ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶ୍ରେଷ୍ଠ ଭକ୍ତ ପ୍ରହଲାଦ

         ନାରଦଙ୍କଠାରୁ ଏହା ଶୁଣି ଦେବରାଜ ପ୍ରମାଦ ଗଣିଲେ । ହାତଯୋଡି ସେ ନାରଦଙ୍କୁ କହିଲେ – ଦେବର୍ଷି ! ଏହି ଭୁଲ୍ ନିମନ୍ତେ ମୋତେ କ୍ଷମା କରନ୍ତୁ । ମୁଁ ଜାଣିନଥିଲି ତାଙ୍କର ଗର୍ଭରେ ଭଗବାନଙ୍କର ଭକ୍ତ ଅଛନ୍ତି ବୋଲି । ଇନ୍ଦ୍ର ମୋର ମାତାଙ୍କୁ ମୁକ୍ତ କରିଦେଲେ । ନାରଦ ମୋର ଅସହାୟା ମାତାଙ୍କୁ ତାଙ୍କ ଆଶ୍ରମକୁ ନେଇଗଲେ ଓ ପିତା ତପସ୍ୟାରୁ ଫେରିବା ପର୍ଯ୍ୟନ୍ତ ତାଙ୍କ ଆଶ୍ରମରେ ରହିବାକୁ କହିଲେ । ବାଳକ ପ୍ରହ୍ଲାଦଙ୍କ ଏହି କାହାଣୀ ସହପାଠୀଦ୍ୱୟ ଧ୍ୟାନର ସହ ଶୁଣୁଥିଲେ । ପ୍ରହ୍ଲାଦ ପୁନଶ୍ଚ କହିଲେ ଦେବର୍ଷି ଆଶ୍ରମକୁ ଦିନକୁ ଥରେ ମାତ୍ର ଆସୁଥିଲେ । ମୋର ମାତାଙ୍କର ସେଠାରେ ଦିନକୁ ଥରେ ମାତ୍ର ଆସୁଥିଲେ । ମୋର ମାତାଙ୍କର ସେଠାରେ କୌଣସି ଅସୁବିଧା ହେଉନଥିଲା । ଆଶ୍ରମକୁ ଆସିବା ସମୟରେ ପ୍ରତ୍ୟହ ଦେବର୍ଷି ମାଆଙ୍କୁ ନାନା ଧର୍ମ ଉପଦେଶ ଶୁଣାଉଥିଲେ । ଦେବର୍ଷିଙ୍କର ଅସଲ ଉଦ୍ଧେଶ୍ୟ ଥିଲା ମୋତେ ଉପଦେଶ ଦେବା । ମାତାଙ୍କ ଗର୍ଭରେ ଥାଇ ମୁଁ ସେହି ଉପଦେଶ ସବୁ ଶୁଣିଥିଲି । ଏହା ଭିତରେ ଦୀର୍ଘଦିନ ଅତିବାହିତ ହୋଇଯାଇଛି । ଗୃହଜଞ୍ଜାଳ ତଥା ଅନ୍ୟାନ୍ୟ କାରଣରୁ ମା’ ନାରଦ ଦେଇଥିବା ଉପଦେଶ ସବୁକୁ ଭୁଲିଯାଇଛନ୍ତି, ମୁଁ କିନ୍ତୁ ତାହା ଆଦୌଁ ଭୁଲି ନାହିଁ । ପ୍ରହ୍ଲାଦଙ୍କ ମୁହଁରୁ ଏକଥା ଶୁଣି ସହପାଠୀ ଦ୍ୱୟ ବିସ୍ମିତ ହୋଇଯାଇଥିଲେ । ପ୍ରହ୍ଲାଦ ଯେ ଶ୍ରେଷ୍ଠ ହରିଭକ୍ତ ହେବେ ତୁଳସୀ ଦୁଇପତ୍ରରୁ ବାସିଲାପରି ଏହା ମାତୃଗର୍ଭରୁ ହିଁ ଜଣାଥିଲା । ନାରଦ ହିଁ ତାଙ୍କୁ ଜଣେ ଶ୍ରେଷ୍ଠ ହରିଭକ୍ତ ଭାବରେ ଗଢି ତୋଳିଥିଲେ । ଲଙ୍କାରେ ହରିଶବ୍ଦ ଭଳି ଦୈତ୍ୟରାଜ ହିରଣ୍ୟକଶିପୁର ପୁତ୍ର ପ୍ରହ୍ଲାଦ ଯେ ଦେବସୁଲଭ ଗୁଣରାଜି ନେଇ ଜନ୍ମ ହୋଇଥିଲେ ତାହା ନାରଦଙ୍କ ଧର୍ମୋପଦେଶ ଏହି କାରଣରୁ ହିଁ ସମ୍ଭବ ହୋଇଥିଲା ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ