ଅଦୃଶ୍ୟ ପରୀ

ଅନାଦି ଓ ଆଦିକନ୍ଦ ଦୁଇଜଣ ଭାରି ସାଙ୍ଗ । ବହୁ ସମୟରେ ସେମାନେ ଯାଇ ତାଙ୍କ ଗାଆଁର ଶେଷ ମୁଣ୍ଡ ବରଗଛ ମୂଳେ ବସି ଗପସପ ହୁଅନ୍ତି । ଦିନେ ଦିନେ ସେମାନେ ଭୋଜିଭାତ ବି ଘରେ କରନ୍ତି । ଦୁଇ ପରିବାର ଏକତ୍ର ଗୋଟିଏ ଜାଗାରେ ବସି ମଜାରେ ଖାଆନ୍ତି ।

ତାଙ୍କ ବାଡି ପାଖକୁ ଲାଗି ଅନ୍ୟଲୋକର ବାଡିଟିଏ ଥାଏ । ଅନାଦି ଓ ଆଦିକନ୍ଦ ଦୁଇ ଜଣ ମିଶି ଗୋଡିଏ ବାଡି କିଣିଥିଲେ । ସେଠାରେ ପନିପରିବା କରୁଥିଲେ । ସେମାନେ ଦୁହେଁ ଅଳସୁଆ ସକାଶେ ତାଙ୍କ ବାଡିରେ ଭଲ ପନିପରିବା ଆଦୌ ହେଉନଥିଲା । କିନ୍ତୁ ଅନ୍ୟ ଲୋକର ବାଡିରେ ସେ ବର୍ଷ ବଡ ବଡ କଖାରୁ ଗୁଡିଏ ହୋଇଥାଏ । ଏସବୁ ଦେଖି ସେମାନେ ଦୁହେଁ ସ୍ଥିର କଲେ ରାତିରେ ଚୋରୀ କରିବା । ରାତି ଗୋଟାଏ ପାଖାପାଖି । ଏଣେ ସେ ଗାଆଁସାରା ସମସ୍ତେ ଶୋଇପଡିଲେଣି । ଠିକ୍ ଏତିକିବେଳେ ଦୁହେଁ ଚୋରୀ କରିବା ପାଇଁ ବାହାରିଲେ । ବାଡ ଭିତରେ ପଶିଲେ ଏବଂ କଖାରୁ ଛିଣ୍ଡାଇବା ବେଳକୁ ଗୋଟିଏ ଅଦୃଶ୍ୟ ଶକ୍ତି ତାଙ୍କ ପିଠିରେ ଦୁଲ୍ଦାଲ୍ କରି ବିଧା ଥୋଇଦେଲା । ମାଡ ଖାଇ ସେ ଦୁହେଁ ସେଠାରୁ ଦୌଡି ପଳାଇବେ କ’ଣ, ଓଲଟି ସେହିଠାରେ ହିଁ ଚେତା ବୁଡି ଶୋଇଗଲେ । ସକାଳୁ ବାଡିଟି ଯାହାର ସେ ମାଲିକ ଆସି ଏ ଅବସ୍ଥା ଦେଖିଲା । ତଥାପି ବି ସେ ଅନାଦି ଓ ଆଦିକନ୍ଦକୁ ଚୋର ବୋଲି ବିଶ୍ୱାସ କରିପାରିଲା ନାହିଁ । ତହୁଁ ମାଲିକ ପାଣିଛାଟି ସେ ଦୁଇ ଜଣଙ୍କୁ ଚେତା କରାଇ ସବୁକଥା ପଚାରିଲା । ସେମାନେ ଯାହା ଯାହା ଘଟିଥିଲା ସବୁ କହିଗଲେ । ବାଡି ମାଲିକଟି ଭଲ ଲୋକ ଥିଲା । ତେଣୁ ସେ କହିଲା –

“ଭାଇରେ ଭାଇ,

                ପରଜିନିଷରେ ହାତ ମାରିବ ନାହିଁ,

ଚୋରି କଲେ ଟଙ୍କା ଟିଏ,

                ନିଜର ଯିବ ନିଶ୍ଚେ କୋଟିଏ ।

                ଯାହାତ କଲ ଭୁଲ୍ କଲ । ସେଇଥିପାଇଁ ବି ତୁମେ ମାଡ ଖାଇଲ । ଯାହାର କେହି ଦେଖିବାକୁ ନାହିଁ, ଅଦୃଶ୍ୟ ଶକ୍ତି ତାକୁ ଦେଖୁଥାଇ ।

                                ମୋର ସେହି ଅଦୃଶ୍ୟ ଶକ୍ତି

                                                ତାକୁ ମୁଁ କରେ ଅଶେଷ ଭକ୍ତି ।

                ଏହା ଶୁଣି ଅନାଦି କହିଲା, ତାହେଲେ ତୁ କ’ଣ ଅଦୃଶ୍ୟ ଶକ୍ତିର ସତା ଜାଣିପାରୁ? ତହୁଁ ସେ ବାଡିମାଲିକଟି ନିଜ ଦୁଇ ହାତ ଯୋଡି କହିଲେ ସେ ଶକ୍ତିଟି କାହାକୁ ଦେଖା ଦିଅନ୍ତି ନାହିଁ, କିନ୍ତୁ ସର୍ବଦା ମୋର ଭକ୍ତି ଯୋଗୁଁ ସେ ମୋତେ ସହାୟ ହୋଇ ଥାଆନ୍ତି । ତୁମେ ମାନେ ରାତିରେ ମୋ କଖାରୁଗୁଡିକ ନେଇ ଫେରାର୍ ହୋଇ ଯାଇଥାଆନ୍ତ । ମାତ୍ର ତା ଉପରେ ମୋର ଅଗାଧ ବିଶ୍ୱାସ । ସେ କିପରି ମୋର ଏତେ କ୍ଷତି ସହିବ?


ଗପ ସାରଣୀ

ତାଲିକାଭୁକ୍ତ ଗପ