ଗୁଣ ବଡ ନା ସଂଖ୍ୟା ବଡ

ଏକଦା ବଣ ମଧ୍ୟରେ ପଶୁ ମାନଙ୍କର ଏକ ବୈଠକ ବସିଲା । ସେଥିରେ ଆଲୋଚନା ଆରମ୍ଭ ହେଲା କି କିଏ ସବୁ ଠାରୁ ବେଶୀ ଛୁଆ ଜନ୍ମ କରି ପାରନ୍ତି?

ଭାଲୁ କହିଲା – ମୁଁ ଏକାଥରେ ଦୁଇଟି ଛୁଆ ଜନ୍ମ କରେ ।

ବିଲୁଆ କହିଲା – ମୁଁ ଏକାଥରେ ଚାରି ଚାରିଟି ଛୁଆ ଜନ୍ମ କରେ ।

ଘୁଷୁରି କହିଲା ମୁଁ ଏକାଥରକେ ଆଠଟି ଛୁଆ ଜନ୍ମ କରେ ।

ସିଂହୀ ଚୁପ୍ ଚାପ୍ ବସି ଥିଲା । ଯେଭଳି ମନେ ହେଉଥିଲା କି ସେମାନଙ୍କର କଥାବାର୍ତ୍ତାକୁ ସେ କିଛି ଶୁଣୁ ନଥିଲା । ହରିଣ ତାଙ୍କୁ କହିଲା ମହାରାଣୀ – ଆପଣ କାହିଁକି ଚୁପ୍ ରହିଛନ୍ତି? ଆପଣ ତ କିଛି କୁହନ୍ତୁ?

ସିଂହୀ କହିଲା – ମୁଁ କ’ଣ କହିବି । ମୁଁ ତ ଏକାଥରକେ ଗୋଟିଏ ଛୁଆ ଜନ୍ମ କରେ । ଏକ କେବଳ ଏକ । ଦିନେ ସେହି ଛୁଆ ସିଂହ ହୁଏ । ଆଉ ତୁମ ମାନଙ୍କ ଉପରେ ହୁକୁମ୍ ଚଳାଏ । ତୁମ ମାନଙ୍କର ଦେଖା ଶୁଣା କରେ । ବଣ ମଧ୍ୟରେ ରାଜତ୍ୱ ଚଳାଏ ।

ମାଙ୍କଡୀ କହିଲା ଠିକ୍ କହିଛ ସିଂହୀ ରାଣୀ । ଗୁଣ ପାଖରେ ସଂଖ୍ୟାର ଅଧିକତା ବ୍ୟର୍ଥ ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ