ଗୋପନୀୟ କଥା ଗୋପନୀୟ ରହିବା ଉଚିତ୍

                ଏହା ଏକ ପ୍ରାଚନୀ କଳାର କଥା । କୌଣସି ଏକ ରାଜନଗର ଥିଲା । ସେହି ରାଜନଗରେ ବାସ କରୁଥିଲେ ଜଣେ ରାଜା । ସେହି ରାଜାଙ୍କର ନାମ ଥିଲା ଦେବଶକ୍ତି । ରାଜାଙ୍କର ଗୋଟିଏ ମାତ୍ର ପୁତ୍ର । ସେ ସଦାସର୍ବଦା ରୋଗରେ ପଡ଼ି ବହୁ କଷ୍ଟ ଭୋଗ କରୁଥାଆନ୍ତି । ସେଥିଲାଗି ରାଜା ମଧ୍ୟ ଚିନ୍ତିତ ଅବସ୍ଥାରେ ରହୁଥିଲେ କିପରି ରାଜକୁମାର ରୋଗରୁ ମୁକ୍ତ ହେବେ । ଏପରି ଚିନ୍ତାରେ ପଡ଼ି ରାଜା ମଧ୍ୟ ବହୁ ଦୁଃଖ ଭୋଗ କରୁଥାଆନ୍ତି ।

                ସେ ରାଜ୍ୟରେ ବହୁ ରାଜବୈଦ୍ୟ ଥିଲେ । ସେମାନେ ଜଣ ଜଣ କରି ଶାସ୍ତ୍ରସମ୍ମତ ରୋଗର ଉପଚାର କରୁଥାଆନ୍ତି ହେଲେ ଚିକିତ୍ସାର ବିଫଳତା ଦେଖି ସେମାନେ ରୋଗୀକୁ ପରିତ୍ୟାଗ କରି ଚାଲି ଯାଉଥାଆନ୍ତି ।          ଏଥିଯୋଗୁଁ ରାଜକୁମାରଙ୍କର ସଠିକ୍ ଚିକିତ୍ସା କରାଯାଇ ପାରିଲା ନାହିଁ ବରଂ ରାଜାକୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ସଦାସର୍ବଦା ଅପରିବର୍ତ୍ତିତ ରହିଲା ।

                ରାଜକୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏପରି କାହିଁକି ହେଉଥିଲା, ତାହାର ମଧ୍ୟ କାରଣ ଥିଲା । ଯାହା ଜାଣିବା କୌଣସି ବୈଦ୍ୟରାଜଙ୍କ ନିମନ୍ତେ ସମ୍ଭବ ହେଉନଥିଲା ।

                ଶରୀରରେ ରୋଗ ବ୍ୟାଧି ଥିଲେ ତାହା ନିଶ୍ଚିତ ଭାବରେ ଚିକିତ୍ସକମାନଙ୍କ ନିମନ୍ତେ ସହଜ ସାଧ୍ୟ ହୋଇଥାନ୍ତା । ଏଠାରେ କିନ୍ତୁ ସେପରି ଅବସ୍ଥା ନଥିଲା, ବୈଦ୍ୟମାନେ ଜାଣିପାରିଲେ ନାହିଁ ଯେ ରାଜକୁମାରଙ୍କ ପେଟ ମଧ୍ୟରେ ଏକ ସର୍ପ ବାସ କରିବାରେ ଲାଗିଛି । ସେହି ଉଦରସ୍ଥ ସର୍ପ ହିଁ ଥିଲା ରାଜକୁମାରଙ୍କର ଅସ୍ୱାସ୍ଥ୍ୟର କାରଣ ।


ଗପ ସାରଣୀ

ତାଲିକାଭୁକ୍ତ ଗପ