ସତ୍ସଙ୍ଗର ଫଳ

 ଜଣେ ଚୋର ଥିଲା, ମୃତ୍ୟୁ ସମୟ ନିକଟ ହୋଇଆସିବାରୁ ସେ ତା’ର ପୁଅକୁ ଡାକି କହିଲା ଚୋରି କରିବା ସମୟରେ କୌଣସି ଧର୍ମସ୍ଥଳୀ (ଉପାସନା ପୀଠ) ଧର୍ମଶାଳା ଭିତରେ ପଶିବୁ ନାହିଁ । ଯଦି ଧରାପଡୁ ଯେତେ ପିଟାପିଟି କଲେ ମଧ୍ୟ କୌଣସି ପରିସ୍ଥିତିରେ ଦୋଷ ସ୍ୱୀକାର କରିବୁ ନାହିଁ । ଏହାର କିଛି ଦିନପରେ ଚୋରଟି ମରିଗଲା । ପୁଅ, ବାପାଙ୍କ ଭଳି ପ୍ରାୟତଃ ଚୋରି କଲା । ଦିନେ ଚୋରି କରିବା ସମୟରେ ଧରାପଡିଲା, ମାତ୍ର ଖସି ପଳାଇବା ସମୟରେ ରାସ୍ତାରେ ଏକ ଧର୍ମଶାଳା ପଡିଲା । ପିତାଙ୍କର ମୃତ୍ୟୁକାଳୀନ ଉପଦେଶ ମନକୁ ଆସିଲା – “କୌଣସି ଧର୍ମଶାଳାରେ ପ୍ରବେଶ କରିବୁନାହିଁ ।” ନିକଟରେ ଗ୍ରାମ । ପହରାଦାର ଓ ଘରମାଲିକ ପିଛା କରୁଛନ୍ତି, ଅନ୍ୟ ଉପାୟ ନ ଦେଖି ସେହି ଧର୍ମଶାଳା ଭିତରେ ପଶିଗଲା । ଧର୍ମଶାଳାରେ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥାଏ । ଧର୍ମକଥା ନଶୁଣିବା ନିମନ୍ତେ ସେ ଦୁଇକାନରେ ଆଙ୍ଗୁଠି ଦେଇଦେଲା । ତଥାପି ପ୍ରବଚକଙ୍କର ଏଇ ଗୋଟିଏ ଧାଡି ତା’ କାନରେ ପଡିଲା ‘ଦେବଦେବୀଙ୍କର ଛାୟା ଭୂମିରେ ପଡେ ନାହିଁ ।’

         ତାକୁ ଖୋଜୁଥିବା ପହରାଦାର ଜାଣିବାକୁ ପାଇଲେଯେ ଚୋରଟି ଏହି ଧର୍ମଶାଳାରେ ଆଶ୍ରୟ ନେଇଛି । ଚୋର ଧରାଗଲା, ପ୍ରହରୀମାନେ ଦୋଷ ସ୍ୱୀକାର ନିମିତ ନିସ୍ତୁକ ପିଟିଲେ । ଯେତେମାଡ ଖାଇଲେ ମଧ୍ୟ ଚୋରଟି ନିଜ ଦୋଷ ସ୍ୱୀକାର କଲା ନାହିଁ । ସେହି ରାଜ୍ୟର ନିୟମ ଥିଲା ଯେ ଅଭିଯୁକ୍ତ ଦୋଷ ସ୍ୱୀକାର ନକଲେ ତାଙ୍କୁ ଦଣ୍ଡିତ କରାଯାଇ ପାରିବ ନାହିଁ । ରାଜାଙ୍କ ସମ୍ମୁଖରେ ତାକୁ ହାଜର କରାଗଲା । ରାଜାଙ୍କ ଆଗରେ ପ୍ରହରୀମାନେ ତାକୁ ପୁନଶ୍ଚ ଖୁବ୍ ପିଟିଲେ । ତଥାପି ଅଭିଯୁକ୍ତ ଦୋଷ ସ୍ୱୀକାର କଲା ନାହିଁ । ତହୁଁ ରାଜା ଚୋର ଧରିବା ପାଇଁ ଏକ କୌଶଳ ଅବଲମ୍ବନ କଲେ । ରାଜା ଜାଣିଥିଲେଯେ ଚୋର ଡକାୟତମାନେ ଦେବୀଭକ୍ତ । ଜଣେ ସ୍ତ୍ରୀଲୋକଙ୍କୁ ଦୁର୍ଗାବେଶରେ ସଜ୍ଜିତ କରାଗଲା । ରାତ୍ରିରେ ଚୋରଟି ରହୁଥିବା କୋଠରୀ ନିକଟକୁ ଦୁର୍ଗାରୂପୀ ସ୍ତ୍ରୀଲୋକଟି ଗଲା । ପ୍ରତ୍ୟହ ଜେଲ୍କୋଠରୀ ଅନ୍ଧକାର ରହୁଥିଲେ ମଧ୍ୟ ସେଦିନ ଏକ ଦୀପ ଜଳାଯାଇଥିଲା । ସ୍ତ୍ରୀ ରୂପୀ ଦୁର୍ଗା ସେହି କୋଠରୀ ଭିତରକୁ ଯାଇ କହିଲେ ‘ବତ୍ସ ! ତୁ ମୋତେ ସ୍ମରଣ କଲୁ, ଚୋରି ସ୍ୱୀକାର ନକରି ତୁ ଖୁବ୍ ଭଲ କରିଛୁ, କିନ୍ତୁ ମୋତେ ସତସତ କହ, ମୁଁ ତୋତେ ଏହି ବନ୍ଦୀଶାଳରୁ ମୁକ୍ତ କରିଦେବି ।’


ଗପ ସାରଣୀ

ତାଲିକାଭୁକ୍ତ ଗପ