ମନ୍ତ୍ରୀ ନିର୍ବାଚନ

ଅବନ୍ତୀ ରାଜ୍ୟର ମହାମନ୍ତ୍ରୀ ଅତ୍ୟନ୍ତ ଗୁଣୀ ଲୋକ ଥିଲେ । ତାଙ୍କର ହଠାତ୍ ମୃତ୍ୟୁ ହେଲା । ମନ୍ତ୍ରୀପଦ ପାଇଁ ତିନିଜଣ ବ୍ୟକ୍ତି ରାଜାଙ୍କ ପାଖରେ ପ୍ରାର୍ଥୀ ଥା’ନ୍ତି । ସେମାନେ ହେଲେ ରାମ ଶର୍ମା, କୃଷ୍ଣ ଶର୍ମା ଓ ଅନନ୍ତ ଶର୍ମା ।

                ରାଜା ପ୍ରଥମେ ରାମ ଶର୍ମାଙ୍କୁ ଡାକି କହିଲେ, “ଆମର ଦୁଇ ପଡୋଶୀ ରାଜ୍ୟରେ ରାଜା ହେଲେ ବୀରସେନ ଓ ଶକ୍ତିସେନ । ବୀରସେନ ଶକ୍ତିଶାଳୀ, ମାତ୍ର ଶକ୍ତିସେନ ଦୁର୍ବଳ । ମୁଁ ଜଣକ ସହିତ ମିତ୍ରତା କଲେ ଅନ୍ୟ ଜଣେ ଶତୃ ହେବ । କାରଣ ସେ ଦୁହେଁ ପରସ୍ପରର ଶତ୍ରୁ । ଏପରି ସ୍ଥଳେ ମୋର କ’ଣ କରିବା ଉଚିତ୍?”

                ରାମ ଶର୍ମା କହିଲେ “ଆପଣ ଶକ୍ତିଶାଳୀ ବୀରସେନଙ୍କ ସହିତ ମିତ୍ରତା କରନ୍ତୁ ।”

                ରାଜା ରାମ ଶର୍ମାଙ୍କୁ ବିଦା କରି କୃଷ୍ଣ ଶର୍ମାଙ୍କୁ ଡାକି ସେହି ଏକହିଁ ପ୍ରଶ୍ନ ପଚାରିଲେ ।

                କୃଷ୍ଣ ଶର୍ମା କହିଲେ, “ଦୁର୍ବଳ ହେଲେ ମଧ୍ୟ ଆପଣ ଶକ୍ତିସେନଙ୍କ ସହ ମିତ୍ରତା କରନ୍ତୁ । ସେ ଅନ୍ତତଃ ଆପଣଙ୍କୁ ମାନିବେ । ଶକ୍ତିଶାଳୀ ରାଜା ବେଖାତିର୍ କରିବେ ।”

                ତାପରେ ରାଜା କୃଷ୍ଣଶର୍ମାଙ୍କୁ ବିଦାକରି ଅନନ୍ତଶର୍ମାଙ୍କୁ ଡାକି ସେଇକଥା ପଚାରିଲେ ।

                ସେ କହିଲେ, “ମହାରାଜ, ଇଏ ତ ଅତି ସହଜ କଥା । ଆପଣ ବୀରସେନଙ୍କୁ କହି ପଠାନ୍ତୁ ଯେ ସେ ଶକ୍ତିସେନ୍ଙ୍କ ସହିତ ମିତ୍ରତା କଲେ ଯାଇ ଆପଣ ତାଙ୍କ ସହିତ ମଧ୍ୟ ମିତ୍ରତା କରିବେ । ଶକ୍ତିସେନଙ୍କୁ ମଧ୍ୟ କହି ପଠାନ୍ତୁ କି ସେ ବୀରସେନଙ୍କ ସହିତ ମିତ୍ରତା କଲେ ଆପଣ ବି ତାଙ୍କ ସହିତ ମିତ୍ରତା କରିବ । ଏପରି କରିବା ଦ୍ୱାରା ସେ ଦୁଇ ରାଜାଙ୍କର ଆପଣଙ୍କ ପ୍ରତି ଆଉ କୌଣସି ପ୍ରକାର ଦ୍ୱେଷ ଭାବ ରହିବ ନାହିଁ ।”

                ଅନନ୍ତ ଶର୍ମାଙ୍କ ଉତ୍ତର ଶୁଣି ରାଜା ସନ୍ତୁଷ୍ଟ ହେଲେ ଓ ତାଙ୍କୁହିଁ ରାଜା ମହାମନ୍ତ୍ରୀ ପଦରେ ନିଯୁକ୍ତ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ