ରାଜଗୁରୁଙ୍କ ଶତ୍ରୁତା

ତେନାଲୀରାମାଙ୍କ ଚତୁରତା ହେତୁ ତାଙ୍କର ତ ଖ୍ୟାତି ଦିନକୁ ଦିନ ଖାଲି ବଢିବାରେ ଲାଗିଥାଏ । ଏଣେ ତେନାଲୀରାମାଙ୍କର ପ୍ରଶଂସା ରାଜଗୁରୁ ମୋଟେ ସହ୍ୟ କରିପାରୁନଥାନ୍ତି । ସେ ମନେ ମନେ ଖୁବ୍ ବ୍ୟଥିତ ହେଉଥଆନ୍ତି । ରାଜ ସଭାରେ ତେନାଲୀରାମାଙ୍କର ଖ୍ୟାତି ଯେତିକି ଯେତିକି ବଢୁଥାଏ, ରାଜଗୁରୁଙ୍କର ଖ୍ୟାତି ମଧ୍ୟ ସେତିକି ସେତିକି କମୁଥାଏ । ସେତେବେଳେ ତେନାଲୀରାମା ହିଁ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥାଆନ୍ତି ।

                ତେଣୁ ରାଜଗୁରୁ ଭାବିଲେ, ତେନାଲୀରାମା ନିଜର ଚତୁରତା ବଳରେ କେତେଥର ମୃତ୍ୟୁଦଣ୍ଡରୁ ବଂଚିଗଲେଣି । ଗୋଟେ କଥା କଲେ ଠିକ୍ ହେବ । ରାଜା ତାକୁ ମୃତ୍ୟୁଦଣ୍ଡ ଦେବା ଅପେକ୍ଷା ମୁଁ ତାକୁ ଯଦି ମାରିପାରିବି, ତା’ହେଲେ ତ ଖୁବ୍ ଭଲ ହେବ । ଏହା ଭାବି ରାଜଗୁରୁ ତାଙ୍କ ମନକୁ ମନ ଏକ ଯୋଜନା ପ୍ରସ୍ତୁତ କଲେ । ରାଜଗୁରୁ କିଛି ଦିନ ତୀର୍ଥ କରିଯିବା ପାଇଁ ସେ ନଗର ତ୍ୟାଗ କରି ଚାଲିଗଲେ । କିଛି ବାଟ ଯିବାପରେ ଜଣେ ସୁଆଙ୍ଗ ଅଭିନୟ ଦେଖାଉଥିବା ଲୋକଟିର ଘର ପଡିଲା । ତା’ପାଖରେ କିଛି ଦିନ ଆଶ୍ରୟ ନେବାପାଇଁ ରାଜଗୁରୁ ତାଙ୍କୁ ବହୁତ ଅନୁରୋଧ କଲେ । ସେ ଲୋକଟି ପାଖରେ ରାଜଗୁରୁ ରହି ତା’ଠାରୁ ସୁଆଙ୍ଗ ଅଭିନୟ ବିଦ୍ୟା ହାସଲ କରି ରାଜାଙ୍କ ନିକଟକୁ ଏକ ସୁଆଙ୍ଗ ଅଭିନେତା ବେଶ ଧାରଣ କରି ଆସି ପହଁଚିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ