ଆଶୀର୍ବାଦ ହିଁ ବିଜୟ

ମହାଭାରତ ଯୁଦ୍ଧ ପାଇଁ କୌରବ ଆଉ ପାଣ୍ଡବମାନଙ୍କ ଭିତରେ ପ୍ରସ୍ତୁତି ଚାଲିଥାଏ । କୌରବ ପକ୍ଷର ମୁଖ୍ୟ ଯୁବରାଜ ଦୁର୍ଯ୍ୟୋଧନ ଏଥିପାଇଁ ବ୍ୟାପକ ଆୟୋଜନ କରି ସାରିଥାଆନ୍ତି । ବହୁ ରାଜ୍ୟର ରାଜାମାନେ କୌରବଙ୍କ ପକ୍ଷ ସମର୍ଥନ କରି ହସ୍ତୀନା ନଗରୀରେ ଆସି ପହଁଚୁଥାଆନ୍ତି । ଏସମସ୍ତ ଖବର ପାଣ୍ଡବଙ୍କ ଜ୍ୟେଷ୍ଠ ଭ୍ରାତା ଧର୍ମରାଜ ଯୁଧିଷ୍ଠିରଙ୍କର ହସ୍ତଗତ ହେଉଥାଏ । କୌରବଙ୍କ ପକ୍ଷରେ ନାରାୟଣୀ ସେନା । ପାଣ୍ଡବଙ୍କ ସପକ୍ଷରେ ସ୍ୱୟଂ ନାରାୟଣ ବାସୁଦେବ କୃଷ୍ଣ । ପାଣ୍ଡବମାନଙ୍କ ଅପେକ୍ଷା କୌରବଙ୍କ ପକ୍ଷ ସମର୍ଥନରେ ବହୁବଳଶାଳୀ, ଚତୁର ଯୋଦ୍ଧାଙ୍କୁ ନେଇ ବିଶାଳ ସୈନ୍ୟ ସମାବେଶ ।

                ରାଜା ଯୁଧିଷ୍ଠିର ଯୁଦ୍ଧକୁ ଯିବା ପୂର୍ବରୁ ଗୁରୁଜନମାନଙ୍କ ପାଖକୁ ଯାଇ ଆଶୀର୍ବାଦ ଭିକ୍ଷା କରିବା କଥା ଚିନ୍ତା କଲେ । ସେଥିପାଇଁ ଦିନେ ସେ ପାଣ୍ଡବ ଶିବିରରୁ ଏକାକୀ ବାହାରି କୌରବ ଶିବିର ଆଡକୁ ଆଗେଇ ଚାଲିଲେ । ଏହା ଦେଖି ତାଙ୍କର ଅନ୍ୟ ଭାଇମାନେ ଖୁବ୍ ଚିନ୍ତାରେ ପଡିଗଲେ । ସେମାନେ ଚିନ୍ତା କରୁଥିଲେ କି ଯୁଦ୍ଧ ତ ଆରମ୍ଭ ହେବାକୁ ଆଉ ଅଧିକ ସମୟ ନାହିଁ । ଅଥଚ ଏପରି ଏକ ସମୟରେ ଜ୍ୟେଷ୍ଠ ଭ୍ରାତା କୌରବ ଶିବିର ଆଡକୁ କାହିଁକି ଆଗେଇ ଯାଉଛନ୍ତି? ମାତ୍ର ସଖା କୃଷ୍ଣ ଦୂରରେ ଥାଇ ଏସବୁ ଦୃଶ୍ୟକୁ ଅବଲୋକନ କରୁଥାଆନ୍ତି ଆଉ ମନେ ମନେ ହସୁ ଥାଆନ୍ତି । ସେ ପାଣ୍ଡବ ଭ୍ରାତାମାନଙ୍କୁ କହିଲେ କି, ‘ଏଥିରେ ତ କୌଣସି ଚିନ୍ତା କରିବାର କାରଣ ହିଁ ନାହିଁ । ସେ ହେଉଛନ୍ତି ଧର୍ମରାଜ । ତେଣୁ ଏ ସମୟରେ ସେ କିଛି ନିଜସ୍ୱ କର୍ତ୍ତବ୍ୟ କରିବେ । ଅତଏବ ସେଥିପାଇଁ କୌଣସି କଥା ଚିନ୍ତା କରିବା ବି ଭୁଲ୍ ।’


ଗପ ସାରଣୀ

ତାଲିକାଭୁକ୍ତ ଗପ