଦେଖୁଥାଆନ୍ତି । ସେଦିନ ଯେତେଗୁଡିଏ ଚୋରି ମାଲ୍ ମହଜୁଦ୍ କରାଗଲା, ସେଥି ମଧ୍ୟରେ ଦେଖିବାଲାଗି ଏକ ଆକର୍ଷଣୀୟ କଥା ଥିଲା, ତାହା ହେଲା ଗୋଟାଏ ଯୁବକ ଗଧ, ସେହି ଗଧଟିର ରୂପ ଚେହେରାରୁ ଜଣାପଡୁଥିଲା ଗଧ ପ୍ରାୟତଃ କୌଣସି ଯୌନ କେଳେଙ୍କାରୀ ମଧ୍ୟରେ ପଶିନଥିଲା ।

         ଏତେବେଳ ଯାଏଁ ଦରବାରରେ ବିରବଲ ମଧ୍ୟ ସମସ୍ତଙ୍କ ସହିତ ମିଶି ଚୋରି ଦ୍ରବ୍ୟଗୁଡିକ ଦେଖୁଥିଲେ । ଯେତେବେଳେ ଗଧଟି ଦରବାର ମଧ୍ୟକୁ ଆସିଲା ସେତେବେଳେ ଦରବାର ମଧ୍ୟରେ ହାସ୍ୟ ଖେଳାଇବା ଉଦ୍ଧେଶ୍ୟରେ ବିରବଲ କହିଲେ – ଜାହାଁପନା! ଏହି ଗଧଟିର ରୂପ ଯଦି ଆପଣ ଦେଖିପାରୁଥିବେ । ଦେଖୁନାହାଁନ୍ତି ଗଧଟି କେଡେ କନକନିଆ ଆଉ ଛନଛନିଆ ହୋଇଛି । ମୁଁ ଯାହା ମନେ କରୁଛି ଏହି ଗଧଟି ମିଳିବା ଆମ ରାଜ୍ୟରେ ବିରଳ । ଆଉ ମଧ୍ୟ ଯେଉଁ ଚୋର ଗଧଟିକୁ ଚୋରି କରିଥିଲା ତା’ର ମଧ୍ୟ ଗଧ ଗବେଷଣା କ୍ଷେତ୍ରରେ ଅଗାଧ ଜ୍ଞାନ ଅଛି । ତାହା ନ ହେଲେ ଏପରି ଏକ ସୁନ୍ଦର ବୁଦ୍ଧିମାନ୍ ଚାଲାଖିଆ ଗଧଟିକୁ ସେ ବା କାହିଁକି ଚୋରି କରୁଥିଲା । ମୋର ଦୃଢ ଧାରଣା ହେଉଛି ଏ ଗଧର ଶିକ୍ଷା ସାଧନା କରିବାର ଇଚ୍ଛା ଥିଲା । ତା’ର ଭାଗ୍ୟ ଖରାପ୍ ଯେ କୌଣସି ନିଷ୍ଠୁର ଚୋର ତାଙ୍କୁ ଚୋରି କରି ତା’ର ଶିକ୍ଷା କ୍ଷେତ୍ରରେ ବିରୋଧତା ସୃଷ୍ଟି କରିଛି । ଏ ଗଧ ନିଶ୍ଚୟ ପାଠ ପଢିଥାଆନ୍ତା ।

         ବିରବଲ ଏତେଗୁଡିଏ ଗଧ ସପକ୍ଷରେ ଟିପ୍ପଣୀ ଦେବା ବେଳେ ସମ୍ରାଟ୍ ତାଙ୍କ ଆଡକୁ ତୀକ୍ଷ୍ନ ଦୃଷ୍ଟିରେ ଚାହିଁ ଥାଆନ୍ତି । ବିରବଲଙ୍କର ବାଟୁଳିମରା ବାକ୍ୟର ସମାପ୍ତି ଯାଏଁ ସେ ଅପେକ୍ଷା କରି ରହିଥିଲେ । ଯେତେବେଳେ ବିରବଲ ଚୁପ୍ ହୋଇଗଲା ସମ୍ରାଟ୍ ବିରବଲଙ୍କ ଆଡକୁ ଚାହିଁ ଆଦେଶ ଦେଲେ ଯେ ଏହି ଗଧର ପାଠପଢା ଦାୟିତ୍ୱ ଆଜିଠାରୁ ତୁମରି ହେପାଜତରେ ଦିଆଗଲା । ଏକ ମାସ ଯାଏଁ ରାଜକୋଷରୁ ତା’ର ଖାଦ୍ୟ ପାନୀୟ ଯୋଗାଇ ଦିଆଯିବ । ତୁମ୍ଭେ କିନ୍ତୁ ମାସକ ମଧ୍ୟରେ ଗଧକୁ ପାଠପଢାଇ ଆଣି ଦରବାରରେ ହାଜର କରିବ । ତାହା ନ ହେଲେ ତୁମ୍ଭ ଲାଗି ଶାସ୍ତି ହେବ ମୁଣ୍ଡକାଟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ